www.samajalive.in
Monday, December 8, 2025
14.1 C
Bhubaneswar

ଗୁରୁବାର ରାଶିଫଳ

ମେଷ: ସର୍ବୋତ୍ତମ କାର୍ଯ୍ୟ କରିବା ପାଇଁ ମନୋନିବେଶ କରିବେ। କାର୍ଯ୍ୟରେ ଉଦାରତା ପ୍ରଦର୍ଶନ କରିପାରନ୍ତି। ଦାନ-ଧର୍ମକୁ ଆଜି ଦିନର ବ୍ରତ ଭାବେ ଗ୍ରହଣ କରିବେ। ବ୍ୟକ୍ତିତ୍ବର ପରିଚୟ ଦେବେ। ସୁସ୍ଥ ଓ ନିରାମୟ ରହିବେ। କୃଷି ପ୍ରତି ଅଗ୍ରାଧିକାର ଦେବେ।
ବୃଷ: ସମ୍ମାନିତ ହୋଇପାରନ୍ତି। ମନ ପ୍ରସନ୍ନ ରହିବ। ଆସ୍ତିକ ଚରିତ୍ରର ହେବେ। ମିଷ୍ଟଭାଷୀ ହୋଇପାରନ୍ତି। ପ୍ରେମୀ ଓ ସାହସୀ ହେବେ। ଭାଇମାନଙ୍କଠାରୁ ଆଦର ଓ ସମ୍ମାନ ପାଇବେ। ଧାର୍ମିକ, ବନ୍ଧୁ ପ୍ରେମୀ ଓ ବିଦ୍ବାନ୍‌ ହେବେ। ସୁଖୀ ହେବେ।
ମିଥୁନ: ବିଭିନ୍ନ ସ୍ତରରୁ ସାମାନ୍ୟ ଅର୍ଥପ୍ରାପ୍ତିର ସୂଚନା ମିଳୁଛି। ଆଶାବାଦୀ ହୋଇପାରନ୍ତି। ପରମ ଭାଗ୍ୟଶାଳୀ ହେବେ। ଶୋଭନ ବ୍ୟକ୍ତିତ୍ବ ସମ୍ପନ୍ନ ହେବେ। ପରଦେଶବାସୀ, ମଧୁରଭାଷୀ, ସହନଶୀଳ, ଶାନ୍ତିପ୍ରିୟ ଓ ଉଦାର ବିଦ୍ୟାପ୍ରେମୀ ହେବେ। ମିତ୍ର ସୁଖ ମିଳିବ।
କର୍କଟ: ଆକସ୍ମିକ ଧନପ୍ରାପ୍ତିର ସୂଚନା ମିଳୁଛି। ଆତ୍ମସନ୍ତୋଷ ଲାଭ କରିବେ। ଐଶ୍ବର୍ଯ୍ୟଯୁକ୍ତ ହେବେ। ରଣକ୍ଷେତ୍ରରେ ବୀରତ୍ବ ପ୍ରଦର୍ଶନ କରିପାରନ୍ତି। ମାଲିମୋକଦ୍ଦମାରେ ବିଜୟୀ ହେବେ। ଧନଲାଭ ହେବ। ରୁଚିକର ଭୋଜନରେ ଆପ୍ୟାୟିତ ହେବେ। ସୁସ୍ଥ ରହିବେ।
ସିଂହ: ପରିବାର ଭିତରେ ବୁଝାମଣା ଠିକ୍‌ ରହିବ। ପଥରୋଧର ସମ୍ମୁଖୀନ ହୋଇପାରନ୍ତି। ଥଣ୍ଡା-କଫଜନିତ ସାମାନ୍ୟ ପୀଡ଼ା ଅନୁଭବ କରିବେ। ଚଞ୍ଚଳ ସ୍ବଭାବର ହେବେ। ଏକାନ୍ତପ୍ରିୟ ହେବେ। ମଧୁରଭାଷୀ ଯୋଗୁଁ ଜନାଦୃତ ହୋଇପାରନ୍ତି।
କନ୍ୟା: ପୈତୃକ ସମ୍ପତ୍ତିକୁ ନେଇ ବିବାଦ ଦେଖା ଦେଇପାରେ। ସୁସ୍ଥ ଓ ନିରାମୟ ଜୀବନ-ଯାପନ କରିବେ। ଯଶସ୍ବୀ ହେବେ। ଲୋକପ୍ରିୟତା ଅର୍ଜନ କରିବେ। ଚଞ୍ଚଳ ପ୍ରକୃତିର ହେବେ। ସରକାରୀ ସ୍ତରରେ ସମ୍ମାନିତ ହେବେ। ଅର୍ଥ ମିଳିବ।
ତୁଳା: ପ୍ରଭାବ ବିସ୍ତାର କରି କାର୍ଯ୍ୟ ହାସଲ କରିପାରନ୍ତି। ସୁଖୀ ହେବେ। ସମ୍ମାନିତ ହୋଇପାରନ୍ତି। କୁଳଦୀପକ ହେବେ। ମନ ପ୍ରସନ୍ନ ରହିବ। ସୁସ୍ଥ ଓ ନିରାମୟ ଜୀବନ ଯାପନ କରିବେ। ଦୟାଳୁ ସ୍ବଭାବର ହେବେ। ବ୍ୟବସାୟ ଲାଭଜନକ ହେବ।
ବିଛା: ବ୍ୟାବସାୟିକ କ୍ଷେତ୍ର ଅନୁକୂଳ ରହିବ। ଦିନସାରା କାର୍ଯ୍ୟ ବ୍ୟସ୍ତ ରହିବେ। ଭାଗ୍ୟଶାଳୀ ହେବେ। ଦିନଟି ଭୋଗ-ବିଳାସରେ ଅତିବାହିତ କରିପାରନ୍ତି। ସୁଖ-ସମୃଦ୍ଧିପୂର୍ଣ୍ଣ ଜୀବନ-ଯାପନ କରିବେ। ଧର୍ମାତ୍ମା, ବିଦ୍ବାନ ଓ ସମ୍ପତ୍ତିବାନ୍‌ ହେବେ।
ଧନୁ: କଳହର ଅନ୍ତ ଘଟିବ। କେତେକ କ୍ଷେତ୍ରରେ ନୀରବ ଦ୍ରଷ୍ଟା ସାଜି ପାରନ୍ତି। ସ୍ବାଭିମାନୀ ହେବେ। ସର୍ଦି ଓ କଫ ରୋଗରେ ପୀଡ଼ିତ ହୋଇପାରନ୍ତି। ଯୁଗ୍ମ ବ୍ୟବସାୟ ଲାଭଜନକ ହେବ। ଅଷ୍ଟମ ଚନ୍ଦ୍ର ଭୋଗ ହେଉଥିବାରୁ ସତର୍କରେ ଚଳିବାକୁ ପଡ଼ିବ।
ମକର: ଘରୋଇ ଧନ୍ଦାରେ ମନୋନିବେଶ କରିପାରନ୍ତି। ବନ୍ଧୁ ମିଳନ ଦ୍ବାରା ଉପକୃତ ହୋଇପାରନ୍ତି। ବ୍ୟବସାୟ ଲାଭଜନକ ହେବ। ସମାଜ ସେବା ପ୍ରତି ମନ ବଳାଇପାରନ୍ତି। ଶାନ୍ତ ଓ ଧୈର୍ଯ୍ୟବାନ୍‌ ହେବେ। ପତ୍ନୀଙ୍କ ପରାମର୍ଶ ଉପାଦେୟ ହେବ।
କୁମ୍ଭ: ମାନସିକ ଅଶାନ୍ତି ଦୂର ହେବ। ଭାଇମାନଙ୍କ ପ୍ରତି ସ୍ନେହ, ସଦିଚ୍ଛା ଭାବ ରହିବ। ସୁସ୍ଥ ଓ ନିରାମୟ ଜୀବନ-ଯାପନ କରିପାରନ୍ତି। ବଳିଷ୍ଠ ଓ ଶତ୍ରୁହନ୍ତା ହେବେ। ଚାକିରି କ୍ଷେତ୍ରରେ ଉଚ୍ଚ କର୍ତ୍ତୃପକ୍ଷଙ୍କ ପ୍ରିୟ ଭାଜନ ହେବେ। ସ୍ବାଧୀନ ଚିନ୍ତାଧାରାରେ କାର୍ଯ୍ୟ କରିବେ।
ମୀନ: ଲୋକ ସଂପର୍କ ବୃଦ୍ଧି ପାଇବ। ପରାମର୍ଶ ନେଇ କାର୍ଯ୍ୟ କଲେ ସଫଳତା ମିଳିବ। ଚଞ୍ଚଳ ପ୍ରକୃତିର ହୋଇପାରନ୍ତି। ଆକସ୍ମିକ ଧନଲାଭ ହେବ। ଗୁପ୍ତ ବିଦ୍ୟାପ୍ରତି ରୁଚି ରହିବ। ବ୍ୟବସାୟରୁ ପ୍ରଚୁର ଧନଲାଭ ହେବ। ସେୟାର ମାର୍କେଟ ବା ଲଟେରିରେ ସଫଳ ହେବେ।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories