www.samajalive.in
Saturday, December 6, 2025
14.1 C
Bhubaneswar

ପଞ୍ଜାବ ସରକାରଙ୍କ ବଡ଼ ଘୋଷଣା: ଏଥର ବିନା ପରୀକ୍ଷାରେ ପାସ୍‌ କରିବେ ମାଟ୍ରିକ୍‍ ଛାତ୍ରଛାତ୍ରୀ

ଚଣ୍ଡିଗଡ଼: ପଞ୍ଜାବରେ ବୃଦ୍ଧିପାଉଥିବା କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଗୁରୁବାର ମୁଖ୍ୟମନ୍ତ୍ରୀ କ୍ୟାପ୍ଟେନ ଅମରିନ୍ଦର ସିଂହ ଉଚ୍ଚାଧିକାରୀଙ୍କ ସହ ସମୀକ୍ଷା ବୈଠକ କରି ଏକ ବଡ଼ ଘୋଷଣା କରିଛନ୍ତି। ପଞ୍ଚମ, ଅଷ୍ଟମ ଓ ଦଶମ ଶ୍ରେଣୀ ଛାତ୍ରଛାତ୍ରୀମାନଙ୍କୁ ବିନା ପରୀକ୍ଷାରେ ଉପର ଶ୍ରେଣୀକୁ ଉତ୍ତୀର୍ଣ୍ଣ କରିବାକୁ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ। ଅପରପକ୍ଷରେ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ନେଇ ବର୍ତ୍ତମାନ ସୁଦ୍ଧା ସରକାର କୌଣସି ନିଷ୍ପତ୍ତି ନେଇନାହାନ୍ତି। ଖୁବଶୀଘ୍ର ସରକାର ଏନେଇ ଘୋଷଣା କରିବେ ବୋଲି ସୂଚନା ମିଳିଛି।

ମୁଖ୍ୟମନ୍ତ୍ରୀ କହିଛନ୍ତି, ପୂର୍ବରୁ ରାଜ୍ୟର ସମସ୍ତ ଶିକ୍ଷାନୁଷ୍ଠାନକୁ ଏପ୍ରିଲ ୩୦ ତାରିଖ ଯାଏ ବନ୍ଦ କରିବାକୁ ନିର୍ଦ୍ଦେଶ ଦିଆସରିଛି। ତଥାପି ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଥିବା ୧୧ରୁ ୨୦ ବର୍ଷିୟ ଛାତ୍ରଛାତ୍ରୀମାନଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ପରୀକ୍ଷା ବାତିଲ କରିବା ଆବଶ୍ୟକ।

- Advertisement -

ସୂଚନାଯୋଗ୍ୟ, ପଞ୍ଚମ ଶ୍ରେଣୀ ଛାତ୍ରଛାତ୍ରୀଙ୍କର ୪ଟି ବିଷୟରେ ପରୀକ୍ଷା ହୋଇସାରିଛି। କେବଳ ଗୋଟିଏ ବିଷୟର ପରୀକ୍ଷା ବାକି ଅଛି। ଏବେ ପଞ୍ଜାବ ଶିକ୍ଷା ବୋର୍ଡ଼ ଏହି ୪ ଟି ବିଷୟରେ ପିଲାମାନଙ୍କୁ ଯାହା ମାର୍କ ମିଳିବ, ତାହାରି ଆଧାରରେ ପରୀକ୍ଷା ଫଳ ଘୋଷଣା କରିବ। ସେହିପରି ଅଷ୍ଟମ ଓ ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କର ପ୍ରି ବୋର୍ଡ଼ ଓ ଇଣ୍ଟରନାଲ ପରୀକ୍ଷାରେ ରଖିଥିବା ମାର୍କ ଆଧାରରେ ପରୀକ୍ଷା ଫଳ ଘୋଷଣା କରାଯିବ।

ଉଲ୍ଲେଖଯୋଗ୍ୟ ଯେ, ପଞ୍ଜାବରେ କରୋନା ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି । ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୩୩୨୯ ଜଣ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୬୩ ଜଣଙ୍କର ମୃତ୍ୟୁ ହୋଇଛି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories