www.samajalive.in
Saturday, December 6, 2025
15.1 C
Bhubaneswar

ଦୁର୍ବୁର୍ତ୍ତ ଲୁଟି ନେଲେ ମା’ଙ୍କ ରୂପା ମୁକୁଟ

ଆଠଗଡ, ୨୩।୧୦/ ୨୫ :ଥାନାର ଠିକ ସମ୍ମୁଖରେ ଥିବା ଆଠଗଡର ଆରାଧ୍ୟ ଦେବୀ ମା’ ବାଉତିଙ୍କ ମନ୍ଦିରରୁ ପୁଣି ଲୁଟ ହୋଇଛି । ପୁଲିସକୁ ଖୋଲା ଚ୍ୟାଲେଞ୍ଜ ଦେଇ  ବୁଧବାର ବିଳମ୍ବିତ ରାତିରେ ଦୁର୍ବୃତ୍ତ ମନ୍ଦିର ଗର୍ଭଗୃହ ନିକଟରେ ଥିବା ପୂଜକଙ୍କ କକ୍ଷରୁ ଠାକୁରାଣୀଙ୍କ ରୂପା ମୁକୁଟ ଚୋରି କରିଛନ୍ତି । ଥାନାର ସମ୍ମୁଖରେ ସିସିଟିଭି ଥାଇ ମଧ୍ଯ ଏପରି ଏହି ପ୍ରାଚୀନ ମନ୍ଦିରରୁ ବାରମ୍ବାର ଲୁଟ ହେବା ଘଟଣାକୁ ଶ୍ରଦ୍ଧାଳୁ ଓ ସାଧାରଣ ଲୋକ ସହଜରେ ଗ୍ରହଣ କରି ପାରୁନାହାନ୍ତି । ଗତ ରାତିରେ କେହି ଦୁର୍ବୁର୍ତ୍ତ ମନ୍ଦିର ପଛପଟ ପାଚେରୀ ଡେଇଁ ମନ୍ଦିର ପରିସରରେ ଥିବା ପୂଜକଙ୍କ କକ୍ଷର କବାଟ ତାଲା ଭାଙ୍ଗି ଆଲମାରୀ ମଧ୍ୟରେ ଥିବା ରୂପା ମୁକୁଟ ଓ ନଗଦ ଅର୍ଥ ଲୁଟି ନେଇଥିବା ଅଭିଯୋଗ ହୋଇଛି । ପ୍ରାୟ ୩୦୦ ଗ୍ରାମ ଓଜନର ଉକ୍ତ ରୂପା ମୁକୁଟର ଆନୁମାନିକ ମୂଲ୍ୟ ୨୦ ହଜାର ଟଙ୍କାରୁ ଉର୍ଦ୍ଧ ହେବ। ଏ ବିଷୟରେ ମନ୍ଦିର ପୂଜକ ଆଠଗଡ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଏହା ପୂର୍ବରୁ ଅତୀତରେ ମଧ୍ୟ ବିଶେଷକରି ଗତ ୨-୩ ବର୍ଷ ମଧ୍ଯରେ ଏହି ମନ୍ଦିରରୁ ୪ଥର ଚୋରି ହୋଇଥିବା ଜଣାପଡିଛି। ଗତ ୧୮ ତାରିଖ ରାତିରେ ମଧ୍ୟ ଆଠଗଡ ଥାନା ଠାରୁ ଅଳ୍ପ ଦୂରରେ ଏବଂ ଏସଡିପିଓଙ୍କ କାର୍ଯ୍ୟାଳୟର ଅତି ନିକଟରେ ଥିବା ସ୍ବର୍ଗତ ନିରଞ୍ଜନ ରଥଙ୍କ ଘର ସମ୍ମୁଖରୁ ତାଙ୍କ ଟାଭେରା ଗାଡିକୁ ଦୁର୍ବୁର୍ତ୍ତମାନେ ଲୁଟ କରି ନେଇଥିଲେ । ସେ ଘଟଣାରେ ମଧ୍ଯ ପୁଲିସକୁ ଏପର୍ଯ୍ୟନ୍ତ କୌଣସି ଖିଅ ମିଳିନାହିଁ । ଗତ ରାତିରେ କେବଳ ବାଉତି ମନ୍ଦିର ନୁହେଁ, ଆଉ ଦୁଇ ତିନୋଟି ଛୋଟ ବଡ ଦୋକାନରୁ ମଧ୍ଯ ଲୁଟ ହୋଇଛି ।
ବାରମ୍ବାର ଆଠଗଡରେ ଏଭଳି ଚୋରି ଘଟଣା ଘଟୁଥିବା ବେଳେ ପୁଲିସ ପକ୍ଷରୁ ତଦନ୍ତ କେବଳ କାଗଜ କଲମ  ମଧ୍ୟରେ ସୀମିତ ରହି ଯାଉଥିବା ସାଧାରଣରେ ଅଭିଯୋଗ ହେଉଛି। ମହୋତ୍ସବ ପଛ ପାର୍ଶ୍ବରେ ଏବଂ ଏଲଆଇସି କଲୋନୀ ୟୁପି ସ୍କୁଲ ନିକଟରେ ବନ୍ଦ ପଡିଥିବା ସମବାୟ କାଷ୍ଠ ଶିଳ୍ପ କାରଖାନା ମଧ୍ଯରେ ଅସାମାଜିକଙ୍କ ଆଡଡା ଜମୁଛି।  ଦିନ ଓ ରାତିରେ ସେଠାରେ ବହୁ ଅସାମାଜିକ ତତ୍ତ୍ବ ମଦ, ଗଞ୍ଜେଇ ଓ ବ୍ରାଉନ ସୁଗାର ଖାଇ ଅପରାଧିକ କାର୍ଯ୍ୟକଳାପରେ ଲିପ୍ତ ରହୁଥିବା ଅଭିଯୋଗ ହେଉଛି । ଗତବର୍ଷ ଆଠଗଡ ମହୋତ୍ସବ ସମୟରେ ଉକ୍ତ ବନ୍ଦ ପଡିଥିବା କାଠ କାରଖାନାର ପଛପାଖ ଓ ସାମନା ପାଚେରୀ ଭଙ୍ଗାଯିବା ଓ ସାମନା ଫାଟକ ଖୋଲି ଦିଆଯିବା ଫଳରେ ସେହି ସ୍ଥାନ ଏବେ ଅପରାଧି ଓ ନିଶାବାଦିଆଙ୍କ ପାଇଁ ଚାରଣ ଭୂଇଁ ପାଲଟିଛି । ଗତରାତିରେ ଏକ ଛୋଟ ପାନ ଦୋକାନରୁ ଚୋରି ହୋଇଥିବା କିଛି ଜିନିଷ ସେହି ଜରାଜୀର୍ଣ୍ଣ କାଠ କାରଖାନା ପରିସରରୁ ମିଳିଥିଲା । ଏଥିରୁ ସେଠାରେ ଅପରାଧିଙ୍କ ଆଡ୍ଡା ଜମୁଥିବା ଓ ଅପରାଧିକ କାର୍ଯ୍ୟକଳାପ ଚାଲିଥିବା ସ୍ପଷ୍ଟ ହୋଇଛି । ପୁଲିସ ଯଥାଶୀଘ୍ର ଗତ ରାତିରେ ମନ୍ଦିର ଓ ଅନ୍ଯାନ୍ଯ ଦୋକାନ ଲୁଟରେ ସଂପୃକ୍ତ ଦୁର୍ବୃତ୍ତଙ୍କୁ ଏବଂ ସ୍ଵର୍ଗତ ରଥଙ୍କ ଗାଡି ଚୋରଙ୍କୁ ଧରିବା ଲାଗି ଦୃଢ ପଦକ୍ଷେପ ନେଉ ବୋଲି ସାଧାରଣରେ ଦାବି ହେଉଛି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories