www.samajalive.in
Saturday, December 6, 2025
14.1 C
Bhubaneswar

ବାସ୍ତୁ ଅନୁଯାୟୀ ଏହି ରଙ୍ଗର ବାଲତି ; ଦୂର କରେ ନକରାତ୍ମକ ଶକ୍ତି

ଭାରତବର୍ଷରେ ବାସ୍ତୁ ଶାସ୍ତ୍ରର ଖୁବ ମହତ୍ତ୍ୱ ରହିଛି। ଶାସ୍ତ୍ର ଅନୁଯାୟୀ, ଏଭଳି କିଛି ସ୍ୱତନ୍ତ୍ର ରଙ୍ଗ ରହିଛି,ଯାହାର ପ୍ରଭାବ ଆମ ଜୀବନ ଉପରେ ପଡିଥାଏ। ଏପରି ମଧ୍ୟ କିଛି ରଙ୍ଗ ରହିଛି, ଯାହା ଖୁବ ଶୁଭଫଳ ପ୍ରଦାନ କରିଥାଏ। ସେଭଳି ହିଁ ଏକ ରଙ୍ଗ ହେଉଛି ନୀଳ ରଙ୍ଗ। ଶାସ୍ତ୍ରରେ ନୀଳ ରଙ୍ଗର ଜୀବନରେ କି ପ୍ରଭାବ ପକାଇଥାଏ,ତାହା ମଧ୍ୟ ବର୍ଣ୍ଣନା କରାଯାଇଛି। ଏହା ଜୀବନରେ ଥିବା ଅନେକ ସମସ୍ୟାକୁ ମଧ୍ୟ ଦୂର କରିଥାଏ।
ବାସ୍ତୁ ଅନୁଯାୟୀ, ନୀଳ ରଙ୍ଗ ଖୁବ ଶୁଭ। ଘରର ଗାଧୁଆଘରେ ବିଭିନ୍ନ ପ୍ରକାର ଶକ୍ତିର ପ୍ରଭାବ ରହିଥାଏ। ଯାହା ଜୀବନରେ ବିଭିନ୍ନ ପ୍ରଭାବ ପକାଇଥାଏ। ନକରାତ୍ମକ ଶକ୍ତିର ପ୍ରଭାବ ନଷ୍ଟ କରିବା ପାଇଁ ଗାଧୁଆଘରେ ନୀଳ ରଙ୍ଗର ବାଲତି ରଖନ୍ତୁ। ଏହାଦ୍ୱାରା ଘରେ ସୁଖସମୃଦ୍ଧି ଆସିଥାଏ। ନକରାତ୍ମକ ଶକ୍ତି ଦୂର ହୋଇଥାଏ।
ଗାଧୁଆ ଘରେ ବାଲତି କଦାପି ଖାଲି ରଖନ୍ତୁ ନାହିଁ। ସର୍ବଦା ପାଣି ଭର୍ତ୍ତି କରି ରଖନ୍ତୁ। ଏହାଦ୍ୱାରା ଘରେ ଧନର ଆଗମନ ହୋଇଥାଏ।
ଶାସ୍ତ୍ର ଅନୁଯାୟୀ, ନୀଳ ରଙ୍ଗ ଶନି ଓ ରାହୁଙ୍କ ଅଶୁଭ ପ୍ରଭାବକୁ ଦୂର କରିଥାଏ। ଜାତକରେ ଶନି ଓ ରାହୁଙ୍କ ସ୍ଥିତି ଦୁର୍ବଳ ଥିଲେ ନୀଳ ରଙ୍ଗର ଅଧିକ ବ୍ୟବହାର କରନ୍ତୁ। ନୀଳ ରଙ୍ଗର ବାଲତି,ମଗ୍‌‌ ସହ ରୁମାଲ ମଧ୍ୟ ବ୍ୟବହାର କରିପାରିବେ।

 

- Advertisement -

 

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories