ତେଲେଙ୍ଗାନା : ତେଲେଙ୍ଗାନାର ବିବିନଗରରେ ବୁଧବାର ସକାଳେ ରେଳ ଦୁର୍ଘଟଣା ହୋଇଥିବା ନେଇ ଖବର ମିଳିଛି। ଆନ୍ଧ୍ରପ୍ରଦେଶର ବିଶାଖାପାଟଣାରୁ ତେଲେଙ୍ଗାନାର ସିକନ୍ଦରାବାଦ ଯାଉଥିବା ଗୋଦାବରୀ ଏକ୍ସପ୍ରେସର ଛଅଟି ବଗି ଲାଇନଚ୍ୟୁତ ହୋଇଛି। ସୌଭାଗ୍ୟବଶତଃ ଏହି ଦୁର୍ଘଟଣାରେ କୌଣସି ବ୍ୟକ୍ତି ବିଶେଷଙ୍କର କିଛି କ୍ଷତି କିମ୍ବା କେହି ଆହତ ହୋଇ ନାହାଁନ୍ତି ବୋଲି ପ୍ରାଥମିକ ତଦନ୍ତରୁ ଜଣାପଡିଛି। ଦକ୍ଷିଣ-ମଧ୍ୟ ରେଲୱେର ଅଧିକାରୀ କେଉଁ କାରଣରୁ ଦୁର୍ଘଟଣା ଘଟିଛି, ସେନେଇ ତଦନ୍ତ ଜାରି ରଖିଛନ୍ତି।
ରିପୋର୍ଟ ଅନୁଯାୟୀ, ବିବିନଗର-ଘାଟକେସର ମଧ୍ୟରେ ଗୋଦାବରୀ ଏକ୍ସପ୍ରେସ ରେଳ ଧାରଣାରୁ ଲାଇନଚ୍ୟୁତ ହୋଇଥିଲା। ଅଧିକାରୀଙ୍କ କହିବାନୁଯାୟୀ, ଟ୍ରେନର କୋଚ୍ ଏସ୧ ରୁ ଏସ୪,ଜିଏସ ଓ ଏସଏଲଆର ଧାରଣାରୁ ଖସିଥିଲେ। ଟ୍ରେନର ଯେଉଁ ବଗି ଲାଇଚ୍ୟୁତ ହୋଇ ନଥିଲା, ତାହାକୁ ଅଲଗା କରି ପଠାଯାଇଥିଲା। ଦକ୍ଷିଣ-ମଧ୍ୟ ରେଲୱେ ଯାତ୍ରୀମାନଙ୍କ ସହ ଜଡିତ ତଥ୍ୟ ପାଇଁ ସହାୟତା ନମ୍ବର ୦୪୦୨୭୭୮୬୬୬୬ ଜାରି କରିଛି।
ଟଳିଲା ଅଘଟଣ : ଗୋଦାବରୀ ଏକ୍ସପ୍ରେସ ଲାଇନଚ୍ୟୁତ, ଯାତ୍ରୀ ସୁରକ୍ଷିତ
Popular Categories



