www.samajalive.in
Saturday, December 6, 2025
26.1 C
Bhubaneswar

ଦେଖନ୍ତୁ ଭିଡିଓ; ଜଙ୍ଗଲକୁ ପିକ୍‌ନିକ୍‌ ପାଇଁ ଯାଇ ବାଘକୁ ଉସୁକାଇଲେ ବ୍ୟକ୍ତି, ଆଉ ତା’ପରେ..

ନୂଆଦିଲ୍ଳୀ : ଶହଡୋଲ ଜିଲାରେ ଏକ କଲରାପତରିଆ ବାଘକୁ କିଛି ଯୁବକ ଉସୁକାଇବା ପରେ ବାଘ ଆକ୍ରମଣ କରିଥିବା ଘଟଣା ଏବେ ସାମ୍ନାକୁ ଆସିଛି । ଘଟଣାଟି ୨୦ ଅକ୍ଟୋବରର ବୋଲି ଜଣାପଡିଛି । ଘଟଣାର ଭିଡିଓ ଏବେ ସୋସିଆଲ ମିଡିଆରେ ଦ୍ରୁତ ଗତିରେ ଭାଇରାଲ୍‌ ହେବା ସହ ସଭିଁଙ୍କ ଧ୍ୟାନକୁ ଆକର୍ଷିତ କରୁଛି । ସୋନ ନଦୀ ନିକଟରେ ପିକ୍‌ନିକ୍‌ ପାଇଁ ଯାଇଥିବା କିଛି ଯୁବକ ନିକଟରେ ଏକ କଲରାପତରିଆ ବାଘକୁ ଦେଖିଲେ । ଜଣେ ଯୁବକ ବାଘ ନିକଟକୁ ଧିରେ ଧିରେ ଯିବା ସହ କ୍ୟାମେରାରେ ଦୃଶ୍ୟକୁ ରେକର୍ଡ କରୁଥିଲେ । ସେମାନେ ବାଘକୁ ଉସୁକାଇବା ଭିଡିଓରେ ଦେଖି ପାରିବେ ।

୨୯ ଅକ୍ଟୋବର ଧନତେରସରେ ଲକ୍ଷ୍ମୀ-ନାରାୟଣ ଯୋଗ; ବୁଧ କରିବେ ଏହି ରାଶିଙ୍କୁ ଭାଗ୍ୟଶାଳୀ, ବଢିବ ଧନ, ହେବ ବିବାହ,ଚାକିରି..

- Advertisement -

ବାତ୍ୟା ‘ଦାନା’; ରାଜଧାନୀରେ ପ୍ରବଳ ବର୍ଷିବ..

ଏହାପରେ ବାଘ ହଠାତ୍‌ ବୁଦା ଭିତରୁ ବାହାରି ଗୋଡାଇ ଆସିଥିଲା । ଜଣେ ଯୁବକଙ୍କ ଉପରେ ଆକ୍ରମଣ କରିଥିଲା । ସେହି ସମୟରେ ସଭିଏଁ ଚିତ୍କାର କରିବା ଆରମ୍ଭ କରିଥିଲେ । ବାଘ ଯୁବକଙ୍କ ବେକ ଉପରେ ସିଧାସଳଖ ଆକ୍ରମଣ କରିଥିଲା । ସେଠାରେ ଥିବା ଅନ୍ୟମାନେ ଚିତ୍କାର କରିବା ପରେ ବାଘ ବ୍ୟକ୍ତିଙ୍କୁ ଗୁରୁତର ଆହତ ଅବସ୍ଥାରେ ଛାଡି ଜଙ୍ଗଲ ଭିତରକୁ ପଳାଇଥିଲା । ତାଙ୍କୁ ଉଦ୍ଧାର କରାଯାଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଭିଡିଓକୁ ଦେଖିବା ପରେ ଲୋକେ ନିଜର ଭିନ୍ନ ଭିନ୍ନ ମତ ଦେଇଛନ୍ତି ।

ରାଜଧାନୀରେ ଚାଞ୍ଚଲ୍ୟ; ଭିଣୋଇ ଛୁରା ମାଡରେ ଶଳା ମୃତ

ସ୍ଥାନୀୟ ଲୋକଙ୍କ କହିବାନୁଯାୟୀ, ବାଘଟି ଛୁଆ ଦେଇଥାଇପାରେ । ଶହଡୋଲ ସହର ପ୍ରାୟ ୨୦ କିମି ଦୂର ଖେତୌଲି ଗାଁ ନିକଟରେ ସ୍ଥିତ ପିକନିକ୍‌ ସ୍ଥାନ । ଯାହା ଖୁବ୍‌ ଲୋକପ୍ରିୟ ମଧ୍ୟ । ଏଠାରେ ପିକ୍‌ନିକ୍‌ କରିବା ପାଇଁ ଅନେକ ପର୍ଯ୍ୟଟକ ସୋନ ନଦୀ କୂଳରେ ଏକାଠି ହୋଇ ଥାଆନ୍ତି ।

ବାତ୍ୟା ‘ଦାନା’ ପ୍ରଭାବ; ବାଲେଶ୍ୱରରେ ଘରୋଇ ବସ୍‌ ଚଳାଚଳ ବନ୍ଦ

Hot this week

୧୦ପିସ୍ତଲ ଓ ଗୋଟିଏ କାର୍ବାଇନ ସହ ବନ୍ଧୁକ ମାଫିଆ ଜବତ

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରରେ ଏକ ବଡ ଧରଣର ଆନ୍ତଃରାଜ୍ୟ...

ଅନ୍ତିମ ଦିନିକିଆ: ଟସ୍‌ ଜିତି ବୋଲିଂ କରୁଛି ଭାରତ

ବିଶାଖାପାଟଣା: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଜି ଅନ୍ତିମ ଦିନିକିଆ...

ଅପରାହ୍ନ ୨ଟା ମୁଖ୍ୟଖବର

() ରାଜଧାନୀରେ ଚୋରା ବନ୍ଧୁକ କାରବାର କରୁଥିବା ଗ୍ୟାଙ୍ଗର ଦୁଇ କୁଖ୍ୟାତ...

ବିମାନ ଅଚଳାବସ୍ଥା: ଅପିଲ୍‌ କଲେ ସୋନୁ ସୁଦ୍‌

ନୂଆଦିଲ୍ଲୀ: ଗତ ୫ଦିନ ହେଲାଣି ଇଣ୍ଡିଗୋ ଏୟାରଲାଇନ୍ସରେ ଦେଖା ଦେଇଥିବା ଅଚଳାବସ୍ଥା...

ଟ୍ରମ୍ପଙ୍କୁ ମିଳିଲା ଫିଫାର ପ୍ରଥମ ଶାନ୍ତି ପୁରସ୍କାର

ସମାଜ ଲାଇଭ ଡ଼େସ୍କ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ନୂତନ...

Related Articles

Popular Categories