www.samajalive.in
Sunday, December 7, 2025
23.1 C
Bhubaneswar

୩ ବର୍ଷର ଶିଶୁକୁ ବଳାତ୍କାର ପରେ ହତ୍ୟା: ଗଣ୍ଡି ମିଳିଲା, ମୁଣ୍ଡ ଖୋଜୁଛି ପୁଲିସ

ଜାମଶେଦପୁର : ଝାଡ଼ଖଣ୍ଡ ଜାମଶେଦପୁରରେ ଏକ ଅମାନୁଷିକ ଘଟଣା ଘଟିଛି। ଗତ ସପ୍ତାହରେ ଟରଟାନଗର ରେଳ ଷ୍ଟେସନରୁ ନିଖୋଜ ୩ ବର୍ଷ ଶିଶୁ କନ୍ୟାର ମୁଣ୍ଡବିହୀନ ଶରୀର ମଙ୍ଗଳବାର ରାତିରେ ଅଭିଯୁକ୍ତ କହିଥିବା ସ୍ଥାନରୁ ମିଳିଛି। ସିସିଟିଭି ଫୁଟେଜ ଆଧାରରେ ପୁଲିସ ଅଭିଯୁକ୍ତକୁ ଗିରଫ କରିଛି।
ଶିଶୁର ମୁଣ୍ଡବିହୀନ ଶରୀରକୁ ବ୍ୟବଚ୍ଛେଦ ପାଇଁ ପଠାଇ ଦିଆଯାଇଛି। ଶିଶୁଟିର କଟା ମୁଣ୍ଡକୁ ପୁଲିସ୍‍ ଖୋଜୁଛି। କୁହାଯାଉଛି ଯେ ରେଳ ଷ୍ଟେସନରୁ ୩ ବର୍ଷର ଶିଶୁ କନ୍ୟାକୁ ଅପହରଣ କରିବା ପରେ ୨ ଜଣ ତାକୁ ବଳାତ୍କାର କରିଥିଲେ ଓ ମୁଣ୍ଡ କାଟି ହତ୍ୟା କରିଥିଲେ। ଚାଞ୍ଚଲ୍ୟକର ତଥ୍ୟ ଅନୁସାରେ ଗିରଫ ରିଙ୍କୁ ଜଣେ ପେଶାଦାର ଅପରାଧୀ ଓ ସେ ପୂର୍ବରୁ ଶିଶୁଙ୍କୁ ଅପହରଣ କରି ହତ୍ୟା କରିବା ମାମଲାରେ ଗିରଫ ହୋଇଥିଲା। ସେ ଗିରିଡିହ ଜିଲା ପୁଲିସରେ କାର୍ଯ୍ୟରତ ହାବିଲଦାରର ପୁଅ। ପୁଲିସ୍‍ ଡିଏସପି ନୁର ମୁସ୍ତାଫା କହିଛନ୍ତି ଯେ ଅପ୍ରେଲ ୨୦୧୫ରେ ଜେମ୍କୋ-ଆଜାଦ ବସ୍ତି ଅଞ୍ଚଳରେ ଜଣେ ୭ ବର୍ଷର ବାଳିକାକୁ ଅପହରଣ ଓ ହତ୍ୟା ଉଦ୍ୟମ ମାମଲାରେ ରିଙ୍କୁ ଦୋଷୀ ସାବ୍ୟସ୍ତ ହୋଇଥିଲା। ୨୦୧୮ ମାର୍ଚ୍ଚରେ କୋର୍ଟ ତାକୁ ଏହି ମାମଲାରେ ୨ ବର୍ଷ ଜେଲ ଦଣ୍ଡାଦେଶ ଶୁଣାଇଥିଲେ। ସେ କିଛି ସପ୍ତାହ ତଳେ ଜେଲରୁ ବାହାରକୁ ଆସିଥିଲା।
ଘଟଣା ଅନୁଯାୟୀ ଗତ ଗୁରୁବାର ୩ ବର୍ଷର ଶିଶୁ କନ୍ୟା ନିଜ ମା’ ସହ ଟାଟାନଗର ରେଳ ଷ୍ଟେସନରେ ଶୋଇଥିଲା। ସେହି ସମୟରେ ରିଙ୍କୁ ଶିଶୁଟିକୁ ନିଜ ମା’ ପାଖରୁ ଉଠାଇ ନେଇ ପଳାଇଥିଲା। ଶିଶୁଟି ଶୋଇଥିବାରୁ ପାଟି କରିନଥିଲା। ସିସିଟିଭି ଫୁଟେଜରୁ ଚିହ୍ନଟ ହେବା ପରେ ରିଙ୍କୁ ଓ ତାର ସହଯୋଗୀ କୈଳାସକୁ ସୋମବାର ଗିରଫ କରାଯାଇଛି।

Hot this week

ଗୋଆ ଅଗ୍ନିକାଣ୍ଡ: ମୃତକଙ୍କ ପରିବାରକୁ ୨ଲକ୍ଷ ଟଙ୍କାର ଅନୁକମ୍ପା ଘୋଷଣା କଲେ ପ୍ରଧାନମନ୍ତ୍ରୀ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ଅଲାସ୍କା-କାନାଡାର ସୀମାବର୍ତ୍ତୀ ଅଞ୍ଚଳରେ ଭୂକମ୍ପ ଝଟ୍‌କା

ନୂଆଦିଲ୍ଲୀ: ଅଲାସ୍କା ଏବଂ କାନାଡିୟ ଅଞ୍ଚଳ ୟୁକୋନ ସୀମା ନିକଟବର୍ତ୍ତୀ ଅଞ୍ଚଳରେ...

ଘରର ଏହି ଦିଗରେ ରଖନ୍ତୁ ଏହି ଖାସ୍‌ ଜିନିଷ : ଜୀବନରେ ଆସିବ ଉନ୍ନତି , ହେବ ଧନ ବର୍ଷା

ନୂଆଦିଲ୍ଲୀ : ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରେ କିଛି ଖାସ୍ ବସ୍ତୁ...

ଅହୋରାତ୍ର ଧାରଣାରେ ପ୍ରାଥମିକ ଶିକ୍ଷକ ମହାସଂଘ

ଭୁବନେଶ୍ୱର,୬ା୧୨(ନି.ପ୍ର): ଗାନ୍ଧୀମାର୍ଗରେ ପ୍ରାଥମିକ ଶିକ୍ଷକ ମହାସଂଘର ଅହୋରାତ୍ର ଆନ୍ଦୋଳନ ଜାରି ରହିଛି।...

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

Related Articles

Popular Categories