www.samajalive.in
Saturday, December 6, 2025
19.1 C
Bhubaneswar

ଦ୍ୱିତୀୟ ଦିନରେ ବିବିସି କାର୍ଯ୍ୟାଳୟରେ ଆଇଟି ବିଭାଗର ଚଢାଉ

ନୂଆଦିଲ୍ଲୀ : ଦ୍ୱିତୀୟ ଦିନରେ ବିବିସି କାର୍ଯ୍ୟାଳୟରେ ବୁଧବାର ଆୟକର ବିଭାଗ ପକ୍ଷରୁ ଚଢାଉ ଜାରି ରହିଛି। ଦିଲ୍ଲୀ ଓ ମୁମ୍ବାଇ ସ୍ଥିତ କାର୍ଯ୍ୟାଳୟରେ ଚାଲିଛି ଏହି ଚଢାଉ। ଗତକାଲି ୧୨ଟାରୁ ବିବିସି କାର୍ଯ୍ୟାଳୟରେ ଚାଲିଛି ଚଢାଉ। ପ୍ରାୟ ୬୦ ରୁ ୭୦ ଜଣ ଅଧିକାରୀଙ୍କୁ ନେଇ ଗଠିତ ଟିମ୍‌‌ ଯାଞ୍ଚ କରୁଛି।
ସୂଚନା ଯୋଗ୍ୟ, ଗତକାଲି ବିବିସିର ଦିଲ୍ଲୀ କାର୍ୟ୍ୟାଳୟରେ ଆୟକର ବିଭାଗ ପକ୍ଷରୁ ଚଢାଉ କରାଯାଇଥିଲା। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ବିବିସିର କାର୍ୟ୍ୟାଳୟକୁ ସିଲ୍ କରାଯାଇଥିବା ବେଳେ ସମସ୍ତ କର୍ମଚାରୀଙ୍କ ଫୋନ୍ ଜବତ କରାଯାଇଥିଲା । କର୍ମଚାରୀମାନଙ୍କୁ ଘରକୁ ଯିବାକୁ କୁହାଯାଇଥିଲା । ଏହି ଚଢାଉ ସମ୍ପର୍କରେ ବିବିସିର ଲଣ୍ଡନ ମୁଖ୍ୟାଳୟକୁ ମଧ୍ୟ ସୂଚନା ଦିଆଯାଇଥିଲା । ଦିଲ୍ଲୀ ସହିତ ଆୟକର ବିଭାଗ ମୁମ୍ବାଇର ବିବିସି କାର୍ଯ୍ୟାଳୟରେ ମଧ୍ୟ ଚଢାଉ କରିଥିଲା।
ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ୬୦-୭୦ ସଦସ୍ୟଙ୍କୁ ନେଇ ଆୟକର ବିଭାଗ ଟିମ୍ ବିବିସି କାର୍ୟ୍ୟାଳୟରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲେ। କାର୍ୟ୍ୟାଳୟ ଭିତରକୁ ଓ ବାହାରକୁ ଯିବାକୁ ମଧ୍ୟ ରୋକ୍‌‌ ଲଗାଯାଇଛି। ଅନ୍ୟପକ୍ଷରେ ବିବିସିରେ ଆୟକର ବିଭାଗ ଚଢାଉ ଖବର ପାଇବା ପରେ କଂଗ୍ରେସ ଦଳ ସରକାରଙ୍କ ଉପରେ ବର୍ଷିଛି। କଂଗ୍ରେସ ଟ୍ୱିଟ୍ କରି କହିଥିଲା, ପ୍ରଥମେ ସେମାନେ ବିବିସିର ଡକ୍ୟୁମେଣ୍ଟାରୀ ଉପରେ ପ୍ରତିବନ୍ଧକ ଲଗାଇଥିଲେ ଏବଂ ବର୍ତ୍ତମାନ ଆୟକର ବିଭାଗ ବିବିସି ଉପରେ ଚଢାଉ କରିଛି। ଏହା ଏକ ଅଘୋଷିତ ଜରୁରୀକାଳୀନ ପରିସ୍ଥିତି।

Hot this week

ଯୁବତୀଙ୍କୁ ଅସଦାଚରଣ, ସମ୍ପର୍କୀୟ ଦାଦା ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ଏକ ଗ୍ରାମରେ ଜଣେ ଯୁବତୀଙ୍କୁ ଅସଦାଚରଣ...

ସମ୍ବଲପୁରୀ ସିନେମା ‘ସୁଟଆଉଟ ଇନ ସୋନପୁର’ର ଶୁଭ ମହୁରତ

ସମ୍ବଲପୁର: ସମ୍ୱଲପୁରର ସେନପାର୍କ ନିକଟ ଓଡିଶା ସାଂସ୍କୃତିକ ଭବନଠାରେ ଶନିବାର ସାଇଦତ୍ତ...

ସ୍ୱାମୀ ହତ୍ୟାକାରୀ ସ୍ତ୍ରୀକୁ ଆଜୀବନ କାରାଦଣ୍ଡ

ଆଠଗଡ: ଆଠଗଡ ସହରରେ ଘଟିଥିବା ଏକ ହତ୍ୟା ମାମଲା ବିଚାର କରି...

ହଷ୍ଟେଲ ଭିତରେ ପଶି ଆଖିବୁଜା ଗୁଳିମାଡ଼: ୧୧ ମୃତ, ୧୪ ଆହତ

ସମାଜଲାଇଭ ଡେସ୍କ: ଏକ ଶିକ୍ଷାନୁଷ୍ଠାନ ହଷ୍ଟେଲ ଭିତରେ ପଶି ୩ ଅଜ୍ଞାତ...

କଟକସ୍ଥିତ ସମାଜ ମୁଖ୍ୟ କାର୍ଯ୍ୟାଳୟରେ ବାବୁଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ

କଟକ: ଆଜି ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ...

Related Articles

Popular Categories