www.samajalive.in
Monday, December 15, 2025
24.1 C
Bhubaneswar

ତହସିଲଦାରଙ୍କ ପୋପରା ଆଶ୍ରମ ବିଦ୍ୟାଳୟ ପରିଦର୍ଶନ

ତିଗିରିଆ :  ତିଗିରିଆ ତହସିଲଦାର ପ୍ରମୋଦ କୁମାର ବାସ୍କେ ଗୁରୁବାର ଅଚାନକ ବ୍ଲକର ପାଞ୍ଚଗାଁ ପଞ୍ଚାୟତର ନୂଆସଡକ ଠାରେ ଥୁବା ପୋପରା ଆଶ୍ରମ ବିଦ୍ୟାଳୟ ପରିଦର୍ଶନ କରିଛନ୍ତି । ଶ୍ରେଣୀଗୃହ, ରୋଷେଇଶାଳ, ଖାଦ୍ୟର ଗୁଣବତ୍ତା, ପାଇଖାନା ପରିମଳ, ବିଦ୍ୟାଳୟର ସ୍ବଚ୍ଛତା, ଗୁଣାତ୍ମକ ଶିକ୍ଷାଦାନ, ସୁରକ୍ଷା ଏବଂ ବିଭିନ୍ନ ଆନୁସଙ୍ଗିକ ବ୍ୟବସ୍ଥା ଆଦି ବୁଲି ଦେଖିବା ସହ ପ୍ରଧାନ ଶିକ୍ଷକଙ୍କ ସମେତ ସ୍କୁଲର ଅନ୍ୟ କର୍ମଚାରୀ ଏବଂ ଛାତ୍ରାବାସ ଦାୟିତ୍ବରେ ଥିବା ସମସ୍ତ କର୍ମଚାରୀଙ୍କ ସହ ବିଭିନ୍ନ ବିଷୟରେ ସେ  ଆଲୋଚନା କରିଥିଲେ।   ବିଦ୍ୟାଳୟର ଉପସ୍ଥାନ ଖାତା ଦେଖିବା ସହିତ ଶ୍ରେଣୀ କକ୍ଷକୁ ଯାଇ  କ୍ଳାସରୁମ ବୁଲି ଦେଖିଥିଲେ।
ବିଦ୍ୟାଳୟର ପରିମଳକୁ ନେଇ ଅସନ୍ତୋଷ ପ୍ରକାଶ କରିବା ସହିତ  ପଛପଟେ ଥିବା ଅଳିଆ ଆବର୍ଜନା ସଫା କରିବା ପାଇଁ ପ୍ରଧାନ ଶିକ୍ଷକଙ୍କୁ ନିର୍ଦ୍ଦେଶ ଦେବା ସହିତ ସମସ୍ତ ଜିନିଷ ସୁବ୍ୟବସ୍ଥିତ ରଖିବାକୁ ପରାମର୍ଶ ଦେଇଥିଲେ । ବିଦ୍ୟାଳୟ ପରିବେଶକୁ ପ୍ଲାଷ୍ଟିକ ମୁକ୍ତ ରଖିବା ସହିତ ଥରେ ବ୍ୟବହାର ହେଉଥିବା ପ୍ଲାଷ୍ଟିକ୍‌ ସାମଗ୍ରୀ ବର୍ଜନ, ଡଷ୍ଟବିନର ନିୟମିତ ବ୍ୟବହାର, ଶିକ୍ଷକ ଶିକ୍ଷୟିତ୍ରୀ ମାନେ କର୍ମଠ ହେବାପାଇଁ ପରାମର୍ଶ ଦେବା ସହିତ କୌଣସି ଶିକ୍ଷକ ଶିକ୍ଷୟିତ୍ରୀ ବିଦ୍ୟାଳୟ ପରିସରରେ ଗୁଟଖା ପାନ  ଆଦି ନଖାଇବା ଓ ମୋବାଇଲ ଫୋନ ବ୍ୟବହାର ଯଥା ସମ୍ଭବ କମ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ବିଶେଷ କରି  ବିଦ୍ୟାଳୟ ପରିସରକୁ ନିୟମିତ ବିଶୋଧନ କରିବା, ଗୁଣାତ୍ମକ ଶିକ୍ଷା, ପ୍ରାଚୀର ପତ୍ର, ଯୋଗ ପ୍ରାଣାୟାମ ଆଦିକୁ ଗୁରୁତ୍ବ ଦେବାକୁ ପରାମର୍ଶ ଦେବା ସହିତ  ବିଦ୍ୟାଳୟରେ ଯେଭଳି ଛାତ୍ରଛାତ୍ରୀଙ୍କ କୌଣସି ପ୍ରକାର ସମସ୍ୟା ନହୁଏ ସେଥିପ୍ରତି ଯତ୍ନବାନ ହେବାକୁ ଦାୟିତ୍ବରେ ଥିବା ଶିକ୍ଷକ ଏବଂ କର୍ମଚାରୀଙ୍କୁ ପରାମର୍ଶ ଦେବା ସହିତ ଛାତ୍ରଛାତ୍ରୀମାନଙ୍କ ସହ ମଧ୍ୟ ଆଲୋଚନା କରିବା ସହିତ ପାଠ ବିଷୟରେ ପଚାରିଥିଲେ। ତା’ ସହିତ ଛାତ୍ରଛାତ୍ରୀମାନେ ଭଲ ପାଠ ପଢି ସୁନାଗରିକ ହେବା ପାଇଁ ପରାମର୍ଶ ଦେଇଥିଲେ।
ତହସିଲଦାରଙ୍କ ଅଚାନକ ପରିଦର୍ଶନ ଯୋଗୁଁ ସ୍କୁଲ କର୍ମଚାରୀଙ୍କ ମଧ୍ୟରେ ତତ୍ପରତା ଦେଖାଦେବା ସହିତ ସେମାନେ ନିଜର ଦାୟିତ୍ୱ ନେଇ ସଚେତନ ହୋଇଥିବା ସାଧାରଣରେ ଆଲୋଚନା ହେଉଛି ।

Hot this week

ରାତିରେ ସ୍ଵେଟର କିମ୍ବା ଜ୍ୟାକେଟ୍ ପିନ୍ଧି ଶୋଉଛନ୍ତି କି….

ନୂଆଦିଲ୍ଲୀ: ବର୍ତ୍ତମାନ୍ ଶୀତ ଦିନ ଚାଲିଛି। ସାରା ଦେଶରେ ଶୀତ ଲହରୀ...

ଶୁକ୍ର ନକ୍ଷତ୍ର ପରିବର୍ତ୍ତନ: ବର୍ଷ ଶେଷରେ ତିନି ରାଶି ହେବେ ମାଲାମାଲ

ସମାଜ ଡିଜିଟାଲ ଡେସ୍କ: ସବୁଗ୍ରହ ମାନଙ୍କ ମଧ୍ୟରେ ଶୁକ୍ର ଗ୍ରହ ହେଉଛନ୍ତି...

ଧର୍ମଶାଳା ଗଣ୍ଡଗୋଳ ; କାର୍ଯ୍ୟାନୁଷ୍ଠାନ ଦାବି କଲେ ନବୀନ

ସମାଜ ଲାଇଭ ଡ଼େସ୍କ : ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ...

ପିକନିକ୍‌ରୁ ଫେରିବାବେଳେ ଦୁର୍ଘଟଣା..

ଛତ୍ରପୁର: ଛତ୍ରପୁର ଜାତୀୟ ରାଜପଥ ଏକାମ୍ରନଗରରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। କୋରାପୁଟରୁ...

ବହିଷ୍କୃତ ପରେ ମୁହଁ ଖୋଲିଲେ ମୋକିମ୍‌: ମୋ ବିଚାରଧାରା କଂଗ୍ରେସ ସହ ଅଛି

ସମାଜ ଡିଜିଟାଲ ଡେସ୍କ: କଂଗ୍ରେସରୁ ବହିଷ୍କୃତ ହେବା ପରେ ପ୍ରତିକ୍ରିୟା ରଖିଛନ୍ତି...

Related Articles

Popular Categories