www.samajalive.in
Monday, December 15, 2025
16.1 C
Bhubaneswar

ପ୍ରେମ ଓ ଶୃଙ୍ଖଳା ସ୍କାଉଟ୍ସ ଗାଇଡ୍ସର ଆଦର୍ଶ : ରାଜ୍ୟପାଳ

ଭୁବନେଶ୍ବର: ଜୀବନ ଆଉ ମୃତ୍ୟୁ ହେଉଛି ରହସ୍ୟମୟ। ସାରା ବିଶ୍ବ ଏଥିରୁ ବାଦ ପଡିନାହିଁ। ରହସ୍ୟରେ ରହସ୍ୟ ଭରି ରହିଛି। ରହସ୍ୟ ଉନ୍ମୋଚନ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଛି ବିଜ୍ଞାନ। ଏହାଦ୍ବାରା ସତ୍ୟ ପ୍ରକାଶିତ ହୋଇଥାଏ। ଏଥିପାଇଁ ଲୋଡା କରୁଣା, ପ୍ରେମ ଓ ମାନବିକତା। ଏହି ଆଦର୍ଶରେ ଉଦବୁଦ୍ଧ ହୋଇ ଜୀବନକୁ ସାର୍ଥକ କରିବା ପାଇଁ ସ୍କାଉଟ ଓ ଗାଇଡ୍ସ ପ୍ରେରଣା ଦେଇଥାଏ ବୋଲି କହିଛନ୍ତି ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ।
ଓଡିଶା ରାଜ୍ୟ ଭାରତ ସ୍କାଉଟ୍ସ ଓ ଗାଇଡ୍ସର ରାଜ୍ୟ ପୁରସ୍କାର ଉତ୍ସବ ଜୟଦେବ ଭବନଠାରେ ଅନୁଷ୍ଠିତ ହୋଇଯାଇଛି।

ମୁଖ୍ୟ ଅତିଥିଭାବେ ଯୋଗଦେଇ ରାଜ୍ୟପାଳ ପ୍ରଫେସର ଲାଲ କହିଲେ ଯେ, ଆମ ସ୍ଥିତିର ଅନ୍ତିମ ସତ୍ୟ ହେଉଛି ପ୍ରେମ। ପ୍ରେମର ଆଧାରରେ ସାରା ବ୍ରହ୍ମାଣ୍ଡ ପ୍ରତିଷ୍ଠିତ। ଏହା ଏକ ଶୃଙ୍ଖଳାରେ ପରିଚାଳିତ। ଏହି ପ୍ରେମ ସ୍କାଉଟ ଓ ଗାଇଡ୍ସର ମୂଳ ଆଦର୍ଶ। କାର୍ଯ୍ୟକ୍ରମରେ ଅନୁଷ୍ଠାନର ସଭାପତି ତଥା ଖାଦ୍ୟ ଯୋଗାଣ ଓ ସମବାୟ ବିଭାଗ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ ଯୋଗଦେଇ କହିଲେ ଯେ, ଶୃଙ୍ଖଳା ଓ ଭାଇଚାରାରେ ଏହି ଅନୁଷ୍ଠାନ ପ୍ରମୁଖ ଭୂମିକା ଗ୍ରହଣ କରିଛି। ଭବିଷ୍ୟତରେ ଓଡିଶା ରାଜ୍ୟ ସ୍କାଉଟ ଓ ଗାଇଡ୍ସ ଏକ ନମ୍ବର ହେବ।

- Advertisement -

ଅନ୍ୟତମ ଅତିଥିଭାବେ ‘ସମାଜ’ର ମୁଦ୍ରାକର ଓ ପ୍ରକାଶକ ନିରଞ୍ଜନ ରଥ ଯୋଗଦେଇ ସ୍କାଉଟ ଓ ଗାଇଡ୍ସର କାର୍ଯ୍ୟକୁ ପ୍ରଶଂସା କରିବା ସହିତ ଆଗକୁ ଏହି ଦିଗରେ ଲକ୍ଷ୍ୟ ହାସଲ କରିବେ ଏବଂ ସମାଜ ସଂସ୍କାର ଦିଗରେ ପ୍ରମୁଖ ଭୂମିକା ଗ୍ରହଣ କରିବେ ବୋଲି ମତ ଦେଇଥିଲେ। ଏହି ଅବସରରେ ସମସ୍ତ ପୁରସ୍କୃତ ପ୍ରତିଭାଙ୍କୁ ସାଧୁବାଦ ଜଣାଇଥିଲେ।

କାର୍ଯ୍ୟକ୍ରମରେ ଅନ୍ୟ ଅତିଥିମାନଙ୍କ ମଧ୍ୟରେ ବିଧାୟକ ଅନନ୍ତ ନାରାୟଣ ଜେନା, ଉପସଭାପତି ମନୋରଞ୍ଜନ ମହାନ୍ତି, ମହିଳା ଆୟୁକ୍ତ ଡ. ମିନତି ବେହେରା, ରାଜ୍ୟପାଳଙ୍କ ପ୍ରମୁଖ ସଚିବ ଶାଶ୍ବତ ମିଶ୍ର, ସ୍କାଉଟ ଓ ଗାଇଡ୍ସର ମୁଖ୍ୟ ଆୟୁକ୍ତ ଡ. କାଳିପ୍ରସାଦ ମିଶ୍ର, ରାଜ୍ୟ ସମ୍ପାଦକ ଶରତଚନ୍ଦ୍ର ପାଇକରାୟ ପ୍ରମୁଖ ଯୋଗଦେଇ ବକ୍ତବ୍ୟ ରଖିଥିଲେ। ଏହି ଅବସରରେ ୧୦୮ ଜଣ ପ୍ରତିଭାଙ୍କୁ ପୁରସ୍କୃତ କରାଯାଇଥିଲା। ୨୯ ଜିଲାରୁ ଦୁଇ ଜଣ ଲେଖାଏଁ ସ୍କାଉଟ ଓ ଗାଇଡ୍ସଙ୍କ ସମେତ ୧୧ ଜିଲାର କବ୍‌ ବୁଲବୁଲ ଏବଂ ୧୪ ଜିଲାର ଦୁଇ ଜଣ ଲେଖାଏଁ ରୋଭର ରେଞ୍ଜରଙ୍କୁ ପୁରସ୍କୃତ କରାଯାଇଥିଲା। ଏହାସହିତ ୭ ଜିଲାରୁ କ୍ୟାମ୍ପୋରୀ ପରିଚାଳନା ପାଇଁ ୭ ଜଣ ଓ ସ୍କାଉଟ ସଂଗଠନ କାର୍ଯ୍ୟକୁ ବ୍ୟାପକ କରିବା କ୍ଷେତ୍ରରେ ଅବଦାନ ପାଇଁ ୩ ଜଣଙ୍କୁ ମାନପତ୍ର ଦିଆଯାଇ ସ୍ବତନ୍ତ୍ରଭାବେ ପୁରସ୍କୃତ କରାଯାଇଥିଲା। କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ ରାଜ୍ୟ ସଂଗଠନ ଆୟୁକ୍ତ ଅନାମିକା ଦାସ। ଶେଷରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଉତ୍ସବରେ ୫୦୦ରୁ ଅଧିକ ସ୍କାଉଟ, ଗାଇଡ, ରୋଭର, ରେଞ୍ଜର, କବ, ବୁଲବୁଲ, ସ୍କାଉଟ ମା‌ଷ୍ଟର ଓ ଗାଇଡ କ୍ୟାପଟେନ ଯୋଗ ଦେଇଥିଲେ।

Hot this week

ମୁମ୍ବଇରେ ମେସି ମାନିଆ

ମୁମ୍ବଇ : ବିଶ୍ବବିଜେତା ଆର୍ଜେଣ୍ଟିନା ଫୁଟ୍‌ବଲ ଦଳର ଅଧିନାୟକ ଲିଓନେଲ୍ ମେସି...

ମେସିଙ୍କୁ ଜର୍ସି ଉପହାର ଦେଲେ ସଚିନ

ମୁମ୍ବଇ :କ୍ରିକେଟ୍ କିମ୍ବଦନ୍ତୀ ସଚିନ ତେନ୍ଦୁଲକରଙ୍କୁ କ୍ରିକେଟ ଜଗତର ସବୁଠାରୁ ବଡ...

ବର୍ଦ୍ଧିତ ବେତନ ଦାନ କରିବେ ବରଗଡ଼ ବିଧାୟକ

ବରଗଡ଼ : ଓଡ଼ିଶା ସରକାର ବିଧାୟକ ଓ ମନ୍ତ୍ରୀମାନଙ୍କ ଦରମା ବୃଦ୍ଧି...

ରାସ୍ତାକଡରୁ ରକ୍ତ ଜୁଡୁବୁଡୁ ମୃତଦେହ ଠାବ

ବିନିକା : ବିନିକା ଡୁଙ୍ଗୁରିପାଲି ଥାନା ଖୁଣ୍ଟପାଲି ଗାଁ ନିକଟରେ ଅଭାବନୀୟ...

ଜାତିସଂଘ ଶିବିର ଉପରେ ଡ୍ରୋନ୍‌ ମାଡ଼: ସୁଦାନରେ ୬ ବାଂଲାଦେଶୀ ଯବାନ ମୃତ

ଖାର୍ଟୁମ: ଆଫ୍ରିକୀୟ ରାଷ୍ଟ୍ର ସୁଦାନରେ ଥିବା ଜାତିସଂଘ ଶିବିର ଉପରେ ଡ୍ରୋନ୍‌...

Related Articles

Popular Categories