www.samajalive.in
Saturday, December 6, 2025
14.1 C
Bhubaneswar

ସଫଳତାର ସିଡି ଚଢ଼ିବା ପାଇଁ ଲିଫ୍ଟ ନୁହେଁ, ପାହାଚ ଏକମାତ୍ର ବିକଳ୍ପ: ମୋଦୀ

ନୂଆଦିଲ୍ଲୀ: ସଫଳତାର ସିଡି ଚଢ଼ିବା ପାଇଁ ଲିଫ୍ଟ ନୁହେଁ, କେବଳ ପାହାଚ ଏକମାତ୍ର ବିକଳ୍ପ। ଭାରତକୁ ଆଗେଇ ନେବାର ଚାବି ହେଉଛି ସୁସ୍ଥ ମଣିଷ, ସୁସ୍ଥ ପରିବାର ଏବଂ ସୁସ୍ଥ ସମାଜ। ଏହା ସାଧନ ହୋଇପାରିଲେ ଭାରତ ଆଗେଇ ଚାଲିବ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ନୂଆଦିଲ୍ଲୀସ୍ଥିତ ଇନ୍ଦିରା ଗାନ୍ଧୀ ଇନଡୋର ଷ୍ଟାଡିୟମରେ ଗୁରୁବାର ଜାତୀୟ କ୍ରୀଡ଼ା ଦିବସ ଅବସରରେ ‘ଫିଟ୍‌ ଇଣ୍ଡିଆ ମୁଭମେଣ୍ଟ’ର ଶୁଭାରମ୍ଭ କରି ମୋଦୀ ଦେଶବାସୀଙ୍କୁ ଉଦବୋଧନ ଦେଇ ଏହା କହିଥିଲେ।

ମୋଦୀ ଆହୁରି କହିଥିଲେ, ଆମ ସଂସ୍କୃତିରେ ଫିଟ୍‌ନେଟ ସବୁବେଳେ ଏକ ଗୁରୁତ୍ଵପୂର୍ଣ୍ଣ ଅଂଶ ହୋଇ ରହିଆସିଛି। କିନ୍ତୁ ବର୍ତ୍ତମାନ ଫିଟନେସ ପ୍ରସଙ୍ଗରେ ଉଦାସୀନତା ଦେଖିବାକୁ ମିଳୁଛି। କିଛି ଦଶନ୍ଧି ତଳେ ଜଣେ ସାଧାରଣ ଲୋକ ଦିନକୁ ୮ରୁ ୧୦ କିଲୋମିଟର ଚାଲୁଥିଲା, ନଚେତ ସାଇକେଲ ଚଳାଉଥିଲା କିମ୍ବା ଦୌଡ଼ୁଥିଲା। ମାତ୍ର ଏବେ ପ୍ରଯୁକ୍ତିବିଦ୍ୟା ସହିତ ମଣିଷର ଶାରିରୀକ କାର୍ଯ୍ୟକଳାପ ହ୍ରାସ ପାଇଛି। ବର୍ତ୍ତମାନ ଆମେ କମ୍‌ ଚାଲୁଛୁ ଏବଂ ସେହି ପ୍ରଯୁକ୍ତିବିଦ୍ୟା ଆମକୁ କହୁଛି ଯେ ଆମେ ପର୍ଯ୍ୟାପ୍ତ ଚାଲୁନାହୁଁ।

- Advertisement -

ଏହି ଅବସରରେ ମୋଦୀ ଜାତୀୟ କ୍ରୀଡ଼ା ପୁରସ୍କାର ବିଜେତା ଏବଂ କ୍ରୀଡ଼ା କ୍ଷେତ୍ରରେ ସଫଳତା ହାସଲ କରିଥିବା ପ୍ରତିଭାମାନଙ୍କୁ ଶୁଭେଚ୍ଛା ଜଣାଇବା ସହିତ ପ୍ରଶଂସା କରିଥିଲେ। ବକ୍ସିଂ ହେଉ କି ବ୍ୟାଡ୍‌ମିଣ୍ଟନ, ଟେନିସ କିମ୍ବା ଯେକୌଣସି କ୍ରୀଡ଼ାରେ ଆମ କ୍ରୀଡ଼ାବିତ୍‌ମାନେ ଆମ ଅଭିଳାସକୁ ନୂଆ ଆଶା ଦେଉଛନ୍ତି। ସେମାନଙ୍କ କଠିନ ପରିଶ୍ରମର ଫଳ କେବଳ ପଦକ ନୁହେଁ, ବରଂ ଏକ ନୂଆ ଭାରତର ଆଶାର ପ୍ରତିଫଳନ ବୋଲି ମୋଦୀ କହିଥିଲେ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories