www.samajalive.in
Saturday, December 6, 2025
15.1 C
Bhubaneswar

୪୭ ଦାଦନ ଶ୍ରମିକଙ୍କୁ ଉଦ୍ଧାର କଲା ପୁଲିସ

ଟିଟିଲାଗଡ଼ : ବଲାଙ୍ଗିର ତଥା ସୋନପୁର ଜିଲା ଅନ୍ତର୍ଗତ ବିଭିନ୍ନ ଗ୍ରାମର ୪୭ ଦାଦନ ଶ୍ରମିକ ଆଜି ଚାଲାଣ ହେଉଥିବା ବେଳେ ଟିଟିଲାଗଡ଼ ପୁଲିସ ଉଦ୍ଧାର କରିଛି  । ଦୁଇଟି ବୋଲେରୋ ଏବଂ ଏକ ମାଲବୁହା ଟିପର ଯୋଗେ ୧୩ ଶିଶୁ ଏବଂ ୧୨ ମହିଳାଙ୍କୁ ଇଟା ଗଢିବା ପାଇଁ ତାମିଲନାଡୁ ରାଜ୍ୟକୁ ଚାଲାଣ ହେଉଥିବା ଜଣାଯାଇଛି  । ଦାଦନ ସର୍ଦାର ଜଣ ପ୍ରତି ପ୍ରତ୍ୟେକ ଶ୍ରମିକଙ୍କୁ ୨୫ରୁ ୩୦ ହଜାର ଟଙ୍କା ଲେଖାଏଁ ବଇନା ଦେଇଥିବା ଜଣାପଡିଛି  । ଟିଟିଲାଗଡ଼ ଥାନା ବ୍ୟାରେକରେ ଗୁପ୍ତ ଭାବରେ ଉଦ୍ଧାର ହୋଇଥିବା ଶ୍ରମିକଙ୍କୁ ରଖାଯାଇଛି  । ଥାନା ଆଇଆଇସି ରଞ୍ଜନ ବରିହା, ଉପଖଣ୍ଡ ଶ୍ରମ ନିରୀକ୍ଷକ ପ୍ରଶାନ୍ତ ସୁନା ଉପସ୍ଥିତ ରହି ଅଧିକ ତଦନ୍ତ ଜାରି ରଖିଛନ୍ତି  ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories