କଟକ: ମହାନଦୀର ବନ୍ୟାର ପ୍ରଖର ସ୍ରୋତରେ ଭାସି ଯାଇଥିବା ୫ଟି ହାତୀ କୂଳରେ ଲାଗିଥିବା ଜଣାପଡିଛି। ୫ଟି ହାତୀ ମଧ୍ୟରୁ ଗୋଟିଏ ହାତୀ ଅନନ୍ତପୁର, ୩ଟି ନରାଜ ପାଖ କୂଳରେ ଓ ଅନ୍ୟ ଏକ ସ୍ଥାନରେ ଗୋଟିଏ ହାତୀ କୂଳରେ ଲାଗିଛନ୍ତି।
ସୂଚନାଯୋଗ୍ୟ ଯେ, ଆଠଗଡ଼ରୁ ଚନ୍ଦକା ଯିବା ବେଳେ ମହାନଦୀରେ ବନ୍ୟାର ପ୍ରଖର ସୁଅରେ ୫ଟି ହାତୀ ଭାସି ଯାଇଥିବାର ଆଠଗଡ ରେଞ୍ଜର ରବିନ୍ଦ୍ର ନାଥ ନାୟକ ସୂଚନା ଦେଇଥିଲେ। ହାତୀ ଗୁଡିକର ଉଦ୍ଧାର ପାଇଁ ବନ ବିଭାଗ କର୍ମଚାରୀ ଘଟଣାସ୍ଥଳକୁ ଯାଇଥିଲେ। ହାତୀ ପଲରେ ମୋଟ ୨୦ଟି ହାତୀ ଥିବା ବେଳେ ୫ଟି ଭାସି ଯାଇଥିଲେ।
କୂଳରେ ଲାଗିଲେ ଭାସି ଯାଇଥିବା ହାତୀ ପଲ
Popular Categories



