www.samajalive.in
Sunday, December 14, 2025
17.1 C
Bhubaneswar

କଂଗ୍ରେସର ବ୍ଲକ ଘେରାଉ, ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ 

ତିଗିରିଆ : ତିଗିରିଆ ବ୍ଳକ କଂଗ୍ରେସ ପକ୍ଷରୁ  ଶୁକ୍ରବାର ବ୍ଳକ ଘେରାଉ କରାଯିବା ସହ ୯ ଦାବି ସମ୍ବଳିତ ଏକ ସ୍ମାରକପତ୍ର ପ୍ରଦାନ କରାଯାଇଛି। ଦଳୀୟ ନେତୃବୃନ୍ଦ ଏକ ଶୋଭାଯାତ୍ରାରେ ବାହାରି ବ୍ଲକ କାର୍ଯ୍ୟାଳୟକୁ ଯାଇ ଘେରାଉ କରି ବିଭିନ୍ନ ଦାବି ଉପସ୍ଥାପନ କରି ଏହା ଉପରେ ବିହିତ ପଦକ୍ଷେପ ଗ୍ରହଣ କରିବାକୁ ଦାବି କରିଥିଲେ |

କଂଗ୍ରେସର ଏହି ଦାବିଗୁଡ଼ିକ  ମଧ୍ୟରେ ବ୍ଲକ ସ୍ତରରେ ପିସି କାରବାର ବନ୍ଦ କରିବା, ରାଜ୍ୟ ସରକାର ପ୍ରତି ପଞ୍ଚାୟତକୁ ସିଧାସଳଖ ୫୦ ଲକ୍ଷ ପ୍ରଦାନ କରିବା ଏବଂ ଗ୍ରାମ ସଭାର ନିଷ୍ପତି ଅନୁଯାୟୀ ଖର୍ଚ୍ଚ କରିବା, ଖାଲି ପଡ଼ିଥିବା ସରକାରୀ ପଦବୀ ପୂରଣ ଏବଂ ବେକାର ଯୁବକ ଯୁବତୀଙ୍କୁ କର୍ମ ସଂସ୍ଥାନ ଯୋଗାଣ, ନିତ୍ୟ ବ୍ୟବହାର୍ଯ୍ୟ ଦ୍ରବ୍ୟ ଏବଂ ତୈଳ ଦର ବୃଦ୍ଧି ରୋକିବା, କୃଷିଜାତ ଦ୍ରବ୍ୟର ଅଭାବୀ ବିକ୍ରି ବନ୍ଦ କରିବା ସହ ପ୍ରତି ବ୍ଲକରେ ଶୀତଳ ଭଣ୍ଡାର ପ୍ରତିଷ୍ଠା, ଟାଟା କମ୍ପାନୀର ଖାଉଟି ମାରଣ ନୀତି ଯଥା ବିଦ୍ୟୁତ୍ ବିଭ୍ରାଟ ଓ ବିଦ୍ୟୁତ୍ ଦେୟ ବୃଦ୍ଧିର ବିରୋଧ, ଅନୁସୂଚିତ ଜାତି, ଜନଜାତି ଓ ପଛୁଆ ବର୍ଗ ପାଇଁ କଂଗ୍ରେସ ଦେଇଥିବା ଅଧିକାର କ୍ଷୂର୍ଣ୍ଣ ବନ୍ଦ କରିବା, ନାରୀ ନିର୍ଯାତନା ବନ୍ଦ ଏବଂ ମହିଳାଙ୍କୁ ଆର୍ଥିକ ସଶକ୍ତ କରିବା ସହିତ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ପ୍ରକୃତ ଗରିବଙ୍କୁ ସାମିଲ କରିବା ଆଦି ୯ ଗୋଟି ଦାବି ସମ୍ବଳିତ ଏକ ସ୍ମାରକପତ୍ର ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ପ୍ରଦାନ କରାଯାଇଥିଲା। ବ୍ଲକ ଅତିରିକ୍ତ ବିଡ଼ିଓ ଯାଜ୍ଞସେନୀ ଗୋଚ୍ଛାୟତ ଏହି ଦାବିପତ୍ରକୁ ଗ୍ରହଣ କରିଥିଲେ।
ଏହି କାର୍ଯ୍ୟକ୍ରମରେ ପ୍ରଦେଶ କଂଗ୍ରେସ କମିଟି ଉପସଭାପତି ବିଭୂତି ଭୂଷଣ ମିଶ୍ର, ସମ୍ପାଦକ ତଥା ବ୍ଲକ ପର୍ଯ୍ୟବେକ୍ଷକ ଶିଳ୍ପା ପଟ୍ଟନାୟକ, ବ୍ଲକ କଂଗ୍ରେସ ସଭାପତି ସୋମନାଥ ଦାସ, ଜିଲ୍ଲା କଂଗ୍ରେସ କମିଟି ଉପସଭାପତି ଗିରିଜା ପ୍ରସାଦ ପଟ୍ଟନାୟକ, ରାଜ୍ୟ ଯୁବ କଂଗ୍ରେସ ସମ୍ପାଦକ ଅଭିଷେକ ପଟ୍ଟନାୟକ, ପୂର୍ବତନ ବ୍ଲକ ସଭାପତି ପ୍ରସନ୍ନ ନାୟକ, ସୋମପଡ଼ା ସରପଞ୍ଚ ପ୍ରଶାନ୍ତ ରାଉତ, ଯୁବ ସଂଗଠକ ମାନସ ଜେନା, ରଙ୍କନିଧି ଦାସ, ମେହବୁବ ଅହମଦ ଖାଁ, , ସୁରେଶ ଦଲେଇ, ମାୟାଧର ସାହୁ, ପ୍ରତାପ ରଣା, ମୃଣ୍ମୟ ଦାଶ, ରମେଶ ରାଉତ, ଅରକ୍ଷିତ ଦାସ, ଚନ୍ଦନ ମହାନ୍ତି ପ୍ରମୂଖ ସହିତ ଦଳୀୟ କର୍ମୀମାନେ ଉପସ୍ଥିତ ଥିଲେ।

Hot this week

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

ସୋରାବାଡି ଜଙ୍ଗଲରେ ଗୋହତ୍ୟା, ୩ ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ପୁରୁଣାପାଟଣା ନିକଟ ସୋରାବାଡି ଜଙ୍ଗଲରେ ଗତ...

Related Articles

Popular Categories