ନୂଆଦିଲ୍ଲୀ : ବୁଧବାର ଗୋଆରେ ନୌସେନାର ମିଗ୍ ୨୯ -କେ ଯୁଦ୍ଧ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି। ନିୟମିତ ଉଡାଣ ବେଳେ ସମୁଦ୍ର ଉପରେ ଦୁର୍ଘଟଣାଗ୍ରସ୍ତ ହୋଇଛି ଏହି ଯୁଦ୍ଧ ବିମାନ। ଯାନ୍ତ୍ରିତ ତ୍ରୁଟି କାରଣରୁ ମିଗ୍ ୨୯-କେ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଥିବା ଜଣାପଡିଛି। ଦୁର୍ଘଟଣା ପରେ ପାଇଲଟ ବିମାନରୁ ବାହାରିବାରେ ସକ୍ଷମ ହୋଇଥିବା କାରଣରୁ ସେ ସୁରକ୍ଷିତ ଥିବା ନେଇ ଜଣାପଡିଛି। ଉଦ୍ଧାର କାର୍ଯ୍ୟ ଜାରି ରହିଛି। ତଦନ୍ତ ନିର୍ଦ୍ଦେଶ ଦିଆଯାଇଥିବା ନେଇ ଭାରତୀୟ ନୌସେନା ପକ୍ଷରୁ ସୂଚନା ମିଳିଛି।
ସୂଚନା ଯୋଗ୍ୟ, ଜୁଲାଇ ୨୯ରେ ରାଜସ୍ଥାନର ବାରମେରରେ ବାୟୁ ସେନାର ମିଗ୍ -୨୧ ଯୁଦ୍ଧ ବିମାନ ଦୁର୍ଘଟଣା ଗ୍ରସ୍ତ ହୋଇଥିଲା। ଏହି ଦୁର୍ଘଟଣାରେ ବିମାନରେ ଥିବା ଦୁଇଜଣ ପାଇଲଟ୍ ଶହୀଦ୍ ହୋଇଥିଲେ। ମିଗ୍ ଖସିଯିବା ମାତ୍ରେ ନିଆଁ ଲାଗିଗଲା ଏବଂ ଏହା ଜଳିବା ଆରମ୍ଭ ହୋଇଥିଲା।



