ଟିଟିଲାଗଡ଼: ଆଜି ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଁଖାଇ। ଏହି ଅବସରରେ ଆଜି ଉତ୍ସବମୂଖର ହୋଇଉଠିଛି ପୁରପଲ୍ଲୀ। ପିଠାପଣା, ନୂଆ ଧାନରୁ ପ୍ରସ୍ତୁତ କ୍ଷୀରି, ଚୁଡା ସହ ବିଭିନ୍ନ ପ୍ରକାର ବ୍ୟଞ୍ଜନ ପ୍ରସ୍ତୁତିରେ ଘରର ମହିଳାମାନେ ଲାଗି ପଡିଛନ୍ତି। ଟିଟିଲାଗଡ଼ ଡ଼ିଏଭି ସ୍ୱୟଂ ଶାସିତ ମହାବିଦ୍ୟାଳୟର ଅବସରପ୍ରାପ୍ତ ଅଧ୍ୟକ୍ଷ ଡ଼ଃ ଶିବ ପ୍ରସାଦ ବେହେରାଙ୍କ ପରିବାରର ୭୦ରୁ ଉର୍ଦ୍ଧ୍ଵ ସଦସ୍ୟ ଏକତ୍ର ନୂଆଁଖାଇରେ ଏକାଠି ହୋଇଛନ୍ତି । ଏହା ଏକ ଭାଇଚାରାର ଏବଂ ଆତ୍ମୀୟତାର ପର୍ବ ବୋଲି ଡ଼ଃ ବେହେରା କହିଛନ୍ତି । ଟିଟିଲାଗଡ଼ ବିଧାୟକ ନବୀନ ଜୈନ, ରାଜ୍ୟ ଉତ୍କଳ ଯାଦବ ମହାସଂଘ ସାଧାରଣ ସମ୍ପାଦକ ମନୋଜ ହାତୀ, ବ୍ୟବସାୟୀ ସଂଘ ସଭାପତି ଶମ୍ଭୁ ପ୍ରସାଦ ଗୋଏଲ, ଖୋଲାଣ ସରପଞ୍ଚ ନରେଶ ଅଗ୍ରୱାଲ,ବଲାଙ୍ଗୀର ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘ ଜିଲ୍ଲା ସମ୍ପାଦକ ହେମେନ୍ଦ୍ର ହାଁସଦା, ଟିଟିଲାଗଡ଼ ବ୍ଲକ ସଭାପତି ପଦ୍ମନ ପ୍ରଧାନୀ, ପ୍ରମୋଦ ଜାନି, ବ୍ଲକ କୁମ୍ଭକାର ସଂଘ ସଭାପତି ସୁରେନ୍ଦ୍ର ରଣା, ବରିଷ୍ଠ ଓବିସି ନେତା ସୁଧୀର ସାହୁ ପ୍ରମୁଖ ମିଳିମିଶି ନୂଆଁଖାଇ ପର୍ବ ପାଳନ କରିଛନ୍ତି।
Popular Categories



