www.samajalive.in
Monday, December 15, 2025
17.1 C
Bhubaneswar

ଗୁରୁବାର ରାଶିଫଳ (ଜୁନ ୨୨)

ମେଷ: ବିଦ୍ବାନ୍ ହେବେ। ସଫଳ ବକ୍ତା ହୋଇପାରନ୍ତି। ସ୍ବାଭିମାନୀ ଓ କର୍ମ ପରାୟଣ ହେବେ। ସମ୍ମାନିତ ହୋଇପାରନ୍ତି। ଦେବ-ଦ୍ବିଜ ଭକ୍ତ ହେବେ। ରୂପବାନ୍‌ ଓ ଧନବାନ୍‌ ହେବା ଆଶା କରାଯାଏ। ପୁତ୍ର ସୁଖ ମିଳିବ।
ବୃଷ: ସୁକୁମାର କୋମଳ ଶରୀର ସମ୍ପନ୍ନ ହେବେ। ସତ୍ୟବକ୍ତା ଓ ବିଳାସପ୍ରିୟ ହେବେ। ଆସ୍ତିକ ହେବେ। ଗଣିତଜ୍ଞ ହୋଇପାରନ୍ତି। ପତ୍ନୀପ୍ରିୟ ଓ ମିତବ୍ୟୟୀ ହେବେ। ସୁଖ୍ୟାତି ଅର୍ଜନ କରିବେ। ଆସ୍ତିକ ହେବେ।
ମିଥୁନ: ସ୍ବାଭିମାନୀ ହେବେ। କ୍ରୋଧ ପ୍ରକାଶ କରିପାରନ୍ତି। ଶୋଭନ ବ୍ୟକ୍ତିତ୍ବସମ୍ପନ୍ନ ହେବେ। ବ୍ୟବସାୟ ଲାଭଜନକ ହେବ। ରାଜ ସମ୍ମାନର ଅଧିକାରୀ ହୋଇପାରନ୍ତି। ସାମର୍ଥ୍ୟର ପରିପ୍ରକାଶ ଘଟିବ।
କର୍କଟ: ଆୟ ଆଶାନୁରୂପ ହେବ। ମିଷ୍ଟାନ୍ନ ଦ୍ରବ୍ୟରେ ଜଳପାନ କରିପାରନ୍ତି। ଐଶ୍ବର୍ଯ୍ୟ ପ୍ରାପ୍ତି ସୂଚନା ମିଳୁଛି। ଶାସ୍ତ୍ରଚିନ୍ତକ ହେବେ। ନିଜ କୁଳ ପୋଷକ ହେବେ। ଧନଧାନ୍ୟରେ ଭଣ୍ଡାର ପରିପୂର୍ଣ୍ଣ କରିପାରନ୍ତି।
ସିଂହ: ଧନବାନ୍‌ ହେବେ। ରାଜସେବକ ହୋଇପାରନ୍ତି। ଭୋଗହୀନ ଓ ବୁଦ୍ଧିମାନ୍‌ ହେବେ। ମହିଳାମାନଙ୍କର ପ୍ରିୟପାତ୍ର ହେବେ। କର୍ମଚଞ୍ଚଳ ରହିବେ। ମିଷ୍ଟଭାଷୀ ଓ ଉଚ୍ଚାଧିକାରୀ ହୋଇପାରନ୍ତି।
କନ୍ୟା: ସୁସ୍ଥ ଓ ନିରାମୟ ରହିବେ। ଆୟୁଷ୍ମାନ୍‌ ହେବେ। ନାନାବିଧ ସମ୍ମାନର ଅଧିକାରୀ ହେବେ। ଯାନବାହନ ସୁଖ ମିଳିବ। କୀର୍ତ୍ତିମାନ୍‌ ହେବେ। ମନ ପ୍ରସନ୍ନ ରହିବ। ଧନବାନ୍‌ ହୋଇପାରନ୍ତି। ସମସ୍ତଙ୍କ ପ୍ରିୟ ହେବେ।
ତୁଳା: ନୀରୋଗ ଶରୀରଯୁକ୍ତ ହେବେ। ମନ ପ୍ରସନ୍ନ ରହିବ। ବହୁ ସୁଖର ଅଧିକାରୀ ହେବେ। ସରକାରୀ ଅର୍ଥ ମିଳିପାରେ। ଗୁଣଜ୍ଞ ହୋଇପାରନ୍ତି। ବହୁବିଧ ଧନର ଅଧିକାରୀ ହେବେ। ଧୈର୍ଯ୍ୟବାନ୍‌ ହେବେ।
ବିଛା: ସୌଭାଗ୍ୟଶାଳୀ ଓ ଧାର୍ମିକ ପ୍ରବୃତ୍ତିର ହୋଇପାରନ୍ତି। ବିଭିନ୍ନ ସୂତ୍ରରୁ ଧନାଗମର ସୂଚନା ମିଳୁଛି। କୁଶଳୀ ବ୍ୟବସାୟୀ, ବିଦ୍ବାନ୍‌, କର୍ମଚଞ୍ଚଳ ରହିବେ। ଶ୍ରେଷ୍ଠ ମାନ୍ୟତା ପ୍ରାପ୍ତ ହେବେ। ସୁସ୍ଥ ଓ ନିରାମୟ ରହିବେ।
ଧନୁ: ଧନୀ ହୋଇପାରନ୍ତି। ସୁସ୍ଥ ଓ ଆୟୁଷ୍ମାନ୍‌ ହେବେ। ମାଲିମୋକଦ୍ଦମା ଓ ନିର୍ବାଚନରେ ଜୟଯୁକ୍ତ ହେବେ। ଭାଇମାନଙ୍କଠାରୁ ସହଯୋଗ ମିଳିବ। ଆତ୍ମଜ୍ଞାନ ଶକ୍ତିସମ୍ପନ୍ନ ହେବେ। ଉନ୍ନତି ନିମିତ୍ତ ପ୍ରଯତ୍ନଶୀଳ ହେବେ।
ମକର: ସେବା ମନୋଭାବର ହୋଇପାରନ୍ତି। ମନରେ ଅହଂଭାବ ଉଦ୍ରେକ ହୋଇପାରେ। ଅବିବାହିତମାନଙ୍କର ମନୋରମା କନ୍ୟା ସହିତ ବିବାହ ସମ୍ବନ୍ଧ ସ୍ଥିର ହେବ। ଧନସମ୍ପଦ ମିଳିପାରେ। ଗୁଣଜ୍ଞ ହୋଇପାରନ୍ତି।
କୁମ୍ଭ: ଧନବାନ୍‌, ଶାନ୍ତିପ୍ରିୟ, ଆୟୁଷ୍ମାନ୍‌ ଓ ରାଜନୀତିଜ୍ଞ ହୋଇପାରନ୍ତି। ଶତ୍ରୁ ବିନାଶକ ହେବେ। ପରିଶ୍ରମୀ ହେବେ। ଶ୍ରେଷ୍ଠ ମାନ୍ୟତାଯୁକ୍ତ ହେବେ। ଭାଗ୍ୟବାନ୍‌, ବନ୍ଧୁପ୍ରେମୀ ଓ ନୀତିଜ୍ଞ ହେବେ। ପାଣ୍ଡିତ୍ୟ ଅର୍ଜନ କରିବେ।
ମୀନ: ବିଭିନ୍ନ ସ୍ତରରୁ ଅଧିକ ଧନାଗମ ହେବାର ସୂଚନା ମିଳୁଛି। କନ୍ୟା ସନ୍ତାନ ପାଇଁ ଗର୍ବିତ ହେବେ। ମନ ପ୍ରସନ୍ନ ରହିବ। ଉତ୍ତମା ପତ୍ନୀଙ୍କ ସାହଚର୍ଯ୍ୟ ମିଳିବ। ଶୋଭନ ବ୍ୟକ୍ତିତ୍ବ ଓ ସଦାଚାରୀ ହେବେ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories