ସମାଜ ଡିଜିଟାଲ ଡେସ୍କ: କେନ୍ଦ୍ରାପଡା ଜିଲା ପଟ୍ଟାମୁଣ୍ଡାଇ ହସ୍ପିଟାଲ ଆଗରେ ଉତ୍ତେଜନା। ୪ବର୍ଷ ଶିଶୁକୁ ଭୁଲ ଇଞ୍ଜେକସନ ଦେବାକୁ ତା’ର ବାମ ଗୋଡ ଅଚଳ ହୋଇଥିବା ଅଭିଯୋଗ ହୋଇଛି। ଫଳରେ ଶିଶୁପୁତ୍ରର ପରିବାର ସଦସ୍ୟ ଓ ଗ୍ରାମବାସୀ ମାନେ ହସ୍ପିଟାଲରେ ହଙ୍ଗାମା କରିଛନ୍ତି। ଗତ ତିନି ଦିନ ତଳେ ଶିଶୁପୁତ୍ରଟି ଅସୁସ୍ଥ ଥିବାରୁ ହସ୍ପିଟାଲକୁ ଅଣାଯାଇଥିଲା। ଏହାପରେ ଡାକ୍ତର ତାକୁ ପରୀକ୍ଷା କରିବା ସହ ଏକ ଇଞ୍ଜେକସନ୍ ଦେଇଥିଲେ। ହେଲେ ପରିବାର ଲୋକ ଅଭିଯୋଗ କରିଛନ୍ତି ଯେ ଇଞ୍ଜେକସନ ଦିଆଯିବ ପରେ ଶିଶୁର ବାମ ଗୋଡ ଅଚଳ ହୋଇଥିଲା। ଏନେଇ ହସ୍ପିଟାଲରେ ଉତ୍ତେଜନ ପ୍ରକାଶ ପାଇବା ପରେ ପୁଲିସ ପହଞ୍ଚି ତଦନ୍ତ କରୁଛି।
Popular Categories



