ଜି ଉଦୟଗିରି: ଜି ଉଦୟଗିରି ବନାଞ୍ଚଳ ଅନ୍ତର୍ଗତ କଳିଙ୍ଗା ସେକ୍ସନ ଅଞ୍ଚଳରୁ କଲରାପତରିଆ ବାଘ ଛାଲ ଜବତ ହୋଇଛି। ଜି ଉଦୟଗିରି ବନବିଭାଗ ପେଟ୍ରୋଲିଂ କରୁଥିବାବେଳେ ବାବା ଛକରେ ଛିଡା ହୋଇଥିବା ଜଣେ ବ୍ୟକ୍ତିଙ୍କ ନିକଟରୁ ଏକ ବ୍ୟାଗ୍ ଉଦ୍ଧାର କରିଥିଲେ। ଏବଂ ଯାଞ୍ଚ ବେଳେ ସେହି ବ୍ୟାଗରେ ବାଘ ଛାଲ ଥିବା ଜାଣିବାକୁ ପାଇଥିଲେ। ଏପରିକି ତାଙ୍କ ନିକଟରୁ ଗୁଳି ଭର୍ତ୍ତି ଦେଶୀ ବନ୍ଧୁକ ମଧ୍ୟ ଜବତ କରିଥିଲେ। ବନ ବିଭାଗ ଏହି ଘଟଣାରେ ଦୁଇ ଜଣ ବ୍ୟକ୍ତିଙ୍କୁ ଗିରଫ କରି ଅଧିକ ଛାନଭିନ୍ ଜାରି ରଖିଛି।
Popular Categories



