www.samajalive.in
Saturday, December 6, 2025
15.1 C
Bhubaneswar

ପଞ୍ଚାୟତ ଘେରିଲେ ସରପଞ୍ଚ, ଜିଲା ପରିଷଦ ସଭ୍ୟ

ଟିଟିଲାଗଡ଼ : ରାଜ୍ୟ ବିଜେଡିର ଆହ୍ୱାନ କ୍ରମେ ଟିଟିଲାଗଡ଼ ବ୍ଳକର ବିଭିନ୍ନ ପଞ୍ଚାୟତରେ ଘେରାଉ ସହ ବିକ୍ଷୋଭ ପ୍ରଦର୍ଶନ କରାଯାଉଛି। ଖୋଲାଣ ପଞ୍ଚାୟତରେ ସରପଞ୍ଚ ନରେଶ ଅଗ୍ରୱାଲଙ୍କ ନେତୃତ୍ୱରେ ଅନୁଷ୍ଠିତ ବିକ୍ଷୋଭ କାର୍ୟ୍ୟକ୍ରମରେ ରାଜ୍ୟ ଜଳସମ୍ପଦ, ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ଟୁକୁନି ସାହୁଙ୍କ ପ୍ରତିନିଧି ଅରୁଣ ମିଶ୍ର ଯୋଗଦେଇ କେନ୍ଦ୍ରର ବିଜେପି ସରକାର ରାଜ୍ୟର ଗରିବ ଖଟିଖିଆଙ୍କ ଚାଉଳ କାଟିଥିବା, ବିଭିନ୍ନ କ୍ଷେତ୍ରରେ ଅବହେଳା ଜାରି ରଖିଥିବା ଅଭିଯୋଗ କରିଥିଲେ। ଏହି ସମୟରେ ବହୁ ସଂଖ୍ୟାରେ ଦଳର କର୍ମକର୍ତ୍ତା ଯୋଗ ଦେଇ କେନ୍ଦ୍ରର ବିଜେପି ସରକାର ବିରୁଦ୍ଧରେ ନାରାବାଜି କରିଥିଲେ । କୁଶକେଲା ପଞ୍ଚାୟତରେ ଅନୁଷ୍ଠିତ କାର୍ୟ୍ୟକ୍ରମରେ ଜିଲା ପରିଷଦ ସଭ୍ୟ ସଞ୍ଜୟ ବେହେରା ବିକ୍ଷୋଭ କାର୍ୟ୍ୟକ୍ରମର ନେତୃତ୍ୱ ନେଇଥିଲେ ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories