www.samajalive.in
Saturday, December 6, 2025
14.1 C
Bhubaneswar

ହାରିଯାଇଛି ଅନାବିଳ ପ୍ରେମ, ଜଙ୍ଗଲକୁ ଫେରିଗଲା ବାର୍‌ହା ଧୁଡୁ

ତେଲକୋଇ: କିଛି ଦିନ ତଳେ ପାଳିତ ଜଙ୍ଗଲି ବାରାହା (ଧୁଡୁ) ଓ ମା କୁନ୍ତଳାଙ୍କ ଅନାବିଳ ପ୍ରେମ ସାରା ରାଜ୍ୟରେ ଚର୍ଚ୍ଚାର ବିଷୟ ହୋଇଥଲା। ଏବେ ତାହା ନୂଆ ମୋଡ ନେଇଛି। ହାରିଯାଇଛି ଅନାବିଳ ପ୍ରେମ ଘରୁ କେଉଁଆଡ଼େ ଚାଲିଯାଇଛି ଜଙ୍ଗଲି ବାରାହା ଧୁଡୁ। ଜଙ୍ଗଲରୁ ବାରାହା ଧୁଡୁ ଫେରିବାର ୨୯ ଦିନପରେ କୁଆଡ଼େ ଧୁଡୁ ଚାଲିଯାଇଛି ବୋଲି କୁନ୍ତଳା ପ୍ରକାଶ କରିଛନ୍ତି। ଅପରପକ୍ଷରେ ତେଲକୋଇ ବନାଞ୍ଚଳ ଅଧିକାରୀ ପ୍ରମୋଦ କୁମାର ସେଠୀ କହିଛନ୍ତି ଯେ ବାର୍‌ହା ଧୁଡୁ ପୁଣି ଥରେ ଜଙ୍ଗଲକୁ ଚାଲିଯାଇଥିବା ତଦନ୍ତରୁ ଜଣାପଡ଼ିଛି। କୁଳନ୍ତାଙ୍କ ପାଳିଥିବା ଧୁଡୁ ତାଙ୍କ ଘରୁ କୁଆଡ଼େ ପଳାଯିବା ଘଟଣା ଜଣାପଡ଼ିବା ପରେ ତେଲକୋଇ ବନାଞ୍ଚଳ ପକ୍ଷରୁ ତରନ୍ତ ଆରମ୍ଭ କରାଯାଇଥିଲା। ବାର୍‌ହା ଧୁଡୁକୁବନାଞ୍ଚଳ ଅଧୀନ ଜଙ୍ଗଲରେ ଖୋଜାଖୋଜି କରାଯାଇଥିଲା ଏବଂ ଜଙ୍ଗଲରେ ବାର୍‌ହା ଧୁଡୁକୁ ଠାବ କରାଯାଇଥିଲା। ସ୍ଥାନୀୟ ଜଣେ ଲୋକେ ଜଙ୍ଗଲ ଭିତରେ ଧୁଡୁକୁ ଦେଖିଥିବା ସୂଚନା ମିଳିଛି।


ସୂଚନାଯୋଗ୍ୟ ତେଲକୋଇ ବନାଞ୍ଚଳ ଅଧୀନ ବିମଳା ଫରେଷ୍ଟ ବିଟର ପୁରୁଷୋତ୍ତମପୁର ଗାଁର କୁନ୍ତଳା ପେଣ୍ଠେଇ ୨ ବର୍ଷ ତଳେ ଜାଳେଣି କାଠ ସଂଗ୍ରହ କରିବା ପାଇଁ ଗାଁ ନିକଟ ଜଙ୍ଗଲକୁ ଯାଇଥିବା ବେଳେ ଗୋଟିଏ ବାରାହା ଶାବକକୁ ଅସହାୟ ଅବସ୍ଥାରେ ପଡି ରହିଥିବା ଦେଖିବାକୁ ପାଇଥିଲେ। ସେହି ବାରାହା ଶାବକକୁ ଘରକୁ ନେଇ ଆସିଥିଲେ ଏବଂ ଯତ୍ନର ସହ ପାଳିଥିଲେ। ବାରାହା ଶାବକ ପ୍ରତି କୁନ୍ତଳାଙ୍କ ମମତା ଏମିତି ଥିଲା ଯେ କୋଳରେ ଧରି ବାରାହା ଶାବକକୁ ଗୀତ ଗାଇ ଶୁଆଇ ଦେଉଥିଲେ। ବାରାହା ଶାବକଟି କୁନ୍ତଳାଙ୍କ ଠାରୁ ମାର ସ୍ନେହ ପାଇ ବଡ ହୋଇଥିଲା। ତେବେ ବନ୍ୟଯନ୍ତୁ ଘରେ ରଖିବା ସରକାରୀ ନିୟମ ଅନୁସାରେ ଅପରାଧ ଅଭିଯୋଗରେ ବନବିଭାଗ ମାର୍ଚ୍ଚ ୯ ତାରିଖରେ କୁନ୍ତଳାଙ୍କ ଠାରୁ ବାରାହା ଧୁଡୁକୁ ଆଣି ତେଲକୋଇ ନିକଟସ୍ଥ କମଳାଙ୍ଗ ଗାଁ ନିକଟ ଜଙ୍ଗଲରେ ଛାଡି ଦେଇଥିଲେ। କୁନ୍ତଳାଙ୍କୁ ଜଙ୍ଗଲ ଆଇନ ବିଷୟରେ ବୁଝାଇଥିଲେ। ହେଲେ ତାଙ୍କର ମନ ବୁଝୁନଥିଲା। ସେ ପ୍ରତିଦିନ ଜଙ୍ଗଲରେ ବାରାହା ପାଇଁ ଭାତଧରି ବୁଲୁଥିଲେ ଏବଂ ବାରାହା ଧୁଡୁର ନାଁ ଧରି ଡାକୁଥିଲେ। କୁନ୍ତଳାଙ୍କ ବିଶ୍ବାସ ଥିଲା ଧୁଡୁ ଭୋକରେ ଥିବ କିଛି ଖାଇ ନଥିବ, ମୋ ଡାକ ଶୁଣି ସେ ନିଶ୍ଚୟ ଆସିବ।

- Advertisement -

ଏହାପରେ କୁନ୍ତଳାଙ୍କ ପରିବାର ତରଫରୁ କମଳାଙ୍ଗ ଜଙ୍ଗଲକୁ ଯାଇ ବାର୍‌ହା ଧୁଡୁକୁ ଖୋଜାଖୋଜି କରି ଡାକିଥିଲେ। କୁନ୍ତଳା ଓ ତାଙ୍କ ପରିବାର ଲୋକଙ୍କ ଡାକ ଶୁଣି ବାର୍‌ହା ଧୁଡୁ ସେମାନଙ୍କ ପାଖକୁ ଚାଲି ଆସିଥିଲା। ସେମାନେ ତାକୁ ଘରକୁ ନେଇ ଆସିଥିଲେ ଏବଂ ସେହିଦିନ ଠାରୁ ପରିବାର ସହିତ ଧୁଡୁ କୁନ୍ତଳାଙ୍କ ଘରେ ରହିଥିଲା । ଜଙ୍ଗଲରେ ଥିବାବେଳେ ବାରାହା ଧୁଡୁ ସାମାନ୍ୟ ଆହତ ହୋଇଥିଲା ଏବଂ ବନବିଭାଗ ପକ୍ଷରୁ ତେଲକୋଇ ବନାଞ୍ଚଳ ଅଧିକାରୀଙ୍କ ଉପସ୍ଥିତରେ ବନ୍ୟପ୍ରାଣୀ ଚିକିତ୍ସକ ବନ୍ଦିତା ମିଶ୍ର ଚିକିତ୍ସା କରିଥିଲେ। ଚିକିତ୍ସା ପରେ ସୁସ୍ଥ ହୋଇ ଧୁଡୁ ଗାଁର ସବୁଆଡେ ବୁଲାବୁଲି କରୁଥିଲା। ତେବେ ସୁସ୍ଥ ହେବାର ପ୍ରାୟ ମାସେ ସମୟ ବିତିଯାଇଥିଲେ ମଧ୍ୟ ବାରାହା ଧୁଡୁକୁ ବନ ବିଭାଗ ସୁରକ୍ଷିତ ଭାବେ ନନ୍ଦନକାନନ କିମ୍ବା ଅନ୍ୟ କୌଣସି ଜଙ୍ଗଲରେ ଛାଡ଼ି ନ ଥିଲେ। ବାର୍‌ହା ଧୁଡୁ ପୁଣିଥରେ ଜଙ୍ଗଲକୁ ପଳାଇ ଯିବା ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ଜୋର ଧରିଛି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories