www.samajalive.in
Sunday, December 7, 2025
14.1 C
Bhubaneswar

ରୁଚିକା ଆତ୍ମହତ୍ୟା ଘଟଣା; ଡିସିପିଙ୍କୁ ରିପୋର୍ଟ ମାଗିଲେ ଉଚ୍ଚ ଶିକ୍ଷା ପ୍ରମୁଖ ସଚିବ

ଭୁବନେଶ୍ୱର: ବିଜେବି କଲେଜ ଛାତ୍ରୀ ରୁଚିକା ମହାନ୍ତି ମୃତ୍ୟୁ ଘଟଣା ଏବେ ପୁଣି କଡ଼ ଲେଉଟାଇଛି । ମାମଲାକୁ ନେଇ ଆରମ୍ଭ ହୋଇଛି ତନାଘନା । ଭୁବନେଶ୍ୱର ଡିସିପିଙ୍କୁ ଉଚ୍ଚ ଶିକ୍ଷା ପ୍ରମୁଖ ସଚିବ ରିପୋର୍ଟ ମାଗିଛନ୍ତି । ଆଜି ସୁଦ୍ଧା ତଦନ୍ତର ଅଗ୍ରଗତି ଜଣାଇବାକୁ ସଚିବ ରିପୋର୍ଟ ମାଗିଥିବା ଜଣାପଡ଼ିଛି ।

ସୂଚନା ଥାଉ କି, ରୁଚିକା ମହାନ୍ତିଙ୍କ ଆତ୍ମହତ୍ୟା ପ୍ରସଙ୍ଗରେ ପୂର୍ବରୁ ଡିସିପି ପ୍ରତୀକ ସିଂ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇଥିଲେ । ରୁଚିକାଙ୍କ ଆତ୍ମହତ୍ୟା ରାଗିଂ ପାଇଁ ହୋଇନାହିଁ ବୋଲି କହିଥିଲେ ଡିସିପି । ତାହା ସହ ଏହି ମାମଲାରେ ୧୯୮ ଜଣଙ୍କୁ ପୁଲିସ ପଚରାଉଚରା କରିଥିବା ଡିସିପି କହିଥିଲେ ।

- Advertisement -

ରୁଚିକାର ସମ୍ପର୍କୀୟ, ସାଙ୍ଗ ଓ ହଷ୍ଟେଲ ଷ୍ଟାଫଙ୍କୁ ପଚରାଉଚୁରା କରିଥିଲା ପୁଲିସ । ରୁଚିକା ରୁମରୁ ଯେଉଁ ମୋବାଇଲ୍ ମିଳିଥିଲା, ତାକୁ ଏବେ ଖୋଲିବାକୁ ଚେଷ୍ଟା କରିଥିଲା । ରୁଚିକାଙ୍କ ମୋବାଇଲରୁ ସମସ୍ତ ତଥ୍ୟ ସଂଗ୍ରହ କରାଯାଇଥିଲା । ତାଙ୍କ ଡାଟା ଯେପରି ଡିଲିଟ ନହୋଇ ଫୋନ ଖୋଲିବ ସେ ଦିଗରେ ଚେଷ୍ଟା କରୁଥିବା କହିଥିଲା ପୁଲିସ । ସେଥିପାଇଁ ମୋବାଇଲ ଫୋନକୁ ସିଙ୍ଗାପୁର ପଠାଯାଇଥିଲା । ହେଲେ ଏଯାଏଁ ଏମିତି କିଛି ତଥ୍ୟ ମିଳିନି ଯାହା କଲେଜରେ ତାଙ୍କୁ ରାଗିଂ ହୋଇଛି ବୋଲି ଦର୍ଶାଯାଇପାରିବ ବୋଲି କହିଥିଲେ ଡିସିପି । ରୁଚିକାଙ୍କର କଲେଜ ହଷ୍ଟେଲରେ ରାଗିଂ ହୋଇଥିବା ନେଇ ପୁଲିସକୁ କୌଣସି ସୁରାକ୍ ମିଳିନି ।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories