www.samajalive.in
Saturday, December 6, 2025
14.1 C
Bhubaneswar

ତାତି ସାଙ୍ଗକୁ ଜାରି ରହିଛି କାଳବୈଶାଖୀ: ଘଡଘଡି ପାଇଁ୧୦ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

ଭୁବନେଶ୍ବର: ରାଜ୍ୟରେ ପୁଣି ବଢିଲା ତାତି । ଶୁକ୍ରବାର ରାଜ୍ୟରେ ୩୯. ୫ ଡିଗ୍ରୀ ସହ ବୌଦ୍ଧ ରାଜ୍ୟର ସବୁଠୁ ଉତ୍ତପ୍ତ ସହର ପାଲଟିଥିଲା। ମାଲକାନଗିରିରେ ତାପମାତ୍ରା ୩୮. ୮ ରହିଥିବାବେଳେ ଝାରସୁଗୁଡାରେ ୩୮.୭ ରହିଥିଲା। ରାଜ୍ୟର ପ୍ରାୟ ୩୯ ସହରର ତାପମାତ୍ରା ୩୫ ଡିଗ୍ରୀ ଉପରେ ରହିଥିଲା। ସେପଟେ ତାତି ବଢିଥିଲେ ବି କାଳବୈଶାଖୀ ପ୍ରଭାବରେ କିଛି ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହୋଇଛି। ଗଞ୍ଜାମ , ଗଜପତି, ରାୟଗଡା , କନ୍ଧମାଳ, ଭଦ୍ରକ , ବାଲେଶ୍ବର , କେନ୍ଦୁଝର ଏବଂ ମୟୁରଭଞ୍ଜ ଜିଲ୍ଲାରେ ବର୍ଷା ହେବାର ସମ୍ଭାବନା ରହିଛି। ଘଡିଘଡି ପାଇଁ ୧୦ ଜିଲ୍ଲାକୁ ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ତେବେ ଆଗାମୀ ୩ ଦିନ ଯାଏ ଉପକୂଳ ଓଡିଶାର ବିଭିନ୍ନ ଅଞ୍ଚଳରେ ୩୪ରୁ ୩୬ ଡିଗ୍ରୀ ,ବଂ ଆଭ୍ୟନ୍ତରୀଣ ଓଡିଶାରେ ୩୭ରୁ ୩୯ ଡିଗ୍ରୀ ତାପମାତ୍ରା ରହିପାରେ। ଶନିବାର ସକାଳୁ ଭୁବନେଶ୍ବରରେ ପାଗ ମେଘୁଆ ରହିଥିବା ଦେଖିବାକୁ ମିଳିଥିଲା।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories