ଟିଟିଲାଗଡ଼ : ଟିଟିଲାଗଡ଼ ଥାନା ନାନାଝେର ଗାଁରେ ଅଭାବନୀୟ ଘଟଣା ଘଟିଛି। ସାପ କାମୁଡାରେ ଜଣେ ମହିଳାଙ୍କର ମୃତ୍ୟୁ ଘଟିଛି। ମୃତକ ଲାଳସାଏ ଆଡ଼ଯୁଆଡ଼ଙ୍କ ପତ୍ନୀ ଲାଲଦେଇ ବୋଲି ଜଣାପଡିଛି। ମିଳିଥିବା ସୂଚନା ଅନୁଯାୟୀ ଲାଲଦେଇ ଆଜି ସକାଳୁ ପ୍ରତିଦିନ ଭଳି ଗଛରୁ ଫୁଲ ତୋଳୁଥିଲେ। ସେହି ସମୟରେ ଏକ ବିଷାକ୍ତ ସାପ ତାଙ୍କୁ କାମୁଡିଥିଲା। ପରେ ପରିବାର ଲୋକେ ଆମ୍ବୁଲାନ୍ସକୁ ଫୋନ କରିଥିଲେ। ତେବେ ଆମ୍ବୁଲାନ୍ସ ପହଞ୍ଚିବାରେ ବିଳମ୍ବରେ ପହଞ୍ଚିବାରୁ ଟିଟିଲାଗଡ଼ ଉପଖଣ୍ଡ ଡାକ୍ତରଖାନା ଆଣିବା ବେଳକୁ ତାଙ୍କର ମୃତ୍ଘୟୁ ଘଟିଥିଲା। ଟିଟିଲାଗଡ଼ ପୁଲିସ ଏକ ଅପମୃତ୍ୟୁ ମାମଲା ଦାଖଲ ସହ ଅଧିକ ତଦନ୍ତ ଜାରୀ ରଖିଛି । ମୃତ ମହିଳା ଜଣକ ଅଙ୍ଗନବାଡି କେନ୍ଦ୍ରରେ ପାଚିକା ଭାବରେ କାର୍ଯ୍ୟ କରୁଥିଲେ। ତାଙ୍କର ଝିଅ, ପୁଅ ଏବଂ ବୋହୂ ଅଛନ୍ତି। ମୃତକଙ୍କ ପରିବାରକୁ ସରକାରୀ ସହାୟତା ପ୍ରଦାନ ଲାଗି ଦାବି କରାଯାଇଛି।
Popular Categories



