www.samajalive.in
Monday, December 15, 2025
16.1 C
Bhubaneswar

ଆଶାନୁରୂପକ ସଞ୍ଚୟ କରିବା ପାଇଁ କିଛି ସରଳ ଓ ସହଜ ଉପାୟ

ବହୁ ସମୟରେ ଏପରି ଦେଖାଯାଏ, ଯେ ଟଙ୍କା ରୋଜଗାର କଲେ ମଧ୍ୟ ଆଶାନୁରୂପକ ସଞ୍ଚୟ ହୋଇପାରିନଥାଏ ଓ ଟଙ୍କାପଇସାର ଅଭାବ ଲାଗି ରହେ। ଶାସ୍ତ୍ରରେ ଏପରି କିଛି କଥା ବିଷୟରେ ବର୍ଣ୍ଣନା କରାଯାଇଛି, ଯେଉଁ କାରଣରୁ ଏଭଳି ସମସ୍ୟା ଲାଗି ରହିଥାଏ। ଜାଣନ୍ତୁ ଏହା ବିଷୟରେ…….
ବହୁ ଲୋକଙ୍କର ରୋଷେଇ ଘର ଅସନା ଅପରିଷ୍କାର ହୋଇରହିଥାଏ। ଏପରି ଘରର ପରିବାର ସଦସ୍ୟଙ୍କ ଜାତକରେ ବିଭିନ୍ନ ଗ୍ରହଙ୍କର କୁପ୍ରଭାବ ପଡ଼ିଥାଏ। କୁହାଯାଏ ଯେ, ରୋଷେଇ ଘରକୁ ସର୍ବଦା ସଫାସୁତୁରା ରଖିବା ଉଚିତ। ରାତିର ଅଇଁଠା ବାସନକୁ ସକାଳ ଯାଏଁ ରଖିବା ଉଚିତ ନୁହେଁ। ଏହା ଦ୍ୱାରା ଘରେ ସର୍ବଦା ଧନର ଅଭାବ ହୋଇଥାଏ।
ଶୋଇବା କକ୍ଷର ବିଛଣା ସର୍ବଦା ସଫାସୁତୁରା ରଖିବା ଉଚିତ। ବିଛଣା ଅପରିଷ୍କାର ହେଲେ ବାସ୍ତୁ ଜନିତ ସମସ୍ୟା ସୃଷ୍ଟି ହୋଇଥାଏ। ପରିବାର ସଦସ୍ୟଙ୍କ ମଧ୍ୟରେ କଳହ ଲାଗି ରହିଥାଏ।
ଯେଉଁମାନେ ବଡ଼ମାନଙ୍କର ଅପମାନ କରିଥାଆନ୍ତି ଓ ଖରାପ ବ୍ୟବହାର କରିଥାଆନ୍ତି। ସେମାନଙ୍କ ଉପରେ ମା’ଲକ୍ଷ୍ମୀଙ୍କ କୃପା ରହିନଥାଏ। ଶାସ୍ତ୍ରରେ କୁହାଯାଇଛି, ବଡ଼ମାନଙ୍କୁ ସମ୍ମାନ କରୁଥିବା ବ୍ୟକ୍ତି ଜୀବନରେ ଅଧିକ ଉନ୍ନତି କରିଥାଆନ୍ତି। ଭଗବାନଙ୍କ ଆଶାର୍ବାଦ ସର୍ବଦା ସେମାନଙ୍କ ଉପରେ ରହିଥାଏ।
ଘରେ ଥିବା ବାସନକୁ ସର୍ବଦା ସଫା ରଖନ୍ତୁ। ବାସନ ଅପରିଷ୍କାର ହେଲେ ଗୃହରେ ନକରାତ୍ମକ ଶକ୍ତି ପ୍ରବେଶ କରିଥାଏ ବୋଲି କୁହାଯାଇଛି। ଏହାର ପ୍ରଭାବରେ ସଦସ୍ୟଙ୍କ ମଧ୍ୟରେ କଳହ ସୃଷ୍ଟି ହୋଇଥାଏ।
ଘରେ କେବେ ମଧ୍ୟ ଭଙ୍ଗା କିମ୍ବା ଫଟା ବାସନ ବ୍ୟବହାର କରିବା ଉଚିତ ନୁହେଁ। ଏହା ଦ୍ୱାରା ଗୃହରେ ସୁଖସମୃଦ୍ଧି ହ୍ରାସ ପାଇଥାଏ।
କାର୍ୟ୍ୟରେ ସଫଳତା ମିଳିନଥାଏ।
ମାନସମ୍ମାନ ହାନି ହୋଇଥାଏ।
ଭଙ୍ଗା ଓ ଫଟା ବାସନକୁ ଘରେ ମଧ୍ୟ ରଖିବା ଉଚିତ ନୁହେଁ। ଏହା ଦ୍ୱାରା ଗୃହରେ ଦରିଦ୍ରତା ପ୍ରବେଶ କରିଥାଏ। ଆଶାନୁରୂପକ ସଞ୍ଚୟ ମଧ୍ୟ ହୋଇପାରିନଥାଏ।
ଘରେ ଚାନ୍ଦିର ବାସନ ରଖିବା ଅତ୍ୟନ୍ତ ଶୁଭଫଳ ପ୍ରଦାନ କରିଥାଏ।
ଗୃହର ସମ୍ମୁଖରେ ଜୋତାଚପଲ ଏଣେତେଣେ ପକାଇବା ଉଚିତ ନୁହେଁ। ଏହାଛଡ଼ା ଘରର ବାହାରକୁ ପିନ୍ଧି ଯାଉଥିବା ଜୋତା ଘର ଭିତରେ ପିନ୍ଧନ୍ତୁ ନାହିଁ। ଏହା ଦ୍ୱାରା ଗୃହରେ ନକରାତ୍ମକ ଶକ୍ତି ପ୍ରବେଶ କରିଥାଏ।

 

Hot this week

କଂଗ୍ରେସରୁ ବିଦା ହେଲେ ମୋକିମ୍‌ : ମହଙ୍ଗା ପଡିଲା ଦଳୀୟ ନେତୃତ୍ୱକୁ ଖୋଲାଖୋଲି ଚ୍ୟାଲେଞ୍ଜ

ସମାଜ ଡିଜିଟାଲ ଡେସ୍କ: ମହଙ୍ଗା ପଡିଲା ଦଳୀୟ ନେତୃତ୍ୱକୁ ଖୋଲାଖୋଲି ଚ୍ୟାଲେଞ୍ଜ...

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

Related Articles

Popular Categories