www.samajalive.in
Saturday, December 6, 2025
16.1 C
Bhubaneswar

ତିତଲି କ୍ଷୟକ୍ଷତି: ବିସ୍ତୃତ ରିପୋର୍ଟ ପରେ କେନ୍ଦ୍ର ସରକାରଙ୍କୁ ଅବଗତ କରାଯିବ

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ସୋମବାର ତିତଲି ବାତ୍ୟା ଓ ବନ୍ୟାର କ୍ଷୟକ୍ଷତି ଆକଳନ ଓ ପ୍ରସ୍ତୁତି ସମୀକ୍ଷା  କରାଯାଉଛି । କ୍ଷତିଗ୍ରସ୍ତ ଅଞ୍ଚଳ ଗୁଡିକର ବିସ୍ତୃତ ରିପୋର୍ଟ ଦେବା ପାଇଁ ସମ୍ପୃକ୍ତ ଜିଲାପାଳମାନଙ୍କୁ ନିର୍ଦେଶ ଦିଆଯାଇଛି । ରିପୋର୍ଟ ଆଧାରରେ କ୍ଷତିଭରଣା ପାଇଁ କେନ୍ଦ୍ର ସରକାରଙ୍କ ନିକଟରେ ଦାବି ଉପସ୍ଥାପନ କରାଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

ସିଆରସି ବିଷ୍ଣୁପଦ ସେଠୀଙ୍କ ସୂଚନା ଅନୁଯାୟୀ, ବନ୍ୟା ପ୍ରଭାବିତ ଅଞ୍ଚଳରେ ପରିସ୍ଥିତିରେ ସୁଧାର ଆସିଛି । ଗଞ୍ଜାମ, ଗଜପତି ଓ ରାୟଗଡା ଜିଲାରେ ପରିସ୍ଥିତି ସ୍ୱାଭାବିକ ରହିଛି । ଆସ୍କା ଅଞ୍ଚଳରେ ବିଦ୍ୟୁତ ସେବା, ଜଳ ଯେଗାଣ ୯୦ ପ୍ରତିଶତ ସୁଧାର ଆସିଥିବା ବେଳେ ଗୁଣୁପୁର ଓ ଗଜପତିରେ ଅଧିକାଂଶ କାମ ଶେଷ ହୋଇଛି । ରାୟଗଡାରେ ୩ ଟି ଓଡ୍ରାଫ ଟିମ କାର୍ଯ୍ୟରତ ଅଛନ୍ତି । ବନ୍ୟା ମୁକାବିଲା ତଦାରଖ ପାଇଁ ମୁଖ୍ୟଶାସନ ସଚିବ ଗଜପତି ଯାଇଛନ୍ତି। ନିଖୋଜ ଘଟଣାର ଅନୁଧ୍ୟାନ ଚାଲିଛି। ଯଦି କୌଣସି ବ୍ୟକ୍ତି ନିଖୋଜ ହୋଇଥିବା ଜଣାପଡ଼େ ତେବେ ତାଙ୍କ ନିକଟ ସମ୍ପର୍କୀୟ ସ୍ଥାନୀୟ ଅଧିକାରୀଙ୍କୁ ସୂଚନା ଦେଇପାରିବେ। ଉକ୍ତ ସୂଚନା ଆଧାରରେ ଅନୁଧ୍ୟାନ କରାଯିବ। ବିଭିନ୍ନ ନଦୀରେ ଜଳସ୍ତର ହ୍ରାସ ପାଇଛି।

Hot this week

ଶୀତଦିନେ ଗରମ ପାଣିରେ ଗାଧୋଉଛନ୍ତି କି? ସାବଧାନ, ହେବ ବଡ ବିପଦ

ସମାଜ ଡିଜିଟାଲ ଡେସ୍କ: ଶୀତଦିନେ ଗରମ ପାଣିରେ ଗାଧୋଇବା ବହୁତ ଆରାମଦାୟକ...

ଚୀନ୍‌ ଗଣମାଧ୍ୟମର ଉଚ୍ଚ ପ୍ରଶଂସା

ବେଜିଂ : ରୁଷ୍‌ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନଙ୍କ ଦୁଇ ଦିନିଆ ଭାରତ...

ଟିଏମ୍‌ସି ସାଂସଦଙ୍କୁ ସମ୍ବିତ ପାତ୍ରଙ୍କ କଡ଼ା ଜବାବ

‘ଓଡ଼ିଶାରେ ବାଂଲାଦେଶୀଙ୍କ ସ୍ଥାନ ନାହିଁ ’ ନୂଆଦିଲ୍ଲୀ : ଲୋକସଭା ଶୂନ୍ୟକାଳରେ ବାଂଲାଦେଶୀ...

ଇତ​ରେ ଦେଲେ ଉପଦେଶ…

ନର୍ମଦା ନଦୀର ତୀର ଦେଶରେ ଏକ ବିଶାଳ ବଟବୃକ୍ଷ କାହିଁ କେଉଁ...

ସମ୍ପାଦକୀୟ: ଇଣ୍ଡିଗୋ ସଂକଟ

ଭାରତୀୟ ବିମାନ ସେବା ଇତିହାସରେ ନିକଟ ଅତୀତରେ ଘଟିଥିବା ସବୁଠାରୁ ବଡ଼...

Related Articles

Popular Categories