ଲୁଟେରା ଝାମ୍ପି ନେଲେ ୫ ଲକ୍ଷ ଟଙ୍କା

ଟିଟିଲାଗଡ଼ : ବ୍ୟାଙ୍କରୁ ଟଙ୍କା କାଢି ଫେରୁଥିବା ସମୟରେ ଲୁଟେରା ଝାମ୍ପି ନେଲେ ଲକ୍ଷ ଲକ୍ଷ ଟଙ୍କା।  ଟିଟିଲାଗଡ଼ ଷ୍ଟେଟ ବ୍ୟାଙ୍କ ରୁ ଟଙ୍କା କାଢି ବାହାରକୁ ଆସୁଥିବା ବେଳେ ଗ୍ରାହକଙ୍କ ଠାରୁ ଲୁଟେରା ୫ ଲକ୍ଷ ଟଙ୍କା ଝାମ୍ପି ନେଇଛନ୍ତି ।  ଟିଟିଲାଗଡ଼ ସ୍ୱାଧୀନପଡା ର ଶିକ୍ଷକ ଅଶୋକ ବେହେରା ଏବଂ ତାଙ୍କ ପୁଅ ସ୍ଥାନୀୟ ଏସବିଆଇ ବ୍ୟାଙ୍କ ରୁ ଟଙ୍କା କାଢି ବାହାରକୁ ଆସିଥିଲେ । ଏହି ସମୟରେ ଏକ ବାଇକରେ ଦ୍ରୁତ ଗତିରେ ଆସି ଦୁଇ ଜଣ ଲୁଟେରା ଟଙ୍କା ବ୍ୟାଗକୁ ଝାମ୍ପି ନେଇଛନ୍ତି । ଏନେଇ ଅଭିଯୋଗ ପାଇ ପୁଲିସ ଆଖପାଖ ମୋବାଇଲ ଦୋକାନର ସିସିଟିଭି ଯାଞ୍ଚ କରୁଛନ୍ତି । ଘଟଣାର ତଦନ୍ତ ଜାରି ରହିଛି।

 

 

 

Comments are closed.