www.samajalive.in
Sunday, November 16, 2025
15.1 C
Bhubaneswar

ଟ୍ରୁଡୋଙ୍କ ଇସ୍ତଫା ଦାବି କଲେ ନିଜ ଦଳର ୨୮ ସାଂସଦ

ସମାଜ ଡିଜିଟାଲ ଡେସ୍କ: ଭାରତକୁ ନାଲିଆଖି ଦେଖାଇବା କାନାଡ଼ା ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋଙ୍କ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇଛି। ଏ​‌ବେ ନିଜ ଦଳ ଟ୍ରୁଡୋଙ୍କ ଇସ୍ତଫା ଦାବି କରିଛି। ଟ୍ରୁଡୋ ଇସ୍ତଫା ଦେବାକୁ ଦଳ ପକ୍ଷରୁ ବୁଧବାର ଆୟୋଜିତ ଏକ ବୈଠକରେ ନିଷ୍ପତ୍ତି ନିଆଯାଇଛି। ଏଥିପାଇଁ ଅକ୍ଟୋବର ୨୮କୁ ଡେଡ୍‌ଲାଇନ ବା ଶେଷ ସମୟ ଧାର୍ଯ୍ୟ କରାଯାଇଛି ବୋଲି ଅନ୍ତର୍ଜାତୀୟ ଗଣମାଧ୍ୟମରୁ ସୂଚନା ମିଳିଛି।

ବୁଧବାର ବସିଥିବା ବୈଠକରେ ଟ୍ରୁଡୋଙ୍କ ନିଜ ଦଳର ୨୮ ସାଂସଦ ତାଙ୍କ ଇସ୍ତଫା ଦାବି କରିଥିଲେ। ଏଥିପାଇଁ ସେମାନେ ଏକ ଚୁକ୍ତିନାମାରେ ଦସ୍ତଖତ ମଧ୍ୟ କରିଥିଲେ। ଦଳୀୟ ସାଂସଦଙ୍କ ବିରୋଧ ଟ୍ରୁଡୋଙ୍କ ପାଇଁ ଅଡୁଆ ପରିସ୍ଥିତି ସୃଷ୍ଟି କରିଛି। ପ୍ରାୟ ଦଶନ୍ଧି ଧରି ଟ୍ରୁଡୋ ଶାସନ କ୍ଷମତାରେ ରହିଥିବା ସମୟରେ ଏଭଳି ସମସ୍ୟାର ସମ୍ମୁଖୀନ ହୋଇ ନ ଥିଲେ। ତେଣୁ ବର୍ତ୍ତମାନ ତାଙ୍କ ନେତୃତ୍ଵ ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

- Advertisement -

ଟ୍ରୁଡୋଙ୍କ ଭାରତ ବିରୋଧୀ କାର୍ଯ୍ୟକଳାପ ଯୋଗୁ ତାଙ୍କୁ ବିରୋଧର ସମ୍ମୁଖୀନ ହେବାକୁ ପଡ଼ିଛି। ଏଥିଯୋଗୁ ଦଳ ପ୍ରତି ଜନସମର୍ଥନ ହ୍ରାସ ପାଇବାରେ ଲାଗିଛି। ଯାହାଫଳରେ ଦଳୀୟ ସାଂସଦମାନେ ଏବେ ଟ୍ରୁଡୋଙ୍କୁ କ୍ଷମତାଚ୍ୟୁତ କରିବାକୁ ଚାହୁଁଥିବା ଜଣାପଡ଼ିଛି।

Hot this week

ପୁଲିସର ଯାଞ୍ଚ କଡ଼ାକଡ଼ି

ସମାଜ ଲାଇଭ୍‌: କମିସନରେଟ ପୁଲିସ ପକ୍ଷରୁ ଶନିବାର ବିଳମ୍ବିତ ରାତିରେ ଗାଡ଼ିମୋଟର...

ହ୍ୟୁମାନ ସାଗର ସଙ୍କଟାପନ୍ନ, ଏମ୍ସ ଯାଇ ସ୍ବାସ୍ଥ୍ୟାବସ୍ଥା ପଚାରି ବୁଝିଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ହ୍ୟୁମାନ ସାଗର ଙ୍କ ସ୍ବାସ୍ଥ୍ୟ ଅବସ୍ଥା ଚିନ୍ତା...

ସ୍ଥାୟୀ ଜମି ପଟ୍ଟା ପ୍ରଦାନ ପାଇଁ ମାହେଶ୍ୱରୀ ସେନାର ଦାବି

ରେଙ୍ଗାଲିକ୍ୟାମ୍ପ ୧୫/୧୧: ଦୀର୍ଘ ୪୦ବର୍ଷ ଧରି ଗୋଡ଼ଭଗା ଛକ ନିକଟ ରାସ୍ତା...

କିଲାକିଆ ସେବାଶ୍ରମରେ ପିତାମାତା ସହଭାଗିତା କାର୍ଯ୍ୟକ୍ରମ

ଜି.ଉଦୟଗିରି,୧୫/୧୧: ଅନୁସୂଚିତ ଜାତି ଓ ଜନଜାତି ଏବଂ ପଛୁଆ ବର୍ଗ କଲ୍ୟାଣ...

ପୀତବାସ ପଣ୍ଡା ହତ୍ୟା ମାମଲା: ବ୍ରହ୍ମପୁର କାରାମଣ୍ଡଳରେ ସରିଲା ଅଭିଯୁକ୍ତଙ୍କ ଟିଆଇ ପରେଡ୍

ସମାଜ ନ୍ୟୁଜ ଡେସ୍କ- ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ମାମଲାରେ ଶନିବାର...

Related Articles

Popular Categories