www.samajalive.in
Saturday, December 6, 2025
14.1 C
Bhubaneswar

ବୃହସ୍ପତିବାରର ମହତ୍ତ୍ବ; ବିବାହ ଓ ସମ୍ପନ୍ନତା ପାଇଁ କରନ୍ତୁ ଏହି ଉପାୟ

ପ୍ରତିଟି ବାର ସହ ସ୍ବତନ୍ତ୍ର ଗ୍ରହର ସମ୍ପର୍କ ରହିଛି । ତେଣୁ ପ୍ରତିଦିନ ଏହି ଗ୍ରହକୁ ପୂଜା କରି ଏବଂ ଉପବାସ ରଖି ସେହି ଗ୍ରହକୁ ସୁଦୃଢ କରିପାରିବା । ବୃହସ୍ପତିବାର ଅର୍ଥାତ୍ ଗୁରୁବାର ଦିନ ଶ୍ରୀହରି ଏବଂ ବୃହସ୍ପତି ଗ୍ରହକୁ ପୂଜା କରି କୃପା ଲାଭ କରି ହେବ । ଶ୍ରୀହରି କୃପାରୁ ସମ୍ପତ୍ତି ଏବଂ ସମ୍ପନ୍ନତା ଲାଭ କରିହେବ । ସେହିପରି ବୃହସ୍ପତି ଦେବଙ୍କ କୃପାରୁ ସନ୍ତାନପ୍ରାପ୍ତି ଏବଂ ବିବାହର ସମସ୍ୟା ଉଭୟ ଦୂର କରାଯାଇପାରିବ । ଏହି ବ୍ରତ ସବୁ ପ୍ରକାର ସୁଖ, ଶାନ୍ତି ଓ ସମୃଦ୍ଧି ପ୍ରଦାନ କରିଥାଏ ।

ଏମାନେ ବୃହସ୍ପତି ବ୍ରତ ରଖିବା ଫଳପ୍ରଦ
ଯେଉଁମାନଙ୍କ ଜାତକରେ ବୃହସ୍ପତି ଖରାପ ସ୍ଥିତିରେ ବା ଦୁର୍ବଳ ରହିଛି,
ଯେଉଁମାନଙ୍କ ବିବାହ ହୋଇ ପାରୁନାହିଁ ବା ବୈବାହିକ ଜୀବନରେ ସମସ୍ୟା ରହିଛି,
ଯେଉଁମାନଙ୍କ ସନ୍ତାନ ପ୍ରାପ୍ତିରେ ସମସ୍ୟା ରହିଛି,
ଯେଉଁମାନଙ୍କ ପେଟ ଜନିତ ସମସ୍ୟା ରହିଛି ସେମାନେ ଏହି ବ୍ରତ କରିବା ଉଚିତ୍ ।
କିପରି କରିବେ ଏହି ବ୍ରତ
ପ୍ରାତଃକାଳରେ ସ୍ନାନ କରିବା ସମୟରେ ବ୍ରତ ରଖିବାର ସଙ୍କଳ୍ପ ନିଅନ୍ତୁ ।
ସୂର୍ଯ୍ୟ ଦେବତାଙ୍କୁ ହଳଦି ମିଶ୍ରିତ ଜଳ ଅର୍ପଣ କରନ୍ତୁ ।
ଏହା ପରେ କଦଳୀ ଗଛ ମୂଳରେ ଜଳ ଅର୍ପଣ କରନ୍ତୁ ।
ବୃହସ୍ପତି ମନ୍ତ୍ର ଜପ କରନ୍ତୁ ।
ଏହି ଦିନ କେବଳ ସାତ୍ତ୍ବିକ ଭୋଜନ ଗ୍ରହଣ କରନ୍ତୁ ।
ସମ୍ପତ୍ତି ଏବଂ ସମ୍ପନ୍ନତା ପାଇଁ କରନ୍ତୁ ଏହି ଉପାୟ
ଭଗବାନ୍‌ ବିଷ୍ଣୁଙ୍କୁ ହଳଦିଆ ପୁଷ୍ପ ଅର୍ପଣ କରନ୍ତୁ ।
ଏହା ପରେ ‘ବିଷ୍ଣୁ ସହସ୍ତ୍ରନାମ’ ପାଠ କରନ୍ତୁ ।
ବିବାହ ଓ ସନ୍ତାନ ପାଇଁ କରନ୍ତୁ ଏହି ଉପାୟ
ବୃହସ୍ପତିବାରରେ ବ୍ରତ ରଖନ୍ତୁ।
ସୂର୍ଯ୍ୟ ଦେବତାଙ୍କୁ ହଳଦି ମିଶ୍ରିତ ଜଳ ଅର୍ପଣ କରନ୍ତୁ ।
ଏହା ପରେ ହଳଦି ମାଳାରେ ବୃହସ୍ପତି ମନ୍ତ୍ର ଜପ କରନ୍ତୁ ।
ମନ୍ତ୍ର- ‘‘ଓଁ ବୃଂ ବୃହସ୍ପତୟେ ନମଃ’’
ଏହା ପରେ ସୂର୍ଯ୍ୟସ୍ତ ପୂର୍ବରୁ ହଳଦିଆ ରଙ୍ଗର ଭୋଜନ କରିବା ଉତ୍ତମ । 


Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories