mission shakti banner

‘ସର୍ବତ୍ର ସମାନ ଦର୍ଶନ’କୁ ଭାରତ ସମ୍ମାନ ଦିଏ- ରାଷ୍ଟ୍ରପତି

BSKY banner  750×100

ହାଇଦ୍ରାବାଦ: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ କହିଛନ୍ତି ଯେ ଆଧ୍ୟତ୍ମିକ ଆଧାରିତ ଆମ ସଂସ୍କୃତି ବିଶ୍ୱ ବନ୍ଧୁତ୍ୱ ଭାବନାକୁ କେନ୍ଦ୍ରରେ ରଖିଛି । ହାଇଦ୍ରାବାଦର କାହ୍ନା ଶାନ୍ତି ବନମରେ ଶୁକ୍ରବାର ସନ୍ଧ୍ୟାରେ ଆରମ୍ଭ ହୋଇଥିବା ୪ଦିନିଆ ଆଧ୍ୟତ୍ମିକ ପର୍ବରେ ରାଷ୍ଟ୍ରପତି ଯୋଗ ଦେଇଥିଲେ । ଏହି ଅବସରରେ ସମ୍ବୋଧିତ କରି ରାଷ୍ଟ୍ରପତି କହିଛନ୍ତି ଯେ ଭାରତ ଗୋଟିଏ ଦର୍ଶନକୁ ଠିକ୍‍ କିମ୍ବା ଅନ୍ୟ ଭୁଲ ପ୍ରମାଣିତ କରେ ନାହିଁ । ଏବଂ ସତ୍ୟରେ ପହଂଚିବାର ସମସ୍ତ ମାଧ୍ୟମ ‘ସର୍ବତ୍ର ସମାନ ଦର୍ଶନ’କୁ ସମ୍ମାନ ଦିଏ । ଏହି ସମାନତା ଭାବନା ଆମ ଆଧ୍ୟତ୍ମିକ ପରମ୍ପରାର ଆଧାର ବୋଲି ରାଷ୍ଟ୍ରପତି କହିଥିଲେ ।

Comments are closed.