www.samajalive.in
Saturday, December 6, 2025
23.1 C
Bhubaneswar

ତିତଲି ସମୀକ୍ଷା; ଆସନ୍ତା ସପ୍ତାହରେ ଓଡିଶା ଆସିବ କେନ୍ଦ୍ରୀୟ ଦଳ

ଭୁବନେଶ୍ୱର: ସାମୁଦ୍ରିକ ଝଡ଼ ’ତିତଲି’ ଓ ବନ୍ୟାକୁ ନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ଗୋଟିଏ ପରେ ଗୋଟିଏ ସମୀକ୍ଷା ଜାରି ରହିଛି । ସେହିପରି ରିଲିଫ ବଣ୍ଟନ ଓ ପୁନରୁଦ୍ଧାର ନେଇ ଶନିବାର ପୁଣି ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢୀ ଆଲୋଚନା କରିଛନ୍ତି । ଗଜପତି ଓ ଗଞ୍ଜାମର ଜିଲାପାଳଙ୍କ ସହ ଭିଡିଓ କନଫରେନ୍ସି ଜରିଆରେ ଶ୍ରୀ ପାଢି ସମୀକ୍ଷା କରିଛନ୍ତି । ଗଜପତିରେ ୧୦କୋଟି ଓ ଗଂଜାମ ଜିଲ୍ଲାକୁ ୬୦ କୋଟି ଟଙ୍କାର ରିଲିଫ ସହାୟତା ଦିଆଯାଇଛି । ଏହା ସହିତ ଗଜପତି ଜିଲ୍ଲାବାସୀ ବିଶେଷ କରି କାଜୁ ଚାଷ ଉପରେ ନିର୍ଭର କରୁଥିବା ବେଳେ ପ୍ରତ୍ୟେକ ପ୍ରଭାବିତ କାଜୁ ଚାଷୀଙ୍କୁ ଏକର ପ୍ରତି ୧୮ ହଜାର ଟଙ୍କା ଦିଆଯିବ । ରିଲିଫ ଟଙ୍କା ସିଧାସଳଖ ପ୍ରଭାବିତଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଦିଆଯିବ ଏବଂ ଅଙ୍ଗନବାଡି କର୍ମୀଙ୍କୁ ବ୍ୟାଙ୍କ ତଥ୍ୟ ସଂଗ୍ରହ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ବୋଲି ସମୀକ୍ଷା ପରେ ଏସ୍‌ଆର୍‌ସି ବିଷ୍ଣୁପଦ ସେଠୀ ସୂଚନା ଦେଇଛନ୍ତି । ତିତଲି କ୍ଷୟକ୍ଷତି ଆକଳନ ଓ ସମୀକ୍ଷା ପାଇଁ କେନ୍ଦ୍ରରୁ ଏକ ଦଳ ଆସନ୍ତା ସପ୍ତାହରେ ଓଡିଶା ଆସିବେ ନେଇ ସୂଚନା ମିଳିଛି ।

Hot this week

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

ବଦଳିବ ପ୍ରଥମରୁ ଦ୍ବାଦଶ ପାଠ୍ୟପୁସ୍ତକ

ସ୍ଥାନିତ ହେବ ସ୍ଥାନୀୟ ପ୍ରସଙ୍ଗ ଭୁବନେଶ୍ବର : ଆଗାମୀ ଦିନରେ ପିଲା ଆଉ...

ଶୀତଦିନେ ଗରମ ପାଣିରେ ଗାଧୋଉଛନ୍ତି କି? ସାବଧାନ, ହେବ ବଡ ବିପଦ

ସମାଜ ଡିଜିଟାଲ ଡେସ୍କ: ଶୀତଦିନେ ଗରମ ପାଣିରେ ଗାଧୋଇବା ବହୁତ ଆରାମଦାୟକ...

ଚୀନ୍‌ ଗଣମାଧ୍ୟମର ଉଚ୍ଚ ପ୍ରଶଂସା

ବେଜିଂ : ରୁଷ୍‌ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନଙ୍କ ଦୁଇ ଦିନିଆ ଭାରତ...

Related Articles

Popular Categories