ମୁମ୍ବଇ : ଅଭିନେତା ଟାଇଗର ଶ୍ରଫ୍ ଖୁବ୍ଶୀଘ୍ର ହଲିଉଡ଼୍ ଚଳଚ୍ଚିତ୍ରରେ ମୁଖ୍ୟ ଭୂମିକାରେ ନଜର ଆସିବାକୁ ଯାଉଛନ୍ତି। ନିକଟରେ ହଲିଉଡ଼୍ ପ୍ରଯୋଜକ ଲରେନ୍ସ କେସ୍ନଫ୍ ଟାଇଗରଙ୍କୁ ଭେଟିବା ପାଇଁ ମୁମ୍ବଇ ଆସିଥିଲେ। ତା’ପରେ ଏହି ଖବର ଶୁଣିବାକୁ ମିଳିଛି।
ସୂଚନା ଅନୁସାରେ, ଟାଇଗରଙ୍କ ପାଖରେ ବର୍ତ୍ତମାନ କୌଣସି କାମ ନାହିଁ। ‘ବାଗୀ-୨’ର ସଫଳତା ପରେ ଏପର୍ଯ୍ୟନ୍ତ ସେ କୌଣସି ଚଳଚ୍ଚିତ୍ରରେ କାମ ଆରମ୍ଭ କରିନାହାନ୍ତି। ତେବେ ଏହି କାରଣରୁ ଅନୁମାନ କରାଯାଉଛି ଯେ ସେ ହଲିଉଡ଼୍ ପ୍ରଯୋଜକଙ୍କ ସହ କୌଣସି ହଲିଉଡ଼୍ ପ୍ରୋଜେକ୍ଟକୁ ନେଇ ହିଁ ଦେଖା କରିଛନ୍ତି। ଏଥିସହିତ ଏହି ଖବର ମିଳିଛି ଯେ ଟାଇଗର ଖୁବ୍ଶୀଘ୍ର କରଣ ଜୋହରଙ୍କ ଚଳଚ୍ଚିତ୍ର ‘ଷ୍ଟୁଡେଣ୍ଟ ଅଫ୍ ଦ ଇୟର’ ର ଦ୍ୱିତୀୟ ଭାଗରେ ମଧ୍ୟ ନଜର ଆସିବେ।
ଟାଇଗରଙ୍କ ହଲିଉଡ଼୍ ଯାତ୍ରା
Popular Categories



