www.samajalive.in
Saturday, December 6, 2025
26.1 C
Bhubaneswar

ରଜନୀକାନ୍ତ ବିଜେପି ହାତର କାଠ କଣ୍ଢେଇ: ଡିଏମକେ

ଚେନ୍ନଇ : ଦକ୍ଷିଣ ଭାରତୀୟ ଚଳଚ୍ଚିତ୍ର ତାରକା ଓ ସୁପରଷ୍ଟାର ଭାବେ ଜଣାଶୁଣା ରଜନୀକାନ୍ତ ଏବେ ବିଜେପି ହାତର କାଠ କଣ୍ଢେଇ ଭଳି କାର୍ଯ୍ୟ କରୁଛନ୍ତି ବୋଲି ଶୁକ୍ରବାର ଦ୍ରାବିଡ ମୁନେତ୍ରା କାଜହଗାମ ( ଡିଏମକେ) ପକ୍ଷରୁ ଅଭିଯୋଗ କରାଯାଇଛି। ରାଜନୀତିରେ ପ୍ରବେଶ ପରଠାରୁ ରଜନୀକାନ୍ତ ବିଜେପି ହାତରେ କଣ୍ଢେଇ ହୋଇ ରହିଛନ୍ତି ଓ ସାମ୍ପ୍ରଦାୟିକ ତତ୍ତ୍ୱକୁ ସମର୍ଥନ କରୁଛନ୍ତି ବୋଲି ତାମିଲନାଡୁର ରାଜନୈତିକ ଦଳ ଡିଏମ୍‍କେ ପକ୍ଷରୁ କୁହାଯାଇଛି। ଏଥିପାଇଁ ଚଳଚ୍ଚିତ୍ର ଦୁନିଆରେ ତାଙ୍କ ଦାମ ଖସିଛି ବୋଲି ଡିଏମ୍‍କେ ପକ୍ଷରୁ ବ୍ୟଙ୍ଗ କରାଯାଇଛି। ଡିଏମକେ ମୁଖପତ୍ର ‘ମୁରାସୋଲି’ରେ ଏହା ପ୍ରକାଶ ପାଇଛି।
ରଜନୀକାନ୍ତ ଶନିବାର ଡିଏମକେର ସମସ୍ତ ଅଭିଯୋଗକୁ ଖଣ୍ଡନ କରିଛନ୍ତି। ସେ କହିଛନ୍ତି ଯେ କୌଣସି ବି ଶକ୍ତି ପ୍ରଶଂସକ (ଫ୍ୟାନ)ଙ୍କ ନିକଟରୁ ତାଙ୍କୁ ଅଲଗା କରିପାରିବେ ନାହିଁ। ସେ ନିଜ ପ୍ରଶଂସକଙ୍କ ପାଇଁ ଗର୍ବିତ ଓ ଖୁସି। ସତ୍ୟର ପଥରେ ଯିବାକୁ ସେ ନିଜ ସମର୍ଥକଙ୍କୁ ନିବେଦନ କରିଛନ୍ତି।
ମଙ୍ଗଳବାର ରଜୀକାନ୍ତ ନିଜ ଫ୍ୟାନ କ୍ଲବ୍‍ ‘ରଜନୀ ମକ୍କଲ ମନ୍ଦରମ’ର ଏକ କାର୍ଯ୍ୟକ୍ରମରେ ଯୋଗଦେଇ କହିଥିଲେ ଯେ ସେ ଧନ ଏବଂ ପଦର ଲାଳସାରେ ରାଜୀନତିକୁ ଆସିନାହାନ୍ତି। ରାଜନୀତିରେ ପରିବର୍ତ୍ତଣ ଆଣିବାକୁ ସେ ପ୍ରତିବନ୍ଧ। ଟଙ୍କା ଏବଂ ପଦ ଲାଳସାରେ ଆସୁଥିବା ବ୍ୟକ୍ତିଙ୍କୁ ସେ ନିଜ ଦଳରେ ସାମିଲ କରିବେ ନାହିଁ। ରନୀକାନ୍ତଙ୍କ ଏହି ମନ୍ତବ୍ୟକୁ ଡିଏମକେ ନିଜ ମୁଖପତ୍ରରେ ସମାଲୋଚନା କରିଛି। ଧନ ଓ ପଦର ଲାଳସା ନଥିଲେ ସେ ପେରିୟରଙ୍କ ପଥରେ ଯାଇ ଆନ୍ଦୋଳନ ଆରମ୍ଭ କରନ୍ତୁ ବୋଲି ଡିଏମକେ ପକ୍ଷରୁ କୁହାଯାଇଛି। ରଜନୀକାନ୍ତ ସାମ୍ପ୍ରଦାୟିକ ତତ୍ତ୍ୱକୁ ସମର୍ଥନ ଦେଇ ତାମିଲ ସମୂହକୁ ବାଣ୍ଟିବାକୁ ଚାହୁଁଛନ୍ତି ବୋଲି ଡିଏମକେ ପକ୍ଷରୁ ଅଭିଯୋଗ କରାଯାଇଛି।

Hot this week

ମନଇଚ୍ଛା ବିମାନ ଟିକେଟ ବୃଦ୍ଧି ଉପରେ ବ୍ରେକ ଲଗାଇଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ସଙ୍କଟ ଯୋଗୁ ଅନେକ କମ୍ପାନୀ ହଠାତ୍‌...

ଭାରତକୁ ୨୭୧ ରନର ଟାର୍ଗେଟ ଦେଲା ଦକ୍ଷିଣଆଫ୍ରିକା

ସମାଜଲାଇଭ ଡେସ୍କ: ଅନ୍ତିମ ଦିନିକିଆରେ ଭାରତକୁ ୨୭୧ ରନର ଟାର୍ଗେଟ ଦେଇଛି...

ବିଜେପିରେ ମିଶିଲେ ପ୍ରଫୁଲ୍ଲ ସାମଲଙ୍କ ଦୁଇ ପୁଅ

ଭୁବନେଶ୍ଵର: ବିଜେଡିକୁ ଶକ୍ତ ଝଟ୍‌କା ଲାଗିଛି। ପୂର୍ବତନ ମନ୍ତ୍ରୀ ତଥା ବିଜେଡି...

ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ଘଟଣା: ଜଣେ ଅଟକ

ସୁନ୍ଦରଗଡ : ନିଜ ଦେହରେ ନିଜେ ନିଆଁ ଲଗାଇଲେ ଛାତ୍ରୀ। ସୁନ୍ଦରଗଡ...

ଯାତ୍ରୀଙ୍କୁ ଟଙ୍କା ଫେରାଇବ ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ସମସ୍ତ ଯାତ୍ରୀଙ୍କୁ ଟିକେଟ ବାବଦ ଟଙ୍କା ଫେରସ୍ତ କରିବ...

Related Articles

Popular Categories