ପୁଇଁତଳା ସାନ ସାହିରେ ଗଜଲକ୍ଷ୍ମୀ ପୂଜା
ଗଞ୍ଜାମ : ଗଞ୍ଜାମ ବିଜ୍ଞାପିତ ଅଂଚଳ ପରିଷଦ ଅନ୍ତର୍ଗତ ପୁଇଁତଳା ଗ୍ରାମର ସାନ ସାହିରେ ପ୍ରଥମ ଥର ପାଇଁ ମା’ ଗଜଲକ୍ଷ୍ମୀ ପୂଜା ମହା ଆଡମ୍ବର ସହକାରେ ପାଳନ ହୋଇଛି । ଫଳରେ ଏଥିପାଇଁ ସମଗ୍ର ଗ୍ରାମ ଏକ ପ୍ରକାର ଉତ୍ସବ ମୁଖରିତ ହୋଇଛି । ଏହି ଉପଲକ୍ଷେ ଏକ କଳସ ଯାତ୍ରା ଅନୁଷ୍ଠିତ ହୋଇଥିଲା । ଏହି କଳସ ଯାତ୍ରାରେ ମହିଳା ମାନେ ସାମିଲ ହେବା ସହ ଚାରି ସାହି ପରିକ୍ରମା କରିଥିଲେ । ପରେ ପୁରହିତଙ୍କ ଦ୍ଵାରା ପାରମ୍ପରିକ ନୀତି ନିୟମ ଅନୁସାରେ ପୂଜା, ହୋମ କାର୍ୟ୍ୟ ଅନୁଷ୍ଠିତ ହୋଇଥିଲା । ପୂଜାରେ କର୍ତା ରୂପେ ହରିହର ବିଶ୍ୱାଳ, ପୂର୍ବତନ କାଉନସିଲର ସୁଷମା ବିଶ୍ୱାଳ ବସିଥିଲେ । ସୁନ୍ଦର ସାଜସଜା ସାଙ୍ଗକୁ ରଙ୍ଗ ବେରଙ୍ଗ ଆଲୋକ ସଜା ଲୋକଙ୍କୁ ମୁଖ୍ୟ ଆକର୍ଷଣ ହୋଇଥିଲା । ଏହି ପୂଜାକୁ ସାହିର ସୁନୀଲ ପଲାଇ, ପ୍ରତାପ ବିଶ୍ୱାଳ, ଜଗା ତରାଇ, ସୁରେନ୍ଦ୍ର ବିଶ୍ୱାଳ, ମଣ୍ଟୁ ଦଳେଇ, ଶ୍ରୀକାନ୍ତ ଦଳେଇ, ପଙ୍କଜ ତରାଇ, ସୁରେନ୍ଦ୍ର ତରାଇ, ସୁଦର୍ଶନ ପଳେଇ, ଖତିଆ ଦଳେଇ, ସଞ୍ଜୟ ପ୍ରଧାନ, ଦେବରାଜ ତରାଇ ପ୍ରମୁଖ ପରିଚାଳନା କରିଥିଲେ ।
Comments are closed.