www.samajalive.in
Monday, December 15, 2025
15.1 C
Bhubaneswar

ଭାବିପତ୍ନୀଙ୍କ ଘରଲୋକଙ୍କୁ ଖୁସି କରିବାକୁ ଚାହୁଁଛନ୍ତି କି? ତେବେ ଭେଟିବା ପୁର୍ବରୁ ଧ୍ୟାନ ଦିଅନ୍ତୁ ଏହି କଥା ଉପରେ

ଯଦି ଆପଣ ପସନ୍ଦ କରୁଥିବା ଝିଅର ଘର ଲୋକଙ୍କୁ ଭେଟିବାକୁ ଯାଉଛନ୍ତି ଓ ଖୁସି କରିବାକୁ ଚାହୁଁଛନ୍ତି ତେବେ କିଛି କଥା ରହିଛି ଯାହା ପ୍ରତି ଧ୍ୟାନ ଦେବା ଜରୁରୀ ହୋଇଥାଏ। ଝିଅ ଘରଲୋକ ଆପଣଙ୍କୁ ସମ୍ପୂର୍ଣ୍ଣ ରୂପେ ପରଖି ଥା’ନ୍ତି। ତେବେ ଏହି ସମୟରେ କିଛି ଉପାୟ ରହିଛି ଯାହାକୁ ଅନୁସରଣ କରିବା ଦ୍ୱାରା ଝିଅ ଘରଲୋକ ଆପଣଙ୍କ ଉପରେ ଖୁସି ହେବା ସହ ଆପଣଙ୍କୁ ପସନ୍ଦ କରିଥା’ନ୍ତି।
୧- ଝିଅର ପରିବାର ବିଷୟରେ ସମ୍ପୂର୍ଣ୍ଣ ତଥ୍ୟ ସଂଗ୍ରହ କରନ୍ତୁ ଓ ସେମାନଙ୍କ ପସନ୍ଦ ଓ ନାପସନ୍ଦ ମଧ୍ୟ ଅଳ୍ପ ବହୁତ ଜାଣି ରଖନ୍ତୁ। ଏହାସହ ଘରର ଛୁଆ ମାନଙ୍କ ନାଁ ଜାଣି ଥିଲେ ଘରଲୋକେ ବହୁତ ଖୁସି ହୋଇଥା’ନ୍ତି।
୨- ଏପରି ପୋଷାକ ପିନ୍ଧନ୍ତୁ ଯାହା ଆପଣଙ୍କୁ ସୁରକ୍ଷିତ ଓ ଆରାମ ଦାୟକ ଅନୁଭୁତ ହେଉଥିବ। ଫ୍ୟାସନ୍‍ ଉପରେ ଧ୍ୟାନ ନଦେଇ ଯେଉଁ ପୋଷାକରେ ଆପଣ ଭଲ ଦେଖା ଯାଆନ୍ତି ସେହି ପୋଷାକ ପିନ୍ଧନ୍ତୁ। ଏହାଦ୍ୱାରା ଆତ୍ମବିଶ୍ୱାସ ଅଟ୍ଟଳ ରହିଥାଏ।
୩- ତରବର ହୋଇ ଅଧିକ କଥା କହିବା ଅନୁଚିତ। ଏହାଦ୍ୱାରା ସେମାନେ ଆପଣଙ୍କ କଥାକୁ ଅଲଗା ଅର୍ଥରେ ନେଇ ପାରନ୍ତି। ତେଣୁ ଭାବିଚିନ୍ତି କଥା ବାର୍ତ୍ତା କରିବା ଉଚିତ।
୪- ଆତ୍ମବିଶ୍ୱାସୀ ହୋଇ ସମସ୍ତଙ୍କ ସହ ମିଶନ୍ତୁ। ଏହାଦ୍ୱାରା ଝିଅଘର ଲୋକଙ୍କ ମନରେ ଆପଣଙ୍କ ଦାମ୍ଭିକ ବ୍ୟକ୍ତିତ୍ୱର ଛାପ ରହିଯାଇ ଥାଏ।
୫- ଅଧିକ ସମୟ ଫୋନ୍‍ରେ ବ୍ୟସ୍ତ ରୁହନ୍ତୁ ନାହିଁ କିମ୍ବା ଫୋନ୍‍ ନେବାକୁ ଭୁଲନ୍ତୁ ନାହିଁ। ହୋଇପାରେ ଆପଣଙ୍କ ଭାବି ପତ୍ନୀ ଫୋନ୍‍ ମାଧ୍ୟମରେ ଆପଣଙ୍କୁ କିଛି ଜଣାଇବାକୁ ଚାହୁଁଥାଇ ପାରନ୍ତି। ତେଣୁ ଫୋନ୍‍ର ନୋଟିଫିକେସନ୍‍ ଉପରେ ଧ୍ୟାନ ରଖନ୍ତୁ।
୬- ସେମାନେ ଆପଣଙ୍କୁ ବହୁତ ପ୍ରଶ୍ନ କରି ପାରନ୍ତି, ଏହି ସମୟରେ ଶାନ୍ତ ମନରେ ସମସ୍ତ ପ୍ରଶ୍ନର ଉତ୍ତର ଦେବା ଆବଶ୍ୟକ। ଅହଙ୍କାରକୁ ଦୂରେଇ ମାଧୁର୍ଯ୍ୟର ସହ କଥାବାର୍ତ୍ତା କରନ୍ତୁ। ଏହି ସବୁ ଉପାୟ ଆପଣେଇବା ଦ୍ୱାରା ସମସ୍ତଙ୍କ ମନରେ ଆପଣଙ୍କ ପ୍ରତି ଉତ୍ତମ ଭାବନା ସୃଷ୍ଟି ହେବା ସହ ସମସ୍ତେ ଆପଣଙ୍କୁ ପସନ୍ଦ କରିଥା’ନ୍ତି।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories