www.samajalive.in
Saturday, December 6, 2025
26.1 C
Bhubaneswar

୧୯ ବର୍ଷ ପରେ କଂଗ୍ରେସକୁ ଫେରିଲେ ତାରିକ ଅନୱର

ଚେନ୍ନଇ : ଜାତୀୟ କଂଗ୍ରେସ ପାର୍ଟି (ଏନ୍‍ସିପି)ର ପ୍ରତିଷ୍ଠାତା ସଦସ୍ୟ ତଥା ସାଧାରଣ ସମ୍ପାଦକ ତାରିକ ଅନୱାର ଦଳ ତ୍ୟାଗ କରିବାର ଠିକ୍‍ ମାସେ ପରେ ଶନିବାର କଂଗ୍ରେସରେ ଯୋଗ ଦେଇଛନ୍ତି। ଦୀର୍ଘ ୧୯ ବର୍ଷ ପରେ ସେ କଂଗ୍ରେସକୁ ଫେରିଛନ୍ତି।
ରାଫେଲ ରାଜିନାମା ବିବାଦରେ ଏନ୍‍ସିପି ମୁଖ୍ୟ ଶରଦ ପୱାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସପକ୍ଷରେ କହିବା ଘଟଣାକୁ ନେଇ ତାରିକ ଅନୱାର ସେପ୍ଟେମ୍ବର ମାସର ଶେଷ ଆଡ଼କୁ ଦଳ ଏବଂ ଲୋକସଭାରୁ ଇସ୍ତଫା ଦେଇଥିଲେ। ୧୯୯୯ ମସିହାରେ ବିଦେଶିନୀ ସୋନିଆ ଗାନ୍ଧୀଙ୍କୁ କଂଗ୍ରେସର ସଭାପତି କରାଯିବା ପ୍ରତିବାଦରେ ଦିବଂଗତ ପି.ଏ ସାଙ୍ଗମା ଓ ପୱାରଙ୍କ ସହ ତାରିକ ଅନୱାର କଂଗ୍ରେସ ତ୍ୟାଗ ପୂର୍ବକ ଏନ୍‍ସିପି ଗଠନ କରିଥିଲେ। ପୂର୍ବରୁ ତାରିକ ଅନୱର ବିହାର ପ୍ରଦେଶ କଂଗ୍ରେସର ସଭାପତି ଥିଲେ। ଦୀର୍ଘ ୧୯ ବର୍ଷ ପରେ ସେ ପୁଣି ଥରେ କଂଗ୍ରେସକୁ ଫେରିଛନ୍ତି।
ଦିଲ୍ଲୀଠାରେ ଶନିବାର ତାରିକ ଅନୱରଙ୍କୁ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ସ୍ୱାଗତ କରିବା ସହ ଦଳର ସଦସ୍ୟତା ଦେଇଥିଲେ। ଏହି ଅବସରରେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ, ଅଶୋକ ଗେହଲୋଟଙ୍କ ସମେତ କଂଗ୍ରେସର ଅନ୍ୟ ବରିଷ୍ଠ ନେତାମାନେ ଉପସ୍ଥିତ ଥିଲେ। ଏହାପରେ କଂଗ୍ରେସ ପକ୍ଷରୁ ଟ୍ୱିଟ୍‍ କରି ଏହି ସୂଚନା ଦିଆଯାଇଥିଲା।
ଉଲ୍ଲେଖଯୋଗ୍ୟ ଯେ ରାଫେଲ ରାଜିନାମା ବିବାଦ ଉପରେ ପୱାରଙ୍କ ମନ୍ତବ୍ୟ ଯୋଗୁଁ ତାରିକ ଅନୱର ଦଳ ତ୍ୟାଗ ପୂର୍ବ ଲୋକସଭାର ସାଂସଦ ପଦରୁ ଇସ୍ତଫା ଦେଲେ ବୋଲି କହିଥିଲେ। ଏହାପରେ ଏନ୍‍ସିପି ପକ୍ଷରୁ ସ୍ପଷ୍ଟୀକରଣ ଦିଆଯାଇ ପୱାରଙ୍କ ସାକ୍ଷାତକାରକୁ କାଟିଯୋଡ଼ି ଉପସ୍ଥାପନ କରାଯାଇଥିଲା ଓ ସେ ରାଫେଲ ରାଜିନାମାକୁ ନେଇ ମୋଦୀଙ୍କୁ ସମର୍ଥନ କରିନଥିଲେ ବୋଲି କୁହାଯାଇଥିଲା। ସ୍ପଷ୍ଟୀକରଣ ଦେବାରେ ଏନ୍‍ସିପି ବିଳମ୍ବ କରିଦେଲା ଓ ସେ ଆଉ ନିଷ୍ପତ୍ତି ବଦଳାଇ ପାରିବେ ନାହିଁ ବୋଲି ତାରିକ ଅନୱର କହିଥିଲେ। ଏବେ ସେ ପୁନଃ କଂଗ୍ରେସକୁ ଫେରିଛନ୍ତି।

Hot this week

ବିଜେପିରେ ମିଶିଲେ ପ୍ରଫୁଲ୍ଲ ସାମଲଙ୍କ ଦୁଇ ପୁଅ

ଭୁବନେଶ୍ଵର: ବିଜେଡିକୁ ଶକ୍ତ ଝଟ୍‌କା ଲାଗିଛି। ପୂର୍ବତନ ମନ୍ତ୍ରୀ ତଥା ବିଜେଡି...

ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ଘଟଣା: ଜଣେ ଅଟକ

ସୁନ୍ଦରଗଡ : ନିଜ ଦେହରେ ନିଜେ ନିଆଁ ଲଗାଇଲେ ଛାତ୍ରୀ। ସୁନ୍ଦରଗଡ...

ଯାତ୍ରୀଙ୍କୁ ଟଙ୍କା ଫେରାଇବ ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ସମସ୍ତ ଯାତ୍ରୀଙ୍କୁ ଟିକେଟ ବାବଦ ଟଙ୍କା ଫେରସ୍ତ କରିବ...

ବାବ୍ରି ମସଜିଦ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କଲେ ଟିଏମସିରୁ ନିଲମ୍ବିତ ବିଧାୟକ

ସମାଜଲାଇଭ ଡେସ୍କ: ଟିଏମସିରୁ ନିଲମ୍ବିତ ହୋଇଥିବା ବିଧାୟକ ହୁମାୟୁନ କବିର ବାବ୍ରି...

ଇଣ୍ଡିଗୋ ବିମାନ ସଙ୍କଟ : ସୁପ୍ରିମକୋର୍ଟରେ ଜନସ୍ୱାର୍ଥ ମାମଲା ଦାୟର

ନୂଆଦିଲ୍ଲୀ: ଇଣ୍ଡିଗୋ ବିମାନ ବାରମ୍ବାର ବାତିଲ ଯୋଗୁଁ ଯାତ୍ରୀ ମାନଙ୍କ ମଧ୍ୟରେ...

Related Articles

Popular Categories