www.samajalive.in
Sunday, December 14, 2025
19.1 C
Bhubaneswar

ମହାରାଷ୍ଟ୍ରରେ ବଢୁଛି ବାଘ ମୃତ୍ୟୁ, ୨୦୨୨ରୁ ଏ ପର୍ଯ୍ୟନ୍ତ ୬୭୯ ପ୍ରାଣ ହରାଇଛନ୍ତି

ମୁମ୍ବଇ, ୨୨ା୧୦: ମହାରାଷ୍ଟ୍ରରେ ବାଘ ମୃତ୍ୟୁ ସଂଖ୍ୟା ଦିନକୁ ଦିନ ବଢିବାରେ ଲାଗିଛି। ୨୦୨୨ ଜାନୁଆରୀରୁ ସେପ୍ଟେମ୍ବର ୨୦୨୫ ମଧ୍ୟରେ ରାଜ୍ୟରେ ୧୪୨ ବାଘ ଓ ୫୩୭ କଲରାପତରିଆଙ୍କ ମୃତ୍ୟୁ ହୋଇଛି। କେବଳ ୨୦୨୫ ମସିହା ଆରମ୍ଭରୁ ବର୍ତ୍ତମାନ ସୁଦ୍ଧା ୩୫ ବାଘ ୧୧୫ କଲରାପତରିଆଙ୍କ ମୃତ୍ୟୁ ହୋଇଛି। ଗତବର୍ଷ ତୁଳନାରେ ଏହି ସଂଖ୍ୟା ଅଧିକ ଚିନ୍ତାଜନକ। ୨୦୨୪ ମସିହାରେ ୨୬, ୨୦୨୩ରେ ୫୨ ଓ ୨୦୨୨ରେ ୨୯ ବାଘଙ୍କ ମୃତ୍ୟୁ ହୋଇଛି। ଚଳିତବର୍ଷ ୨୧ ବାଘଙ୍କ ପ୍ରାକୃତିକ ମୃତ୍ୟୁ ହୋଇଥିବାବେଳେ ଦୁର୍ଘଟଣା ଯୋଗୁଁ ୫ଟି ବାଘ ପ୍ରାଣ ହରାଇଛନ୍ତି। ୫ଟି ବାଘ ବିଦ୍ୟୁତ୍ କରେଣ୍ଟ ଯୋଗୁଁ ଏବଂ ଅଜଣା କାରଣରେ ୪ଟି ବାଘଙ୍କ ମୃତ୍ୟୁ ହୋଇଛି। ସମୁଦାୟ ୧୪୨ ବାଘଙ୍କ ମୃତ୍ୟୁରୁ ୮୪ ପ୍ରାକୃତିକ, ୨୩ ଦୁର୍ଘଟଣା ଓ ୨୯ ଶିକାର ଯୋଗୁଁ ହୋଇଛି। ୬ଟି ମାମଲାରେ ମୃତ୍ୟୁର କାରଣ ସ୍ପଷ୍ଟ ହୋଇନି। ବିଶେଷଜ୍ଞଙ୍କ କହିବାନୁସାରେ ଶିକାରୀମାନେ ଜଙ୍ଗଲ ସୀମାରେ ବିଦ୍ୟୁତ୍ ତାର ବିଛାଇବା ଯୋଗୁଁ ବାଘ ଓ କଲରାପତରିଆଙ୍କ ମୃତ୍ୟୁ ହେଉଛି।
୨୦୨୫ ମସିହା ଆରମ୍ଭରୁ ଏ ପର୍ଯ୍ୟନ୍ତ ୧୧୫ କଲରାପତରିଆଙ୍କ ମୃତ୍ୟୁ ହୋଇଛି। ୪୪ କଲରାପତରିଆଙ୍କ ପ୍ରାକୃତିକ ମୃତ୍ୟୁ ହୋଇଥିବାବେଳେ ଦୁର୍ଘଟଣା ଯୋଗୁଁ ୪୨ କଲରାପତରିଆ ପ୍ରାଣ ହରାଇଛନ୍ତି। ୨ ଶିକାର ଯୋଗୁଁ, ୩ ବିଦ୍ୟୁତ୍ କରେଣ୍ଟ ଓ ୨୧ କଲରାପତରିଆ ଅନ୍ୟାନ୍ୟ କାରଣ ଯୋଗୁଁ ପ୍ରାଣ ହରାଇଛନ୍ତି। ଗତ ବର୍ଷ ୨୦୨୪ରେ ୧୪୪, ୨୦୨୩ରେ ୧୩୮ ଓ ୨୦୨୨ରେ ୧୪୦ କଲରାପତରିଆଙ୍କ ମୃତ୍ୟୁ ହୋଇଛି। କେଉଁଠି ନଖ ଓ ଦାନ୍ତ ପାଇଁ ଏହି ଜୀବକୁ ଶିକାର କରାଯାଉଥିବାବେଳେ ଅନେକ ସ୍ଥାନରେ ଗ୍ରାମାଞ୍ଚଳକୁ ପଶି ଆସି ବାଘ ପ୍ରାଣ ହରାଉଛନ୍ତି।

Hot this week

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

ସୋରାବାଡି ଜଙ୍ଗଲରେ ଗୋହତ୍ୟା, ୩ ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ପୁରୁଣାପାଟଣା ନିକଟ ସୋରାବାଡି ଜଙ୍ଗଲରେ ଗତ...

ମାଲକାନଗିରି ହିଂସା: ୧୨ ଗିରଫ

ସମାଜଲାଇଭ ଡ଼େସ୍କ: ମହିଳାଙ୍କ ମୃତ୍ୟୁ ଘଟଣାକୁ ନେଇ ମାଲକାନଗିରିରେ ସୃଷ୍ଟି ହୋଇଥିବା...

ଭାରତର ଦମଦାର ବୋଲିଂ: ଦକ୍ଷିଣ ଆଫ୍ରିକା ୧୧୭ରେ ଅଲଆଉଟ

ସମାଜଲାଇଭ ଡେସ୍କ: ୩ୟ ଟି-୨୦ରେ ଭାରତୀୟ ବୋଲରଙ୍କ ଦମଦାର ବୋଲିଂ ଦକ୍ଷିଣଆଫ୍ରିକାକୁ...

Related Articles

Popular Categories