www.samajalive.in
Saturday, December 6, 2025
15.1 C
Bhubaneswar

ଏମାର ମଠ ଉଚ୍ଛେଦ ବେଳେ ଭୂତଳ କୋଠରୀ ଠାବ

ପୁରୀ : ପୁରୀରେ ଏମାର ମଠ ଉଚ୍ଛେଦ ବେଳେ ଗୁରୁବାର ଏକ ଭୂତଳ କୋଠରୀ ଠାବ ହୋଇଛି। ମଠର ତଳ ଭାଗରେ ଥିବା ଏହି କୋଠରୀ ଶହ ଶହ ବର୍ଷ ପୁରୁଣା ବୋଲି ଅନୁମାନ କରାଯାଉଛି।
ସୂଚନା ଅନୁସାରେ, ଏହା ଏକ ଚାରି ଥାକିଆ ଭୂତଳ କୋଠରୀ। ଯେଉଁଠି ଖାଦ୍ୟ, ଶସ୍ୟ ସହ ଅନ୍ୟାନ୍ୟ ମୂଲ୍ୟବାନ ପଦାର୍ଥକୁ ରଖାଯାଉଥିଲା। ବର୍ଷ ବର୍ଷ ଧରି ଏହି ଘର ଗୁଡ଼ିକ ପରିତ୍ୟକ୍ତ ହୋଇ ପଡ଼ି ରହିଥିବାରୁ ସାପ ଓ ବହୁ ସଂଖ୍ୟାରେ ଚେମିଣି ଥିବା ଦେଖିବାକୁ ମିଳିଛି। ସେଥିପାଇଁ ଏହି କୋଠରୀକୁ ଭଙ୍ଗା ଯିବା ପୂର୍ବରୁ ଆଜି ସ୍ନେକ୍ ହେଲପ ଲାଇନ୍ ସଦସ୍ୟ ଭିତରକୁ ଯାଇଥିଲେ। ବହୁ ପୁରୁଣା କୋଠରୀ ହୋଇଥିବାରୁ ଆଲୋକ ସଂଯୋଗ ହୋଇନାହିଁ। ଫଳରେ ଭୂତଳ କୋଠରୀ ସମ୍ପର୍କରେ ସ୍ପଷ୍ଟ ସୂଚନା ମିଳିପାରିନାହିଁ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories