www.samajalive.in
Saturday, December 6, 2025
23.1 C
Bhubaneswar

ଜଣେ ନାବାଳିକା ସହ ୯ ଦାଦନ ଉଦ୍ଧାର, ୨ ସର୍ଦାର ଗିରଫ

କଣ୍ଟାବାଞ୍ଜି ,୨୩/୧୦/୨୦୨୫: କଣ୍ଟାବାଞ୍ଜି  ପୁଲିସ ଓ ସ୍ୱତନ୍ତ୍ର ସ୍କ୍ୱାର୍ଡ ଆଜି କଣ୍ଟାବାଞ୍ଜି ଉପକଣ୍ଠ କଦଳୀ ପଡା ଛକ ନିକଟରୁ ଗୁଡିଘାଟ ଅଞ୍ଚଳରୁ ବୋଲେରୋ ଗାଡ଼ିରେ ୯ ଜଣ ଦାଦନ ଶ୍ରମିକଙ୍କୁ ତେଲେଙ୍ଗାନା ରାଜ୍ୟକୁ ଚାଲାଣ ପାଇଁ ନେଉଥବାବେଳେ, ପୁଲିସ ଅଟକାଇ ଯାଞ୍ଚ ପରେ ଆବଶ୍ୟକ କାଗଜ ପତ୍ର ନଥିବାରୁ ଦାଦନ ପଠାଇବାକୁ ଆଣିଥିବା ୨ ଜଣ ସର୍ଦାର ଅନନ୍ତ ବାଗ (ଗୁଡିଘାଟ )ଏବଂ ଶଙ୍କର୍ଷଣ ବିଶି (ଚଲକି )ମୁରିବାହାଲ ଥାନା ଗିରଫ  କରିଛି ।   ଉଭୟ ଅଭିଯୁକ୍ତଙ୍କ ନାମରେ କେଶ ନଂ ୩୯୧/୨୦୨୫  ଆନ୍ତରାଜ୍ୟ ଶ୍ରମିକ ଆଇନ ଉଲଂଘନ ଅଭିଯୋଗରେ ଏକ ମାମଲା ରୁଜୁ କରି କୋର୍ଟ ଚାଲାଣ କରିଥିବା ପୁଲିସ ସୂତ୍ରରୁ ଜଣା ପଡିଛି ।
ଉଦ୍ଧାର ଶ୍ରମିକ ଗୁଡିଘାଟ ଓ ଲତାଷୁଡ଼ା ଗାଁ ର ହେଇଥିବାରୁ, ଶ୍ରମିକ ମାନଙ୍କୁ ସନ୍ଧ୍ୟା ରେ ନିଜ ନିଜ ର ଗାଁରେ ଛାଡି ଥିବା  ବେଳେ ବୋଲୋରୋ ଗାଡି ଓଡ଼ି ୦୩ ଏମ ୬୪୧୨କୁ ଜବତ କରିଥିବା  ଥାନା ଭାରପ୍ରାପ୍ତ ଅଧିକାରୀ ଗୋପାଳ କର୍ଣ   ସୂଚନା ଦେବାସହ ଆଜି ସ୍କ୍ୱାର୍ଡରେ ପୁଲିସ ନିରୀକ୍ଷକ ହେଡକ୍ୱାଟର ପଞ୍ଚାନନ ନେଗୀଙ୍କ ନେତୃତ୍ୱରେ ପୁଲିସ ଏସ ଆଇ ଲଷ୍ମୀଧର ସ୍ୱାଇଁ, ଏ ଏସ ଆଇ ଈଶ୍ୱର ମାଝୀ ଏବଂ ପୁଲିସ ଫୋର୍ସ ପେଟ୍ରୋଲିଙ୍ଗରେ ସାମିଲ ଥିବା ଜଣାପଡିଛି ।

Hot this week

ଅତିରିକ୍ତ ସୁରକ୍ଷା ଜମା ଆଦାୟ ନେଇ ବିଦ୍ୟୁତ ଉପଭୋକ୍ତା ମହାସଂଘ କ୍ଷୋଭ

ଭୁବନେଶ୍ୱର: ବିଦ୍ୟୁତ ଗ୍ରାହକଙ୍କ ଠାରୁ ଅତିରିକ୍ତ ସୁରକ୍ଷା ଜମା ଆଦାୟ ନେଇ...

ଶିଶୁଙ୍କ ସୁନ୍ଦରତା ସହିପାରିଲାନି : ଏମିତି କରିଲା ନିଜ ପିଲାଙ୍କୁ ହତ୍ୟା

ସମାଜ ଡିଜିଟାଲ ଡେସ୍କ: ସେ ବୋଧହୁଏ ଦେଶର ପ୍ରଥମ ମହିଳା ସିରିଏଲ୍...

ଇଣ୍ଡିଗୋ ବିମାନ ଅଚଳାବସ୍ଥା : ଚିଠି ଲେଖିଲା କଂଗ୍ରେସ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ସେବାରେ ବ୍ୟାପକ ବାଧା...

ମୁମ୍ବଇ, ଦିଲ୍ଲୀ… ଆଜି ଏହି ସହରରେ ବି ଇଣ୍ଡିଗୋ ବିମାନ ଉଡାଣ ବାତିଲ

ସମାଜ ଡିଜିଟାଲ ଡେସ୍କ: ଦେଶର ସର୍ବବୃହତ ବିମାନ କମ୍ପାନୀ ଇଣ୍ଡିଗୋରେ ହୋଇଥିବା...

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

Related Articles

Popular Categories