www.samajalive.in
Saturday, December 6, 2025
15.1 C
Bhubaneswar

ମାତୃପୁରୀର ୩୧ ତମ ପ୍ରତିଷ୍ଠା ଦିବସ ପାଳିତ

ରେଙ୍ଗାଲିକ୍ୟାମ୍ପ : ଅତାବିରା ବିଜ୍ଞାପିତ ଅଞ୍ଚଳ ପରିଷଦ ଅନ୍ତର୍ଗତ ଲାଦରପାଲି ସ୍ଥିତ ଶ୍ରୀ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷା କେନ୍ଦ୍ର ମାତୃପୁରୀ ରେ ୩୧ ତମ ପ୍ରତିଷ୍ଠା ଦିବସ ଓ ପବିତ୍ର ଶିଶୁ ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ବବୃବାହନ ମିଶ୍ରଙ୍କ ପରିଚାଳନାରେ ତଥା ଅଧ୍ୟକ୍ଷ ଶ୍ରୀ ଟିକେଲାଲ ଚାନ୍ଦଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଭାବରେ ଅତାବିରା ଗୋଷ୍ଠୀ ଶିକ୍ଷା ଅଧିକାରୀ ସୁଶ୍ରୀ ମିଶ୍ରାଣୀ କୁମ୍ଭାର ,ସମ୍ମାନିତ ଅତିଥି ରୂପେ ଶ୍ରୀ ମୁନିରାମ କୁମ୍ଭାର ,ମନୋରଞ୍ଜନ ଲୁହା,ସଭାପତି ଶେଷଦେବ ନାଏକ ,ସରୋଜ କୁମାର ରଥ ଯୋଗ ଦେଇଥିଲେ।
ଶ୍ରୀ ନିରଂଜନ ପାସାୟେତଙ୍କ ସଂଯୋଜନାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମିଲନିକା ନନ୍ଦଙ୍କ ନିର୍ଦ୍ଦେଶନାରେ ଛାତ୍ରଛାତ୍ରୀ ଆବାହନୀ ସଙ୍ଗୀତ ପରିବେଷଣ କରିଥିଲେ। କାର୍ଯ୍ୟକ୍ରମରେ ସମ୍ପାଦକ ଶ୍ରୀ କୃଷ୍ଣଚନ୍ଦ୍ର ପ୍ରଧାନ ,ସୁଶ୍ରୀ ପ୍ରଧାନ,ସସ୍ମିତା ମିଶ୍ର,ଜିଲ୍ଲା ସଂଗଠକ ଶ୍ରୀ ଦେବରାଜ ବେହେରାଙ୍କ ଦିଗ ଦର୍ଶନରେ ତଥା ଶିକ୍ଷକ ସୁନୀଲ ଖମାରୀ,ରାମଚନ୍ଦ୍ର ପ୍ରଧାନ,ଜୟଶ୍ରୀ ନନ୍ଦ,ସରିତା ପ୍ରଧାନ ତଥା ଅନୁଷ୍ଠାନର ଅନ୍ୟ ସମସ୍ତ ଭାଇ ଅପା ସକ୍ରିୟ ସହଯୋଗ କରିଥିଲେ ଓ ବିଦ୍ୟାଳୟର କଳା ,ସାଂସ୍କୃତିକ ପରିଷଦର ଛାତ୍ରଛାତ୍ରୀ ମାନେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଶଣ କରିଥିଲେ। ଶେଷରେ ଶ୍ରୀ ଯତୀନ୍ଦ୍ର ପ୍ରଧାନ କୃତଜ୍ଞତା ପ୍ରଦାନ କରିଥିଲେ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories