ବିଦେଶ ମନ୍ତ୍ରୀ ଟିଲରସନଙ୍କୁ ହଟାଇଲେ ଟ୍ରମ୍ପ
ୱାଶିଂଟନ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ମଙ୍ଗଳବାର ନିଜ ମନ୍ତ୍ରଣାଳୟରେ ଅଦଳବଦଳ ପୂର୍ବକ ବୈଦେଶିକ ମନ୍ତ୍ରୀ ରେକ୍ସ ଟିଲରସନଙ୍କୁ ହଟାଇ ଦେଇଛନ୍ତି। ଟିଲରସନଙ୍କ ସ୍ଥାନରେ କେନ୍ଦ୍ରୀୟ ଗୁଇନ୍ଦା ଏଜେନ୍ସି (ସିଆଇଏ) ମୁଖ୍ୟ ମାଇକ ପୋମପେଓଙ୍କୁ ବୈଦେଶିକ ମନ୍ତ୍ରୀ ଭାବେ ନିଯୁକ୍ତି ଦେଇଛନ୍ତି। ସେହିପରି ମାଇକଙ୍କ ସ୍ଥାନରେ ଗିନା ହାସପେଲେ ସିଆଇଏ ମୁଖ୍ୟ ହୋଇଛନ୍ତି। ଟିଲରସନଙ୍କୁ ବିଦେଶ ମନ୍ତ୍ରୀ ପଦରୁ ହଟାଇବା ନେଇ ଟ୍ରମ୍ପ ତାଙ୍କ ଟ୍ୱିଟରରେ ଘୋଷଣା କରିଛନ୍ତି। ଏପରିକି ବିଦେଶ ମନ୍ତ୍ରୀ ଭାବେ ତାଙ୍କର ସେବା ପାଇଁ ଟ୍ରମ୍ପ ଧନ୍ୟବାଦ ଜଣାଇଛନ୍ତି। ଟିଲରସନଙ୍କ ସ୍ଥାନରେ ହୋଇଥିବା ନୂଆ ନିଯୁକ୍ତି ସମ୍ପର୍କରେ ଟ୍ରମ୍ପ ତାଙ୍କ ଟ୍ୱିଟରରେ ଉଲ୍ଲେଖ କରିଛନ୍ତି।