www.samajalive.in
Tuesday, December 9, 2025
26.1 C
Bhubaneswar

ଦୁଃସ୍ବପ୍ନରୁ ମୁକ୍ତି ପାଇବା ପାଇଁ ଆପଣାନ୍ତୁ ଏହି ସରଳ ଉପାୟ

ସାଧାରଣତଃ ରାତିରେ ଶୋଇବା ସମୟରେ ଅନେକ ଲୋକ ସ୍ବପ୍ନ ଦେଖିଥାଆନ୍ତି। କିଛି ଲୋକଙ୍କୁ ଭଲ ସ୍ବପ୍ନ ଆସିଥାଏ ତ ଆଉ କିଛି ଲୋକ ଖରାପ କିମ୍ବା ଭୟଙ୍କର ସ୍ବପ୍ନ ଦେଖିଥାଆନ୍ତି। ଯେଉଁଥିପାଇଁ ଭୟଭୀତ ହୋଇ ହଠାତ୍ ନିଦ ଭାଙ୍ଗି ଯାଇଥାଏ। କିଛି ଲୋକଙ୍କୁ ପ୍ରତିଦିନ ଏହି ସମସ୍ୟାର ସାମ୍ନା କରିବାକୁ ପଡ଼ିଥାଏ। ତେବେ ବାସ୍ତୁଶାସ୍ତ୍ର ସାହାଯ୍ୟରେ ଏହି ସମସ୍ୟାରୁ ମୁକ୍ତି ମିଳି ପାରିବ। ବାସ୍ତୁର କିଛି ସରଳ ଉପାୟ ଆପଣାଇ ଆପଣ ଖରାପ ଏବଂ ଭୟଙ୍କର ସ୍ୱପ୍ନରୁ ମୁକ୍ତି ପାଇପାରିବେ। ଆସନ୍ତୁ ଜାଣିବା ସେହିସବୁ ଉପାୟ ବିଷୟରେ –

-ଅସଜଡ଼ା ତଥା ଅପରିଷ୍କାର ବିଛଣାରେ ଶୋଇବା ଦ୍ବାରା ମଧ୍ୟ ଖରାପ ସ୍ୱପ୍ନ ଆସିଥାଏ। ତେଣୁ ଶୋଇବା ପୂର୍ବରୁ ବିଛଣାକୁ ଭଲ ଭାବେ ସଫା କରି ଶୋଇବା ଉଚିତ।
-କାଗଜ କିମ୍ବା କପଡ଼ାରେ ଅଳ୍ପ ହଳଦିଆ ଚାଉଳ ବାନ୍ଧି ତକିଆ ତଳେ ରଖିବା ଦ୍ୱାରା ଭୟ ଏବଂ ଦୁଃସ୍ୱପ୍ନରୁ ରକ୍ଷା ମିଳିଥାଏ।
-ଏହା ବ୍ୟତୀତ ରାତିରେ କେଶକୁ ବାନ୍ଧି ଶୋଇବା ଉଚିତ। ରାତିରେ କେଶ ଖୋଲି ଶୋଇଲେ ଖରାପ ସ୍ୱପ୍ନ ଆସିଥାଏ।
-ବିଛଣାର ଆଖପାଖରେ କିମ୍ବା ତଳେ ଜୋତା-ଚପଲ ରହିଥିଲେ ମଧ୍ୟ ଖରାପ ସ୍ୱପ୍ନ ଆସିଥାଏ।
-ଯେଉଁ ଚାଦର କିମ୍ବା ବେଡ଼୍‌ସିଟ୍ରେ ଡାର୍କ କିମ୍ବା ହିଂସ୍ରକ ପଶୁର ପ୍ରିଣ୍ଟ ଥାଏ ତାହାର ବ୍ୟବହାର କରିବା ଉଚିତ ନୁହେଁ। ଫଟା ଚାଦରକୁ ମଧ୍ୟ ବ୍ୟବହାର କରିବା ଉଚିତ ନୁହେଁ।
-ରାତିରେ ଶୋଇବା ସମୟରେ ଡର ଲାଗୁଥିଲେ କିମ୍ବା ଭୟ ଦ୍ୱାରା ହଠାତ୍ ନିଦ ଭାଙ୍ଗି ଯାଉଥିଲେ, ୫-୬ଟି ଅଳେଇଚ କପଡ଼ାରେ ବାନ୍ଧି ନିଜ ତକିଆ ତଳେ ରଖିବା ଦ୍ୱାରା ଲାଭ ମିଳିଥାଏ।
-ରାତିରେ ଶୋଇବା ସମୟରେ ଡର ଲାଗୁଥିଲେ ତକିଆ ତଳେ କିମ୍ବା ତକିଆ ପାଖରେ ଛୁରୀ ରଖନ୍ତୁ। ଛୁରୀ ନଥିଲେ କଇଁଚି, ନେଲ କଟର, କଣ୍ଟା ଆଦି ମଧ୍ୟ ତକିଆ ତଳେ ରଖିପାରିବେ। ଏହାଦ୍ୱାରା ରାତିରେ ଡର ଲାଗିନଥାଏ।
-ରାତିରେ ଦୁଃସ୍ବପ୍ନ ଓ ଭୟରୁ ମୁକ୍ତି ପାଇବା ପାଇଁ ତମ୍ବା ପାତ୍ରରେ ଜଳ ଭରି ବିଛଣା ପାଖରେ ରଖି ଦିଅନ୍ତୁ ଏବଂ ସେହି ପାଣିକୁ ସକାଳେ ଗଛରେ ପକାନ୍ତୁ।

Hot this week

ଭାରତର ପ୍ରଥମ ଉଇକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ପ୍ରଥମ ଝଟ୍‌କା ଲାଗିଛି।...

ପ୍ରଥମେ ବ୍ୟାଟିଂ କରିବ ଭାରତ

କଟକ: ଆଉ ମାତ୍ର କିଛି ସମୟର ଅପେକ୍ଷା। କଟକ ବାରବାଟୀ ଷ୍ଟାଡିୟମରେ...

ଇଣ୍ଡୋନେସିଆରେ ବଡ଼ ଧରଣର ଅଗ୍ନିକାଣ୍ଡ, ୨୦ ମୃତ

ସମାଜଲାଇଭ ଡେସ୍କ: ଇଣ୍ଡୋନେସିଆର ଜାକାର୍ତ୍ତାରେ ମଙ୍ଗଳବାର ଏକ ବଡ଼ ଧରଣର ଅଗ୍ନିକାଣ୍ଡ...

ଯୁକ୍ତ ଦୁଇ ପରୀକ୍ଷା ସୂଚୀ ସାମାନ୍ୟ ପରିବର୍ତ୍ତନ

ଭୁବନେଶ୍ଵର : ଯୁକ୍ତ ଦୁଇ ପରୀକ୍ଷା ସୂଚୀରେ ସାମାନ୍ୟ ପରିବର୍ତ୍ତନ ହୋଇଛି।...

ଦେଢ଼ବର୍ଷରେ ମଲେଣି ୧୩୬ ହାତୀ

ସମାଜଲାଇଭ ଡେସ୍କ: ରାଜ୍ୟରେ ହାତୀ ଅସୁରକ୍ଷିତ। ହାତୀ ମୃତ୍ୟୁ ରୋକିବାରେ ସରକାର...

Related Articles

Popular Categories