ଆଣ୍ଠୁ ଓ କହୁଣୀର କଳା ଦାଗ ଦୂର କରିବାର ସହଜ ଉପାୟ

ସାଧାରଣତଃ ଅନେକ ଲୋକଙ୍କ କ୍ଷେତ୍ରରେ ଏପରି ଦେଖାଯାଏ ଯେ, ସେମାନଙ୍କ ଶରୀରର ରଙ୍ଗ ଅପେକ୍ଷା କହୁଣୀ, ଆଣ୍ଠୁ ଏବଂ ଗୋଡ଼ ଗଣ୍ଠି ବହୁତ କଳା ହୋଇଥାଏ। ଏହି ସମସ୍ୟାକୁ ଦୂର କରିବା ପାଇଁ ମହଙ୍ଗା ପ୍ରସାଧନ ସାମଗ୍ରୀର ବ୍ୟବହାର କରି, ଓ୍ଵାକ୍ସିଂ କରି ମଧ୍ୟ କୌଣସି ଫରକ ପଡ଼େ ନାହିଁ। ତେବେ ଏପରି ଏକ ଘରୋଇ ଉପାୟ ଅଛି ଯାହାକୁ ଆପଣାଇବା ଦ୍ବାରା ଆପଣଙ୍କର ଏହି ସମସ୍ୟା ସମ୍ପୂର୍ଣ୍ଣ ଦୂର ହୋଇଯିବ। ଏଥିପାଇଁ ଆପଣଙ୍କୁ କିଛି ଘରୋଇ ସାମଗ୍ରୀରେ ଏକ ପ୍ୟାକ୍ ତିଆରି କରିବାକୁ ପଡ଼ିବ। ଏହି ପ୍ୟାକ୍କୁ ବ୍ୟବହାର କରିବା ଦ୍ୱାରା ଆପଣ ସହଜରେ ଏହି କଳାଦାଗକୁ ଦୂର କରିପାରିବେ। ଦିନେ ଦୁଇଦିନ ମଧ୍ୟରେ ହିଁ ଆପଣ ପାର୍ଥକ୍ୟ ଅନୁଭବ କରିପାରିବେ। ଆସନ୍ତୁ ଜାଣିବା ସେହି ଘରୋଇ ପ୍ୟାକ୍ ପ୍ରସ୍ତୁତ କରିବାର ପ୍ରଣାଳୀ ବିଷୟରେ –

prayash

ପ୍ରଥମେ ଏକ ଚାମଚ ମହୁରେ କିଛି ନଡ଼ିଆ ତେଲ ମିଶାନ୍ତୁ। ଏହାପରେ ଏଥିରେ ଲେମ୍ବୁ ରସ ମିଶାଇ ଭଲ ଭାବେ ଫେଣ୍ଟି ଦିଅନ୍ତୁ। ଶେଷରେ ଏଥିରେ ବେକିଂ ସୋଡ଼ା ମିଶାଇ ଏହାକୁ ବ୍ୟବହାର କରନ୍ତୁ।

ଏହାକୁ ବ୍ୟବହାର କରିବା ପାଇଁ ପ୍ରଥମେ କହୁଣୀକୁ ଭଲ ଭାବେ ସଫା କରନ୍ତୁ। ଏବେ ସେହି ପ୍ୟାକ୍କୁ କଳା ସ୍ଥାନରେ ଲଗାନ୍ତୁ। ଏହି ପ୍ୟାକକୁ ଲଗାଇବା ପରେ ଏକ ମୁଲାୟମ କପଡ଼ାରେ ସେହି ସ୍ଥାନକୁ ବାନ୍ଧି ଦିଅନ୍ତୁ। ସକାଳୁ ଉଠି ଏହାକୁ ହାଲୁକା ଗରମ ପାଣିରେ ସ୍କ୍ରବ କରି ଧୋଇ ଦିଅନ୍ତୁ। ପ୍ୟାକ୍କୁ ଧୋଇବା ପରେ କହୁଣୀରେ ଭଲଭାବେ ମଶ୍ଚରାଇଜର ଲଗାନ୍ତୁ।

Comments are closed.