ହରଭଙ୍ଗା : ବୌଦ୍ଧଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅର୍ନ୍ତଗତ ପିତାମ୍ବରପୁର ଗ୍ରାମରେ ଶୁକ୍ରବାର ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଖେଳୁଥିବା ସମୟରେ ଅସାବଧାନତା ବଶତଃ କୂଅରେ ପଡି ଏକ ଶିଶୁପୁତ୍ରର ମୃତ୍ୟୁ ଘଟିଥିବା ଜଣାପଡିଛି ।ଏଭଳି ଦୁଃଖଦ ଖବରକୁ ନେଇ ଗାଁରେ ଶୋକର ଛାୟା ଖେଳିଯାଇଛି। ସୂଚନା ମତେ ପିତାମ୍ବରପୁର ଗ୍ରାମର ଅଭିମନ୍ୟୁ ମହାଲିକଙ୍କ ୨ବର୍ଷର ପୁଅ (ନିର୍ମଳ) ଆଜି ସକାଳେ ଘରେ ଖେଲୁଥିଲେ। କେମିତି କିପରି ଘର ବାରିପଟେ ଥିବା ଏକ ଚାନ୍ଦିନୀବିହୀନ କୂଅରେ ଶିଶୁଟି ପଡି ଯାଇ ପ୍ରାଣ ହରାଇଥିବା ସୂଚନା ମିଳିଛି। ପରିବାରଲୋକେ ବହୁ ଖୋଜାଖୋଜି ପରେ ଶିଶୁର ମୃତଦେହ କୂଅରୁ ଉଦ୍ଧାର ହୋଇଥିବା ଜଣାପଡିଛି। ଏଭଳି ଦୁଃଖଦ ଖବରକୁ ନେଇ ସବୁଆଡେ ଚର୍ଚ୍ଚା ଲାଗିରହିଛି। ଗରିବ ମୃତକ ପରିବାରକୁ ସରକାରୀ ସହାୟତା ଯୋଗାଇଦେବାକୁ ଦାବୀ ହେଉଛି ।
Popular Categories



