www.samajalive.in
Monday, December 15, 2025
16.1 C
Bhubaneswar

ତିର୍ତ୍ତୋଲ ବିଧାୟକଙ୍କ ନାମରେ ପ୍ରେମିକା ସୋମାଲିକାଙ୍କ ଏତଲା

ଜଗତସିଂହପୁର: ତିର୍ତ୍ତୋଲ ବିଧାୟକ ବିଜୟଶଙ୍କର ଦାସ ତାଙ୍କ ପ୍ରେମିକା ସୋମାଲିକାଙ୍କୁ କଥା ଦେଇ ବିବାହ ପଞ୍ଜୀକରଣ ପାଇଁ ନଆସିବାରୁ ଶନିବାର ସୋମାଲିକା ଜଗତସିଂହପୁର ଥାନାରେ ବିଜୟଶଙ୍କରଙ୍କ ବିରୋଧରେ ଏତଲା ଦେଇଛନ୍ତି। ସେଥିରେ ବିଜୟଶଙ୍କର ଏକ ସେକ୍ସ ରାକେଟ୍‍ ଚଳାଇଛନ୍ତି, ସୋମାଲିକାଙ୍କୁ ଆଇନ ସହାୟତା କରୁଥିବା ମହିଳାଙ୍କୁ ସେ ଓ ତାଙ୍କ ସମ୍ପର୍କୀୟ ବୋମା ପକାଇ ଉଡାଇ ଦେବାକୁ ଧମକ ଦେଉଥିବା ଏତଲାରେ ଉଲ୍ଲେଖ ରହିଛି। ପୁଲିସ ଅଭିଯୋଗ ଅନୁସାରେ ବିଜୟଶଙ୍କରଙ୍କ ସମେତ ୯ଜଣଙ୍କ ବିରୋଧରେ ମାମଲା ରୁଜୁ କରି ତଦନ୍ତ ଚଳାଇଛି।

ତିର୍ତ୍ତୋଲ ବିଧାୟକ ବିଜୟଶଙ୍କର ଦାସ (ପୂର୍ବତନ ମନ୍ତ୍ରୀ ସ୍ୱର୍ଗତ ବିଷ୍ଣୁ ଦାସଙ୍କ ପୁଅ) ଦୀର୍ଘଦିନ ହେଲା ସ୍ଥାନୀୟ ଦେଉଳିଗ୍ରାମେଶ୍ୱରର ସଂଗ୍ରାମକେଶରୀ ଦାଶଙ୍କ ଝିଅ ସୋମାଲିକାଙ୍କୁ ପ୍ରେମ କରୁଥିଲେ। ବିଷ୍ଣୁ ଦାସଙ୍କ ପରଲୋକ ପରେ ଉପନିର୍ବାଚନରେ ବିଜୟଶଙ୍କର ବିଧାୟକ ଭାବେ ନିର୍ବାଚିତ ହେବା ପରେ ମଧ୍ୟ ସେମାନଙ୍କ ମଧ୍ୟରେ ସମ୍ପର୍କ ନିବିଡ ଥିଲା। ତେବେ ପ୍ରାୟ ୬ମାସ ତଳୁ ସେମାନଙ୍କ ସମ୍ପର୍କରେ ଫାଟ ସୃଷ୍ଟି ହୋଇଥିଲା। ଫଳରେ ଗତ ପଞ୍ଚାୟତ ନିର୍ବାଚନ ପୂର୍ବରୁ ସୋମାଲିକା ସାମାଜିକ ଗଣମାଧ୍ୟମରେ ତାଙ୍କ ସହ ବିଜୟଶଙ୍କର ଉଠାଇଥିବା ନିବିଡ ସମ୍ପର୍କର ଫଟୋ ପ୍ରଘଟ କରିଥିଲେ। ବିଜୟଶଙ୍କର ଜଣେ ବିଧାୟକ ହୋଇଥିବାରୁ ସେହି ଫଟୋଗୁଡିକ ଘୂରି ବୁଲିଲା ଓ ସେ ବିଭିନ୍ନ ସ୍ଥାନରେ ସମାଲୋଚିତ ହେଲେ; ତେବେ ସେମାନଙ୍କ ସମ୍ପର୍କ ଆଉ ସୁଧୁରିଲା ନାହିଁ।

- Advertisement -

ଗତ ମେ ୧୩ ତାରିଖରେ ବିଜୟଶଙ୍କରଙ୍କ ବିରୋଧରେ ବଳାତ୍କାର ଅଭିଯୋଗ ହୋଇଥିଲା। ଏହା ପରେ ଉଭୟ ପକ୍ଷର ଭଦ୍ରଲୋକଙ୍କ ଉପସ୍ଥିତିରେ ସମାଧାନ ପାଇଁ ଆଲୋଚନା ହୋଇଥିଲା। ସେହିଠାରେ ସ୍ଥିର ହେଲା ଯେ, ମେ ୧୭ତାରିଖରେ ସେମାନେ ଜଗତସିଂହପୁର ଉପନିବନ୍ଧକଙ୍କ କାର୍ଯ୍ୟାଳୟରେ ବିବାହ ପଞ୍ଜୀକରଣ ପାଇଁ ଆବେଦନ କରିବେ। ୩୦ଦିନ ପରେ ସେମାନେ ବିବାହ ପଞ୍ଜୀକରଣ କରାଇ ବିବାହ ତାରିଖ ସ୍ଥିର କରିବେ। ମେ ୧୭ତାରିଖରେ ବିଜୟଶଙ୍କର ଉପନିବନ୍ଧକଙ୍କ କାର୍ଯ୍ୟାଳୟରେ ହାଜର ହୋଇ ବିବାହ ପଞ୍ଜୀକରଣ ପାଇଁ ସୋମାଲିକାଙ୍କ ସହ ଆବେଦନ କରିଥିଲେ। ୩୦ଦିନ ପୂରିବା ପରେ ଜୁନ ୧୭ତାରିଖରେ ସୋମାଲିକା ନିଜ ସମ୍ପର୍କୀୟଙ୍କ ସହ କାର୍ଯ୍ୟାଳୟରେ ପହଞ୍ଚି ଦିନ ୧୧ଟାରୁ ୪ଟା ପର୍ଯ୍ୟନ୍ତ ଅପେକ୍ଷା କଲେ; ମାତ୍ର ବିଜୟଶଙ୍କର ଆସିଲେ ନାହିଁ। ତେଣୁ ଶନିବାର ଅପରାହ୍ଣ ପ୍ରାୟ ୧ଟାରେ ସୋମାଲିକା ଜଗତସିଂହପୁର ଥାନାରେ ପହଞ୍ଚି ବିଜୟଶଙ୍କରଙ୍କ ବିରୋଧରେ ଏତଲା ଦେଇଛନ୍ତି। ସେଥିରେ ସେ ୧୦ଟି ଅଭିଯୋଗ ଉଲ୍ଲେଖ କରିଛନ୍ତି। ସୋମଲିକାଙ୍କ ଏତଲା ଅନୁସାରେ ପୁଲିସ ବିଧାୟକ ବିଜୟଶଙ୍କର, ତାଙ୍କ ଦାଦା ମାନସ ଦାସ, ସମ୍ପର୍କୀୟ ଦିଲୀପ ଦାସ, ସୁଜିତ ଦାସ, ତୁଷାର ବିଶ୍ୱାଳ, ସରୋଜ ସ୍ୱାଇଁ, ବସନ୍ତ ମହାପାତ୍ର ଓ ମନୋଜ ଭୋଇଙ୍କ ସମେତ ଅନ୍ୟମାନଙ୍କ ନାମରେ ମାମଲା ରୁଜୁ କରିଛି।

Hot this week

ମୁମ୍ବଇରେ ମେସି ମାନିଆ

ମୁମ୍ବଇ : ବିଶ୍ବବିଜେତା ଆର୍ଜେଣ୍ଟିନା ଫୁଟ୍‌ବଲ ଦଳର ଅଧିନାୟକ ଲିଓନେଲ୍ ମେସି...

ମେସିଙ୍କୁ ଜର୍ସି ଉପହାର ଦେଲେ ସଚିନ

ମୁମ୍ବଇ :କ୍ରିକେଟ୍ କିମ୍ବଦନ୍ତୀ ସଚିନ ତେନ୍ଦୁଲକରଙ୍କୁ କ୍ରିକେଟ ଜଗତର ସବୁଠାରୁ ବଡ...

ବର୍ଦ୍ଧିତ ବେତନ ଦାନ କରିବେ ବରଗଡ଼ ବିଧାୟକ

ବରଗଡ଼ : ଓଡ଼ିଶା ସରକାର ବିଧାୟକ ଓ ମନ୍ତ୍ରୀମାନଙ୍କ ଦରମା ବୃଦ୍ଧି...

ରାସ୍ତାକଡରୁ ରକ୍ତ ଜୁଡୁବୁଡୁ ମୃତଦେହ ଠାବ

ବିନିକା : ବିନିକା ଡୁଙ୍ଗୁରିପାଲି ଥାନା ଖୁଣ୍ଟପାଲି ଗାଁ ନିକଟରେ ଅଭାବନୀୟ...

ଜାତିସଂଘ ଶିବିର ଉପରେ ଡ୍ରୋନ୍‌ ମାଡ଼: ସୁଦାନରେ ୬ ବାଂଲାଦେଶୀ ଯବାନ ମୃତ

ଖାର୍ଟୁମ: ଆଫ୍ରିକୀୟ ରାଷ୍ଟ୍ର ସୁଦାନରେ ଥିବା ଜାତିସଂଘ ଶିବିର ଉପରେ ଡ୍ରୋନ୍‌...

Related Articles

Popular Categories