www.samajalive.in
Sunday, December 7, 2025
15.1 C
Bhubaneswar

ଅଣହିନ୍ଦୁ ବୋଲି ‘ଗର୍‍ବା’ରୁ ତଡ଼ି ଦେଲେ

ଭଦୋଦରା: ଅଣହିନ୍ଦୁ ହୋଇଥିବାରୁ ଜଣେ ବୈଜ୍ଞାନିକଙ୍କୁ ଗର୍‍ବା ଉତ୍ସବରୁ ତଡ଼ି ଦିଆଯାଇଛି। ଆମେରିକାର ଆଟଲାଣ୍ଟାରେ ଘଟିଛି ଏହି ଘଟଣା। ଅଭିଯୋଗ ଅନୁଯାୟୀ, ଭଦୋଦରାରେ ଜନ୍ମିତ କରନ୍‍ ଜାନି ନାମକ ଏହି ବୈଜ୍ଞାନିକ ଜଣକ ଗତ କିଛି ବର୍ଷ ହେଲା ଆମେରିକାରେ ସ୍ଥାୟୀ ଭାବେ ବସବାସ କରୁଛନ୍ତି। ପବିତ୍ର ନବରାତ୍ର ଉପଲକ୍ଷେ ଗତ ଶୁକ୍ରବାର ଆଟଲାଣ୍ଟା ସ୍ଥିତ ଶ୍ରୀଶକ୍ତି ମନ୍ଦିରରେ ଗର୍‍ବା ଉତ୍ସବ ଆୟୋଜିତ ହୋଇଥିଲା। ଉତ୍ସବରେ ଭାଗ ନେବା ପାଇଁ କରନ୍‍ ତାଙ୍କ ତିନି ଜଣ ବନ୍ଧୁଙ୍କ ସହିତ ଯାଇଥିଲେ। କିନ୍ତୁ ତାଙ୍କ ସାଂଜ୍ଞା ଅଣହିନ୍ଦୁ ପରି ଲାଗୁଥିବାରୁ ସେଠାକାର ଆୟୋଜକମାନେ ତାଙ୍କୁ ଓ ବନ୍ଧୁଙ୍କୁ ତଡ଼ି ଦେଇଥିଲେ। ବିଗତ ୬ ବର୍ଷ ଧରି ସେଠାରେ ଗର୍‍ବାକୁ ଭାଗ ନେବାକୁ ଯାଉଥିଲେ ମଧ୍ୟ ଏଭଳି ଅଘଟଣ କେବେ ଘଟି ନଥିବା କରନ୍‍ କହିଛନ୍ତି। ସେହିପରି କରନ୍‍ଙ୍କ ଜଣେ ବନ୍ଧୁ ଉତ୍ସବର ଆୟୋଜକଙ୍କୁ ନିଜ ପରିଚୟ ପତ୍ର ଦେଖାଇଥିଲେ। ମୁରଦେଶ୍ୱର ସାଂଜ୍ଞାଧାରୀ ସେହି ଯୁବତୀ ଜଣକ ମରାଠୀ ଓ କନ୍ନଡ଼ରେ ଜନ୍ମିତ ବୋଲି ପ୍ରମାଣ ଦେବାକୁ ଚେଷ୍ଟା କରିଥିଲେ ମଧ୍ୟ ଆୟୋଜକମାନେ ତାଙ୍କୁ ବିଦ୍ରୂପ କରିଥିଲେ। କରନ୍‍ ଏହି ଘଟଣା ଫେସ୍‍ବୁକ୍‍ ଓ ଅନ୍ୟାନ୍ୟ ସୋସିଆଲ୍‍ ମିଡିଆରେ ସେୟାର କରିବା ପରେ ଘଟଣା ସାମ୍ନାକୁ ଆସିଛି। ଏହାପରେ କରନ୍‍ଙ୍କୁ ମନ୍ଦିର ପ୍ରଶାସନ ଏକ ପତ୍ର ଲେଖିଛିନ୍ତି। ମନ୍ଦିରରେ ଜାତିଭେଦର ସ୍ଥାନ ନାହିଁ କି ମନ୍ଦିର ପ୍ରଶାସନ ଏହାକୁ ପ୍ରଶ୍ରୟ ଦିଏ ନାହିଁ। ଏ ଘଟଣା ବିଷୟରେ ମନ୍ଦିର କର୍ତ୍ତୃପକ୍ଷ ଅବଗତ ନୁହନ୍ତି ବୋଲି ଉଲ୍ଲେଖ କରି ମନ୍ଦିର ପ୍ରଶାସନ ଘଟଣା ପାଇଁ କ୍ଷମାପ୍ରାର୍ଥନା କରିଛନ୍ତି।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories