www.samajalive.in
Saturday, December 6, 2025
14.1 C
Bhubaneswar

ମିଆଁମାରରେ ସୁରକ୍ଷା ସ୍ଥିତି ଖରାପ

ନୂଆଦିଲ୍ଲୀ: ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ଯେ ମିଆଁମାରରେ ସୁରକ୍ଷା ସ୍ଥିତି ଖରାପ ହେବା ଚିନ୍ତାର ବିଷୟ ପାଲଟିଛିି । ନୂଆଦିଲ୍ଲୀରେ ଗଣମାଧ୍ୟମକୁ ସମ୍ବୋଧିତ କରି ମନ୍ତ୍ରଣାଳୟର ମୁଖପାତ୍ର ରଣଧୀର ଜୟସ୍ୱାଲ କହିଛନ୍ତି ଯେ ପଡୋଶୀ ଦେଶ ମିଆଁମାରରେ ଶାନ୍ତି ଓ ସ୍ଥିରତା ବଜାୟ ରହିବା ପାଇଁ ଭାରତ ଚାହେଁ । ଏହାପୂର୍ବରୁ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ଭାରତୀୟ ନାଗରିକମାନଙ୍କ ପାଇଁ ମାର୍ଗଦର୍ଶିକା ଜାରି କରି ସେଠାରେ ସୁରକ୍ଷା ସ୍ଥିତି ଖରାପ ଥିବାରୁ ମିଆଁମାର ଯାତ୍ରା ନକରିବାକୁ ଅନୁରୋଧ କରିଥିଲା ।
ଗଣମାଧ୍ୟମର ପ୍ରଶ୍ନର ଉତ୍ତର ଦେଇ ଜୟସ୍ୱାଲ କହିଛନ୍ତି ଯେ ସେଠାରେ ଫସି ରହିଥିବା ଲୋକଙ୍କୁ ଶୀଘ୍ର ସ୍ଥାନାନ୍ତର କରିବା ପାଇଁ ଭାରତ ରୁଷ କର୍ତ୍ତୃପକ୍ଷଙ୍କ ଉପରେ ଚାପ ପକାଉଛି । ପ୍ରାୟ ୨୦ ଜଣ ଭାରତ ଫେରିବା ପାଇଁ ମନ୍ତ୍ରଣାଳୟର ଦ୍ୱାରସ୍ଥ ହୋଇଥିଲେ । ଯେଉଁଥିରେ ଦୁଇ ଜଣଙ୍କର ମୃତ୍ୟୁ ଘଟିଛି । ଶ୍ରୀ ଜୟସ୍ୱାଲ କହିଛନ୍ତି ଯେ ମୃତଦେହ ଗୁଡିକୁ ଚଳିତ ସପ୍ତାହ ଶେଷ ସୁଦ୍ଧା ଭାରତ ଆଣିବା ଲାଗି ବ୍ୟବସ୍ଥା କରାଯାଉଛି ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories