www.samajalive.in
Saturday, December 6, 2025
17.1 C
Bhubaneswar

କୋଶଲ ରାଜ୍ୟ ଦାବି ନେଇ ଟିଟିଲାଗଡ଼ ବନ୍ଦ

ଟିଟିଲାଗଡ଼ : ସଂଯୁକ୍ତ କ୍ରିୟାନୁଷ୍ଠାନ ସମିତି, କୋଶଲର ଆହ୍ୱାନ କ୍ରମେ ସ୍ୱତନ୍ତ୍ର କୋଶଲ ରାଜ୍ୟ ଦାବିରେ ଆଜି ଟିଟିଲାଗଡ ବନ୍ଦ ପାଳନ ହୋଇଛି। ସକାଳ ୬ ଟାରୁ ମିଳିତ କ୍ରିୟାନୁଷ୍ଠାନ କମିଟି ନେତୃବୃନ୍ଦ ରାସ୍ତାକୁ ଓହ୍ଲାଇଛନ୍ତି। ଏନେଇ ସମସ୍ତ ଦୋକାନ ବଜାର, ଶିକ୍ଷାନୁଷ୍ଠାନ , ସରକାରୀ, ବେସରକାରୀ କାର୍ଯ୍ୟାଳୟ, ଯାନବାହାନ ଚଳାଚଳ ସମ୍ପୂର୍ଣ୍ଣ ଭାବରେ ବନ୍ଦ ହୋଇଛି । କେବଳ ଜରୁରି ସେବାକୁ ବନ୍ଦରୁ ବାଦ୍‌‌ ଦିଆଯାଇଛି। ଆନ୍ଦୋଳନକାରୀ ବିଭିନ୍ନ ସ୍ଥାନରେ ଟାୟାର ଜାଳି ରାସ୍ତା ଅବରୋଧ କରିଛନ୍ତି। କଚେରୀ ଛକରେ ଜାତୀୟ ରାଜପଥ ୫୯ ଉପରେ ଶତାଧିକ ଆନ୍ଦୋଳନକାରୀ ଧାରଣା ଦେଇଛନ୍ତି ।
ବନ୍ଦକୁ ସ୍ଥାନୀୟ କୋଶଲ ମୁକ୍ତି ମୋର୍ଚ୍ଚା, ପଶ୍ଚିମ ଓଡିଶା କୋଶଲ ଯୁବା ମଞ୍ଚ, ଯାଦବ ସଂଘ, ବ୍ରାହ୍ମଣ ସଂଘ, ଗରିବ ସେନା, ବିକାଶ ସେନା, ବ୍ୟବସାୟୀ ସଂଘ, କୃଷକ ସଂଘର୍ଷ ଅଭିଯାନ ସମିତି, ଛାତ୍ର କ୍ରିୟାନୁଷ୍ଠାନ କମିଟି, ଆଦିବାସୀ ସଂଘ, ମୁସଲିମ ସଂଗଠନ, କେପିଏସଏସ, ମାରୱାଡି ଯୁବ ମଞ୍ଚ, ଲକ୍ଷେ ଘର ଗଣ୍ଡା ସମାଜ, ଜିଏସପି ହାଟପଦା ପଡା, ନାରୀ ସଂଗଠନ, କିକ ବକ୍ସିଙ୍ଗ ଏସୋସିଏସନ, ବାପୁଜୀ ସେବା ସଂଘ ଆଦି ଅନେକ ସଂଗଠନ ସମର୍ଥନ କରି ରାସ୍ତାକୁ ଓହ୍ଲାଇଛନ୍ତି। କୋଶଲ ସଂଗ୍ରାମୀ ଘିନୁ ଆଡ଼ଯୁଆଡ଼, ପ୍ରଶାନ୍ତ ଷଡ଼ଙ୍ଗୀ, ନିତ୍ୟା ମାଝୀ, ଦେବସିଂ ମାଝୀ, ବୀରେନ୍ଦ୍ର ବାଗ, ମୁକେଶ ଜୈନ, ଟିକେଲାଲ ବେହେରା, ଦେବେନ୍ଦ୍ର ଜୈନ, ଡ଼ିଲିପ ପଶାୟତ, ଜ୍ଞାନ ସରାଫ, ଅଶୋକ ଭୋଇ, କେଦାର କବାଟ, ଅମିତ ସାହୁ ମାନସିଂ ଯାଦବ, ପୁଲସ୍ତ୍ୟ ତାଣ୍ଡି ମେଘବର୍ଣ୍ଣ କୁମ୍ଭାର ପ୍ରମୁଖ ଉପସ୍ଥିତ ଅଛନ୍ତି। ଦାଦନ ଗଡ଼, ଅବହେଳିତ ପଶ୍ଚିମ ଓଡିଶାର ବିକାଶ ପାଇଁ ସ୍ୱତନ୍ତ୍ର କୋଶଲ ରାଜ୍ୟ ଦାବି ଯଥାର୍ଥ ,ଏହାକୁ ସରକାର ତୁରନ୍ତ ପୂରଣ କରିବା ଉଚିତ ବୋଲି ଧାରଣା ସଭାରେ ମତପ୍ରକାଶ କରିଛନ୍ତି । ପ୍ରଶାସନ ପକ୍ଷରୁ ବନ୍ଦକୁ ଦୃଷ୍ଟିରେ ରଖି ସହରର ବିଭିନ୍ନ ଛକରେ ବ୍ୟାପକ ପୁଲିସ ମୁତୟନ କରାଯାଇଛି।

Hot this week

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

Related Articles

Popular Categories