www.samajalive.in
Monday, December 15, 2025
14.1 C
Bhubaneswar

ଅର୍ଚ୍ଚନା ଜାଲରେ କେଭି! ପଦବୀ ଲୋଭ ଦେଖାଇ ସଂପର୍କ ଅଭିଯୋଗ, ଫଟୋ ଭାଇରାଲ୍‌

ବଲାଙ୍ଗିର: କଳାହାଣ୍ଡି ଜିଲା କେସିଙ୍ଗା ଝିଅ ଅର୍ଚ୍ଚନା ନାଗଙ୍କ ଗୋଟିଏ ପରେ ଗୋଟିଏ କାରନାମା ପଦାକୁ ଆସିବାରେ ଲାଗିଛି। ରାଜଧାନୀରୁ କଳାହାଣ୍ଡି ଓ ବାଲେଶ୍ୱର ଯାଏ ଚର୍ଚ୍ଚାରେ ଥିବା ଅର୍ଚ୍ଚନା ପ୍ରକରଣରେ ଯୋଡି ହୋଇଛି ବଲାଙ୍ଗିର। ବଲାଙ୍ଗିର ପାଟଣାଗଡ଼ର ପୂର୍ବତନ ବିଧାୟକ ଓ ମନ୍ତ୍ରୀ ତଥା ବିଜେପି ନେତା କନକ ବର୍ଦ୍ଧନ ସିଂହଦେଓ(କେଭି)ଙ୍କ ନାଁ ଯୋଡି ହୋଇଛି। ଆଉ ଖୋଲିଛି ଅର୍ଚ୍ଚନା ଫର୍ଦ୍ଦରେ କେଭିଙ୍କ ରହସ୍ୟମୟ ଭୂମିକା। ବିଜେପିରେ ପଦବୀ ଦେବା ପାଇଁ ଶାରୀରିକ ସଂପର୍କ ସ୍ଥାପନ ଓ ଧମକ ଚମକ। ୨ବର୍ଷ ତଳୁ ଅର୍ଚ୍ଚନାଙ୍କ ଅଭିଯୋଗ ଆଧାରରେ ମାମଲା ରୁଜୁ ହୋଇଛି। ଏଥିସହିତ ସାଂସଦ ପତ୍ନୀ ସଙ୍ଗୀତା ସିଂହଦେଓଙ୍କୁ ମଧ୍ୟ ଅଭିଯୋଗପତ୍ରରେ ଯୋଡିଛନ୍ତି। ଏକଥା ପ୍ରଘଟ ହେବା ପରେ ବଲାଙ୍ଗିର ଜିଲାରେ ଅର୍ଚ୍ଚନା-କେଭି ଚର୍ଚ୍ଚାର ବିଷୟ ପାଲଟିଛି।

ସାମାଜିକ ଗଣମାଧ୍ୟମ ଜରିଆରେ ବନ୍ଧୁତା। ତା’ପରେ ଫଟୋ ଓ ବାର୍ତ୍ତା ଆଦାନ ପ୍ରଦାନ। ସୁଯୋଗ ଦେଖି ଦେହର ମାୟାଜାଲରେ ଛନ୍ଦି ଦେଉଥିଲେ। ତା’ପରେ ଟଙ୍କା ପାଇଁ ବ୍ଲାକମେଲିଂ। ନଶୁଣିଲେ ଶାରୀରିକ ନିର୍ଯ୍ୟାତନା ଅଭିଯୋଗ। ଏଭଳି ମାୟାଜାଲରେ ଜଣଙ୍କ ପରେ ଜଣେ ବଡ ବଡିଆଙ୍କୁ ଛନ୍ଦି ନିଜ ଶିକାର କରୁଥିଲେ ମାୟାବିନୀ ଅର୍ଚ୍ଚନା। କମିଶନରେଟ୍‌‌ ପୁଲିସ ତାଙ୍କୁ ଗିରଫ କରିବା ପରଠୁ ଗୋଟିଏ ପରେ ଗୋଟିଏ ଫର୍ଦ୍ଦ ଖୋଲିବାରେ ଲାଗିଛି। ଆଉ ଏହି ଘଟଣାରେ ବିଜେପିର ଟାଣୁଆ ନେତା କେଭିଙ୍କ ନାଁ ଆଗକୁ ଆସିଛି। ମିଳିଥିବା ସୂଚନା ଅନୁସାରେ, ୨୦୨୦ ନଭେମ୍ବର ୨୫ ତାରିଖରେ ଅର୍ଚ୍ଚନା ଭୁବନେଶ୍ୱର ପୁଲିସ କମିଶନର୍‌‌, କ୍ୟାପିଟାଲ ଥାନା ସହ ମଞ୍ଚେଶ୍ୱର ଥାନାରେ କେଭିଙ୍କ ବିରୋଧରେ ସାଂଘାତିକ ଅଭିଯୋଗ ଆଣିଥିଲେ। ଅଭିଯୋଗପତ୍ରରେ ସେ ଉଲ୍ଲେଖ କରିଥିଲେ ଯେ, ବିଜେପି ଦଳରେ ଭଲ ପଦବୀଟିଏ ଅର୍ଚ୍ଚନାଙ୍କୁ ଦେବା ପାଇଁ କେଭି ପ୍ରତିଶ୍ରୁତି ଦେଇଥିଲେ। ପ୍ରତିଶ୍ରୁତି ଆଳରେ ଶାରୀରିକ ସଂପର୍କ ରଖିଥିଲେ। ପଦବୀ ମିଳିଲାନି। ଅନ୍ୟପଟେ ତାଙ୍କର ଓ ପରିବାରର ଜୀବନ ପ୍ରତି ବିପଦ ରହିଛି। ତାଙ୍କୁ ଜୀବନରୁ ମାରିଦେବାକୁ କେଭିଙ୍କ ସାଂସଦ ପତ୍ନୀ ସଙ୍ଗୀତା ସିଂହଦେଓ ଧମକ ଚମକ ଦେଉଛନ୍ତି ବୋଲି ଅର୍ଚ୍ଚନା ଅଭିଯୋଗ ପତ୍ରରେ ଦର୍ଶାଇଥିଲେ। କ୍ୟାପିଟାଲ ଥାନାରେ ୨୦୨୦ ନଭେମ୍ବର ୨୭ ତାରିଖରେ ଆଇପିସିର ୪୧୭, ୫୦୬ ଓ ୩୪ ଧାରାରେ ମାମଲା ରୁଜୁ ହୋଇଛି। ତେବେ ଏହି ମାମଲାର ତଦନ୍ତ କେଉଁଠି ତାହା ଅସ୍ପଷ୍ଟ ରହିଛି। କିନ୍ତୁ ବିବାଦୀୟ ଅର୍ଚ୍ଚନା ପ୍ରକରଣରେ ଛନ୍ଦି ହୋଇଥିବା ନେତାଙ୍କ ତାଲିକା ଲମ୍ବିବାରେ ଲାଗିଛି।

- Advertisement -

ସତରେ କ’ଣ କେଭି ସଂପର୍କ ରଖିଥିଲେ? ତଥ୍ୟ ପ୍ରମାଣ ନିଜ ପାଖରେ ରଖି ଚତୁରତାର ସହ ବ୍ଲାକମେଲିଂ କରୁଥିବା ଅର୍ଚ୍ଚନା କେଭିଙ୍କ ପାଖରେ ବିଫଳ ହେଲେ କି? ଉପାୟ ଶୂନ୍ୟ ହୋଇ କେଭିଙ୍କୁ ନିନ୍ଦିତ କରିବାକୁ ସେହି ସମାନ(ଶାରିରୀକ ସଂପର୍କ) କୌଶଳ ଆପଣାଇଥିଲେ? ଏମିତି ଅନେକ ପ୍ରଶ୍ନ ଏବେ ସାମ୍ନାକୁ ଆସୁଛି। ତେବେ ବଲାଙ୍ଗିର ଜିଲାରେ କେଭି ଓ ସାଂସଦ ପତ୍ନୀ ସଙ୍ଗୀତାଙ୍କ ସମ୍ମାନକୁ ଏହା ପ୍ରଭାବିତ କରିବ ବୋଲି ଆଶଙ୍କା କରାଯାଉଛି। ବିରୋଧୀଙ୍କୁ ସମାଲୋଚନା କରିବାକୁ ଏହା ଖୋରାକ ଯୋଗାଇଛି। ତେବେ ପ୍ରକୃତ ସତ କ’ଣ ଓ ଅର୍ଚ୍ଚନାଙ୍କ ପେଡ଼ିରେ କେଭିଙ୍କର କିଛି ପ୍ରମାଣ ରହିଛି କି ନାହିଁ ତାହା ଅସ୍ପଷ୍ଟ। ସାମାଜିକ ଗଣମାଧ୍ୟମରେ କେଭିଙ୍କ ସହ ମାୟାବିନୀ ଅର୍ଚ୍ଚନାଙ୍କ ଫଟୋ ଭାଇରାଲ ହେବାରେ ଲାଗିଛି। କେଭିଙ୍କ ସମର୍ଥକଙ୍କ କହିବା ଅନୁସାରେ, ଜଣେ ଆସି ଫଟୋ ଉଠାଇବ। ଲୋକ ପ୍ରତିନିଧି ଭାବେ କେହି ମନା କରିବେ ନାହିଁ। ଯଦି ଫଟୋ ଉଠାଉଥିବା ଲୋକଙ୍କ ଉଦ୍ଦେଶ୍ୟ ଭିନ୍ନ ଥିବ, ତା’ହେଲେ ଲୋକ ପ୍ରତିନିଧି ଦାୟୀ କି? ଭାଇରାଲ ହେଉଥିବା ଫଟୋ କେଉଁଠି ଉଠାଯାଇଛି ଓ ଆଉ ଅଧିକ କିଛି ତଥ୍ୟ ପ୍ରମାଣ ରହିଛି ନା ନାହିଁ ତାହା ତଦନ୍ତ ସାପେକ୍ଷ ବୋଲି ମତପ୍ରକାଶ ପାଉଛି। ଏ ସଂପର୍କରେ ପୂର୍ବତନ ବିଧାୟକ କେଭି ଓ ସାଂସଦ ସଙ୍ଗୀତା ସିଂହଦେଓଙ୍କ ପ୍ରତିକ୍ରିୟା ମିଳିପାରି ନାହିଁ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories