www.samajalive.in
Saturday, December 6, 2025
26.1 C
Bhubaneswar

ଝିଅକୁ ମାରି ମଶାଣିରେ ଫିଙ୍ଗିଦେଲା ସାବତ ମା’

ଭାପୁର: ପାରିବାରିକ କଳହର କରୁଣ ପରିଣତି। ୧୪ବର୍ଷର ଝିଅକୁ ପିଟିପିଟି ମାରିବା ପରେ ମଶାଣିରେ ଫିଙ୍ଗି ଦେଇଛି ସାବତ ମା’। ଏଭଳି ଅଭାନୀୟ ଘଟଣା ଘଟିଛି ନୟାଗଡ଼ ଜିଲା ବାଉଁଶବାଟି ପଞ୍ଚାୟତ ପୋଡାସାହି ଗ୍ରାମରେ। ମୃତ ନାବାଳିକା ହେଲେ ପୋଡାସାହି ଗ୍ରାମର ସୁକୁଟା ସ୍ୱାଇଁଙ୍କ ଝିଅ ତୁଳସୀ ସ୍ୱାଇଁ। ନାବାଳିକାଙ୍କ ମାମୁଁ ବ୍ରଜବନ୍ଧୁ ସ୍ୱାଇଁଙ୍କ ଅଭିଯୋଗ ପରେ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ସୂଚନା ଅନୁସାରେ ସୁକୁଟା ୨୦ ବର୍ଷ ତଳେ ଶଶୀ ସ୍ୱାଇଁଙ୍କୁ ବିବାହ କରିଥିଲେ। ତାଙ୍କର ଦୁଇଟଇ ଝିଅ ଥିବାବେଳେ ୯ବର୍ଷ ତଳେ ଶଶୀଙ୍କ ଦେହାନ୍ତ ହେବା ପରେ ସୁକୁଟା ଦ୍ୱିତୀୟ ବିବାହ କରିଥିଲେ। ନିକଟସ୍ଥ କଳପଙ୍ଗି ଗ୍ରାମର ମଣ୍ଡା ସ୍ୱାଇଁଙ୍କୁ ବିବାହ କରିଥିଲେ। ହେଲେ ପ୍ରଥମ ସ୍ତ୍ରୀଙ୍କ ବଡ ଝିଅ ତୁଳସୀକୁ ମଣ୍ଡା ନିଜ ପାଖରେ ରଖିଥିବା ବେଳେ ସାନ ଝିଅକୁ ପଡ଼ିଶା ଘରେ ରଖି ଲାଳନପାଳନ କରୁଛନ୍ତି। ହେଲେ ବୁଧବାର ସନ୍ଧ୍ୟାରେ ପାରିବାରିକ କଳହରୁ ସାବତ ମା ତୁଳସୀଙ୍କୁ ନିର୍ମମ ଭାବେ ପିଟିପିଟି ହତ୍ୟା କରିବା ପରେ ମଶାଣିରେ ଫିଙ୍ଗି ଦେଇଥିବା ମାମୁଁ ଅଭିଯୋଗ କରିଛନ୍ତି। ପୁଲିସ ଶ୍ମଶାନରେ ପହଞ୍ଚି ମୃତଦେହ ଜବତ କରି ତଦନ୍ତ ଚଳାଇଛି।

Hot this week

ଭାରତକୁ ୨୭୧ ରନର ଟାର୍ଗେଟ ଦେଲା ଦକ୍ଷିଣଆଫ୍ରିକା

ସମାଜଲାଇଭ ଡେସ୍କ: ଅନ୍ତିମ ଦିନିକିଆରେ ଭାରତକୁ ୨୭୧ ରନର ଟାର୍ଗେଟ ଦେଇଛି...

ବିଜେପିରେ ମିଶିଲେ ପ୍ରଫୁଲ୍ଲ ସାମଲଙ୍କ ଦୁଇ ପୁଅ

ଭୁବନେଶ୍ଵର: ବିଜେଡିକୁ ଶକ୍ତ ଝଟ୍‌କା ଲାଗିଛି। ପୂର୍ବତନ ମନ୍ତ୍ରୀ ତଥା ବିଜେଡି...

ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ଘଟଣା: ଜଣେ ଅଟକ

ସୁନ୍ଦରଗଡ : ନିଜ ଦେହରେ ନିଜେ ନିଆଁ ଲଗାଇଲେ ଛାତ୍ରୀ। ସୁନ୍ଦରଗଡ...

ଯାତ୍ରୀଙ୍କୁ ଟଙ୍କା ଫେରାଇବ ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ସମସ୍ତ ଯାତ୍ରୀଙ୍କୁ ଟିକେଟ ବାବଦ ଟଙ୍କା ଫେରସ୍ତ କରିବ...

ବାବ୍ରି ମସଜିଦ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କଲେ ଟିଏମସିରୁ ନିଲମ୍ବିତ ବିଧାୟକ

ସମାଜଲାଇଭ ଡେସ୍କ: ଟିଏମସିରୁ ନିଲମ୍ବିତ ହୋଇଥିବା ବିଧାୟକ ହୁମାୟୁନ କବିର ବାବ୍ରି...

Related Articles

Popular Categories